ହାରିବା ପରେ ଦିଲୀପଙ୍କ ପାଗ ଭିଡ଼ିବା ଚର୍ଚ୍ଚା

ରାଉରକେଲା,୩।୧୨(ସଙ୍ଗୀତା ଜେନା):୨୦୨୪ ବିଧାନସଭା ନିର୍ବାଚନରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ହାରିଯାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ରାୟ ବର୍ତ୍ତମାନ ରାଉରକେଲାରେ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। କିଛିଦିନ ତଳେ ସେ ରାଉରକେଲାରେ ପହଞ୍ଚତ୍ ହଠାତ୍‌ ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ଦିଲୀପଙ୍କ ଏଭଳି ତତ୍ପରତା ଦେଖି କେହି କେହି କହୁଛନ୍ତି, ସେ ରାଜନୈତିକ ଭବିଷ୍ୟତକୁ ଅନିଷା କରି ପୁଣି ପାଗ ଭିଡ଼ିବା ଆରମ୍ଭ କଲେଣି।
ବିଧାନସଭା ନିର୍ବାଚନ ବେଳେ ଶେଷ ମୁହୂର୍ତ୍ତରେ ଭାଜପା ଦିଲୀପଙ୍କୁ ରାଉରକେଲା ବିଧାନସଭା ଆସନ ଲାଗି ଟିକେଟ୍‌ ଦେଇଥିଲା। ହେଲେ ସେ ବିଜେଡିର ସାରଦା ପ୍ରସାଦ ନାୟକଙ୍କଠାରୁ ହାରିଯାଇଥିଲେ। ବିଫଳତାର କାରଣ ଖୋଜିବାକୁ ଯାଇ ତାଙ୍କ ଅନୁଗାମୀଙ୍କ କହିବା ଅନୁସାରେ, ଡେରିରେ ଟିକେଟ ମିଳିବା ତାଙ୍କ ପାଇଁ ବାମ ହେଲା। ଭୋଟ ପ୍ରଚାର ପାଇଁ ସେ ପର୍ଯ୍ୟାପ୍ତ ସମୟ ପାଇ ନ ଥିଲେ। ଅପରପକ୍ଷେ ବିଜେଡି ବର୍ତ୍ତମାନର ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଟିକେଟ ପ୍ରଥମରୁ ଚୂଡ଼ାନ୍ତ କରିଥିଲା। ତେଣୁ ସାରଦା ଅଧିକ ସମୟ ପାଇବାରୁ ସ୍ଥିତିରୁ ପାଇଦା ଉଠାଇଥିଲେ।
ରାଉରକେଲାବାସୀଙ୍କ ପାଇଁ ବୃହତ୍‌ ବାସଗୃହ ପ୍ରକଳ୍ପ ଦାବି ଦୀର୍ଘ ସମୟ ଧରି ରହିଆସିଛି। ତାହାକୁ ଲକ୍ଷ୍ୟ କରି ଦିଲୀପ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ସକାଶେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି। ଏପରି କି ଉକ୍ତ ବାସଗୃହ ପ୍ରକଳ୍ପ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ଣ୍ଣ ସହଯୋଗ ଆବଶ୍ୟକତାକୁ ହୃଦୟଙ୍ଗମ କରି ଆର୍‌ଏସ୍‌ପି ଡିଆଇସିଙ୍କ ସହ ସେ ଆଲୋଚନା କରିଛନ୍ତି। ସେହିପରି ସହରରେ ଏୟାରପୋର୍ଟର ଉନ୍ନତୀକରଣ, ଅର୍ଦ୍ଧନିର୍ମିତ କୋଏଲ ସେତୁକୁ ନୂତନ ରୂପରେଖ ଦେବା, ରାଉରକେଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ଖୋଲିବା ପାଇଁ ଜମି ଅନ୍ବେଷଣ, ବେଦବ୍ୟାସରେ ଝୁଲାପୋଲ, ଆର୍‌ଏମ୍‌ସି ବଜାରକୁ କାର୍ଯ୍ୟକ୍ଷମ ଭଳି ୧୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ସମ୍ପର୍କରେ ଦିଲୀପ ପଚାରି ବୁଝିଥିବା ତାଙ୍କ ଅନୁଗାମୀମାନେ କହୁଥିବା ଶୁଣିବାକୁ ମିଳିଛି। ଅନୁରୂପ ଭାବେ ତାଙ୍କ ସକ୍ରିୟତାକୁ ଦେଖି ସମର୍ଥକମାନେ ମଧ୍ୟ ପ୍ରଶାସନିକ କାର୍ଯ୍ୟରେ ଅଧିକ ହସ୍ତକ୍ଷେପ କରୁଥିବା ଆଲୋଚନା ହେଉଛି। ରାଜ୍ୟରେ ଭାଜପା ସରକାର ଥିବାରୁ ପ୍ରଶାସନ ପାଖରେ ଦିଲୀପଙ୍କ ପ୍ରଭାବ ରହୁଥିବା କୁହାଯାଉଛି। ଗତ ୯୦ ଦଶକରେ ଛେଣ୍ଡ୍‌ କଲୋନି ହେବା ପରେ ରାଉରକେଲାରେ ବୃହତ୍‌ ବାସଗୃହ ପ୍ରକଳ୍ପ ହୋଇ ନାହିଁ। ଲୋକେ କୁହାକୁହି ହେଉଛନ୍ତି ଯଦି ଦିଲୀପ ଏହି ସମୟରେ ନୂତନ ବାସଗୃହ ପ୍ରକଳ୍ପକୁ ସାକାର କରିବାରେ ସଫଳ ହେବେ ତେବେ ସେ ପୁଣି ଲୋକଙ୍କ ଆସ୍ଥାଭାଜନ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri