ଭୁବନେଶ୍ୱର,୬।୨: ହାଇକୋର୍ଟରେ ରାଉଲକେଲା ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି ହୋଇଛି। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ଅନ୍ୟପକ୍ଷେ, ୩ ଆବେଦନକାରୀଙ୍କ ନିର୍ବାଚନୀ ମାମଲା ଖାରଜ ହୋଇଛି। ବିନା ଶୁଣାଣିରେ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଶାରଦା। କେବଳ ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ ବୋଲି ହାଇକୋର୍ଟ କହିଛନ୍ତି।

