ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ ପୁସ୍ତକ ‘ସେଁର୍‌ରା’ ପାଇଁ ଏହି ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସ ରାଓ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ବାବଦକୁ ଡିଲେଶ୍ୱରଙ୍କୁ ୫୦ ହଜାର ଟଙ୍କାର ଚେକ୍‌, ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ। ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ବୟସ ମଧ୍ୟରେ ଥିବା ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ତେବେ ଏହି ପୁରସ୍କାରର ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ଲେଖକ ଡ. ବିଭୂତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର୍‌ ରହିଥିଲେ।
୧୯୯୪ରେ କଳାହାଣ୍ଡି ଜିଲାର ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ଗଳ୍ପ, କବିତା, ଫିଚର, ଗୀତ ଆଦି ରଚନା କରନ୍ତି। ଏଥିସହ ଗୀତ ଓ ଅଭିନୟରେ ମଧ୍ୟ ତାଙ୍କର ରୁଚି ରହିଛି। କଥା ନବପ୍ରତିଭା ସମ୍ମାନ, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ନବନୀତା ପଲ୍ଲବନ ଶବ୍ଦ ସମ୍ମାନ, ତପସ୍ୟା ସମ୍ଭାବନା ସମ୍ମାନ ଆଦି ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ସେ ଭବାନୀପାଟଣାର ଏକ ସ୍କୁଲରେ ଶିକ୍ଷକତା ବୃତ୍ତିରେ ଅଛନ୍ତି। ପୁସ୍ତକଟି ପ୍ରକାଶନୀ ସଂସ୍ଥା ଟାଇମ୍‌ପାସ୍‌ ପକ୍ଷରୁ ୨୦୨୧ରେ ପ୍ରକାଶିତ ହୋଇଥିଲା। ଯୁବ ପୁରସ୍କାର ଘୋଷଣା ହେବା ପରେ ରଣା କହିଛନ୍ତି, ମୁଁ ଭାବି ନ ଥିଲି ମୋତେ ଏପରି ଏକ ମର୍ଯ୍ୟାଦାଜନକ ଜାତୀୟ ପୁରସ୍କାର ମିଳିବ। ଏହି ପୁରସ୍କାର ସମ୍ପର୍କରେ ଶୁଣିବା ପରେ ଖୁସି ଲାଗୁଛି। ଏଥିସହ ମୋର ଉତ୍ତରଦାୟିତ୍ୱ ଆହୁରି ବଢ଼ିଯାଇଛି। ଭାଷା ପାଇଁ ଆଗକୁ କିଛି କରିବାକୁ ମୁଁ ସବୁବେଳେ ଚେଷ୍ଟା କରିବି ବୋଲି ଡିଲେଶ୍ୱର କହିଛନ୍ତି।

 

ବିଳମ୍ବ ହେଲେ ବି ଓଡ଼ିଶାକୁ ମିଳିଲା
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶର ମୋଟ ୨୪ଟି ଭାଷାରେ ଯୁବ ପୁରସ୍କାର ଦିଆଯାଇଥାଏ। ପୂର୍ବରୁ ଅର୍ଥାତ୍‌ ଚଳିତବର୍ଷ ଜୁନ୍‌ ୨୩ରେ ଦେଶର ଅନ୍ୟ ଆଞ୍ଚଳିକ ଭାଷାରେ ଯୁବ ପୁରସ୍କାର ଘୋଷଣା କରାଯାଇଥିଲା। ମାତ୍ର ଏଥିରୁ ଓଡ଼ିଶା ବାଦ୍‌ ପଡିଥିଲା। ପୁରସ୍କାର ସମ୍ପର୍କିତ ତଥ୍ୟ ପ୍ରଘଟ କାରଣରୁ ଆଞ୍ଚଳିକ ଭାଷା ଓଡ଼ିଆରେ ଏହି ପୁରସ୍କାର ଘୋଷଣା କରାଯାଇ ନ ଥିଲା। ତେବେ ପୁନଃ ଚୟନ ପ୍ରକ୍ରିୟା କରାଯାଇ ଏହି ପୁରସ୍କାର ଏବେ ଘୋଷଣା କରାଯାଇଛି। ବିଳମ୍ବ ହେଲେ ବି ଓଡ଼ିଶାକୁ ଯୁବ ପୁରସ୍କାର ମିଳିଥିବାରୁ ସାହିତି୍ୟକ ମହଲରେ ଖୁସି ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri