ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି।

ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ତଥା ଅଭିଜ୍ଞ ରାଜନେତା ଦିଲୀପ ରାୟ ବିଜୟୀ ହୋଇଛନ୍ତି। ସେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପରାଜିତ କରିଛନ୍ତି। ବିଜେଡି ପକ୍ଷରୁ ସନ୍ତୃପ୍ତ ମିଶ୍ର ବିଜୟୀ ହୋଇ ତୃତୀୟ ଆସନକୁ ଦଳ ପାଇଁ ସୁରକ୍ଷିତ ରଖିଛନ୍ତି।

ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନର ଏମପି ସୁଜିତ କୁମାର ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ୨୨ ବର୍ଷ ପରେ ମନମୋହନ ପୁଣିଥରେ ରାଜ୍ୟ ସଭାକୁ ଫେରିଛନ୍ତି।

Dharitri – Odisha’s No.1 Odia Daily

Share
Tags: odisha