ତାମିଲନାଡୁରେ ନିର୍ଯାତିତ ହେଉଥିଲେ ୩ ଓଡ଼ିଆ ଶ୍ରମିକ, ଉଦ୍ଧାର କଲା ଦିଗପହଣ୍ଡି ପୋଲିସ ଟିମ୍‌ 

ଦିଗପହଣ୍ଡି,୧୦ା୨(ଅଶେଷ ନାଥ ମିଶ୍ର)-ସୁଦୂର ତାମିଲନାଡୁ ତିରିପୁର ଜିଲା ପଙ୍ଗାଲୁ ଗ୍ରାମ ନିକଟ ଏକ ପାଣି ବୋର୍‌ ୱେଲ୍‌ ଗ୍ୟାରେଜର ଏକ ଘର ମଧ୍ୟରୁ ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ୩ ନିର୍ଯାତିତ ଓଡ଼ିଆ ଶ୍ରମିକଙ୍କୁ ସେଠାକାର ପୋଲିସ ସହାୟତାରେ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକ ମାନେ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗାଁ ର  ବି. ବୁଡୁ ରେଡ୍ଡୀ(୩୨), ବି.ପୂର୍ଣ୍ଣ ରେଡ୍ଡୀ(୩୦) ଏବଂ ଏସ୍‌.ଧୋବା ଦୋରା (୩୧)। ୩ ଜଣ ଶ୍ରମିକ ଗତ ପ୍ରାୟ ୧୫ ଦିନ ପୂର୍ବେ କାମ ପାଇଁ ଜଣେ ଶ୍ରମିକ ଏଜେଣ୍ଟ ଙ୍କ ସହ ତାମିଲନାଡୁ ପଙ୍ଗାଲୁ ଗ୍ରାମ ସ୍ଥିତ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିକୁ ଯାଇଥିଲେ।  ସେଠାରେ ସେମାନଙ୍କୁ  କାମ ଦିଆଯିବ ବୋଲି କୁହାଯାଇଥିଲା। ସେଠାରେ କାମ ନ ମିଳିବାରୁ ସେମାନେ ଗାଁକୁ ଫେରିବା ପାଇଁ ସେଠାକାର ରେଲୱେ ଷ୍ଟେଶନକୁ ଚାଲି ଆସିଥିଲେ। ସେଠାରୁ ଅନ୍ୟଜଣେ ଶ୍ରମିକ ଏଜେଣ୍ଟ କାମ ଯୋଗାଇ ଦେବାର ପ୍ରତିଶୃତି ଦେଇ ସେମାନଙ୍କୁ ପୁଣି ଡାକି ନେଇଥିଲେ। ସେମାନଙ୍କୁ ଏକ ପାଣି ବୋରୱେଲ ଗ୍ୟାରେଜର ଏକ ଘର ଭିତରେ ରଖାଯାଇଥିଲା। ଏଜେଣ୍ଟ ଜଣକ ଗ୍ୟାରେଜ ମାଲିକଙ୍କୁ ଶ୍ରମିକ ଯୋଗାଇଦେଇଥିବା କହି ତାଙ୍କ ନିକଟରୁ ଶ୍ରମିକଙ୍କ ମଜୁରୀ ବାବଦରେ ଅଗ୍ରୀମ ୧୭ ହଜାର ଟଙ୍କା ନେଇଯାଇଥିଲେ। ଗ୍ୟାରେଜ ମାଲିକ ସେମାନଙ୍କୁ ସେଠାରେ କ୍ରୀତଦାସ ଭଳି ଖଟାଇବା ସହ ଏକ ଘର ଭିତରେ ନଜରବନ୍ଦୀ କରି ବନ୍ଧକ ରଖିଥିଲେ।
ଗ୍ୟାରେଜରେ ସେମାନଙ୍କୁ ଆବର୍ଜନା ସଫା କରିବା, ମାଟି ଖୋଳିବା, ପାଇପ ବୋର୍‌ ୱେଲ ଗାଡ଼ି ଗୁଡ଼ିକୁ ସଫା କରିବା ଭଳି ବିଭିନ୍ନ କାମ କରିବାକୁ ବାଧ୍ୟ କରାଯାଉଥିଲା। ସେଠାରେ ସେମାନଙ୍କୁ ପେଟପୁରା ଖାଇବାକୁ ଦିଆଯାଉ ନ ଥିଲା। ଅଧିକା ମଜୁରୀ ମିଳିବା ଲୋଭରେ ତାମିଲନାଡୁ ଯାଇଥିବା ୩ ଶ୍ରମିକ ସେଠାରେ ଫସି ଯାଇଥିଲେ। ପରିବାର ସଦସ୍ୟ କିମ୍ବା ଅନ୍ୟ କାହା ସହ କଥା ହେବାକୁ ସେମାନଙ୍କୁ ମନା କରାଯାଇଥିଲା। ସେମାନଙ୍କ ମୋବାଇଲ ଫୋନ ଛଡାଇ ନିଆଯାଇଥିଲା। ମଜୁରୀ ବାବଦରେ ଅଗ୍ରୀମ ୧୭ ହଜାର ଟଙ୍କାର କାମ ଆଦାୟ କରାଯିବା ପରେ ତୁମ ମାନଙ୍କୁ ଛଡାଯିବ ବୋଲି ଗ୍ୟାରେଜ ମାଲିକ ସେମାନଙ୍କୁ ରୋକ୍‌ ଠୋକ୍‌ ଶୁଣାଇ ଦେଇଥିଲେ। ସେମାନଙ୍କ ପ୍ରାପ୍ୟ ମଜୁରୀ ମାଗିବାରୁ ସେଠାରେ ସେମାନଙ୍କୁ ଗ୍ୟାରେଜ ମାଲିକଙ୍କ ଇଙ୍ଗିତରେ ଜଣେ ବ୍ୟକ୍ତି ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ନିିର୍ଯାତନା ଦେଉଥିଲେ। ଏସ୍‌.ଧୋବା ଦୋରା କୌଶଳକ୍ରମେ ଶୁକ୍ରବାର ଫୋନ ଯୋଗେ ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ।

ଧୋବାଙ୍କ ବାପା ଦୁର୍ଯ୍ୟୋଧନ ଦୋରା, ପୂର୍ଣ୍ଣଙ୍କ ସ୍ତ୍ରୀ ମୁକ୍ତା ରେଡ୍ଡୀ ଏବଂ ବୁଡ଼ୁଙ୍କ ସ୍ତ୍ରୀ ସୁମିତ୍ରା ରେଡ୍ଡୀ ଶନିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଥାନା ମାମଲା ନଂ.୪୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ପରେ ତାମିଲନାଡୁରେ ବନ୍ଧକ ଥିବା ଶ୍ରମିକଙ୍କ ପରିବାର ଲୋକେ ବ୍ରହ୍ମପୁର ଯାଇ ଏସ୍‌ପି ଡ଼ା. ଶ୍ରବଣା ବିବେକ ଏମ୍‌ଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ଜଣାଇଥିଲେ। ଏସ୍‌ପି ତାମିଲନାଡୁ ତିରିପୁର ଏସ୍‌ପିଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରି ସହାୟତା ପାଇଁ ଅନୁରୋଧ କରିଥିଲେ। ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅଟକ ଥିବା ୩ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଦିଗପହଣ୍ଡି ଥାନା ପ୍ରୋବେସନାରୀ ଏସ୍‌ଆଇ ମହାପ୍ରସାଦ ମହାନ୍ତି, ଏଏସ୍‌ଆଇ ମନୋଜ ସିଂ, ୨ କନେଷ୍ଟବଳ ଏବଂ ଶ୍ରମିକମାନଙ୍କ କିଛି ସମ୍ପର୍କୀୟ ସୋମବାର ସକାଳୁ ତାମିଲନାଡୁ ଅଭିମୁଖେ ଯାଇଥିଲେ। ସେଠାରେ ରାତି ପ୍ରାୟ ୧୧ ଟାରେ ପହଞ୍ଚି ପଙ୍ଗୁଲୁ ପୋଲିସ ସହ ଯୋଗାଯୋଗ କରିବା ସହ ରାତି ସାରା ଉକ୍ତ ଗ୍ୟାରେଜ ନିକଟରେ ଛକି ରହିଥିଲେ। ମଙ୍ଗଳବାର ସକାଳୁ ଅଟକ ଥିବା ଶ୍ରମିକମାନଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଉଥିବା ସୂଚନା ପାଇ ଦିଗପହଣ୍ଡି ପୋଲିସ ଟିମ୍‌ ଗ୍ୟାରେଜର ଚାରିପଟେ ଜଗି ରହିଥିଲେ। ସେଠାକାର ପୋଲିସ ଟିମ୍‌ ପହଞ୍ଚିବା ପରେ ଅଟକ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇବା ପରେ ସେଠାକାର ଥାନାକୁ ନେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri