ବୃଦ୍ଧାବୃଦ୍ଧଙ୍କୁ ଡିଜିଟାଲ ଯନ୍ତ୍ରଣା

ଯାଜପୁର ଅଫିସ,୧୦ା୫: ଯାଜପୁର ଜିଲା ଜେନାପୁର ଅଞ୍ଚଳର ହିତାଧିକାରୀ କ୍ଷେତ୍ରବାସୀ ରାଉତ କୁହନ୍ତି, ସେ ଦୈନିକ ବ୍ୟାଙ୍କ ଦୌଡ଼ି ଦୌଡ଼ି ନିରାଶ ହୋଇ ଖାଲି ହାତରେ ଫେରୁଛନ୍ତି। ବ୍ୟାଙ୍କ ବାଲା କହୁଛନ୍ତି ଟଙ୍କା ଆସିନାହିଁ। ଏହାସହ ବ୍ଲକ ଅଫିସ୍‌କୁ ଯାଇ ନିରାଶ ହୋଇଛନ୍ତି। ପରିଣତ ବୟସରେ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି। ଔଷଧ ଖାଇବା ମଧ୍ୟ ଜଟିଳ ହୋଇଗଲାଣି। ଅନ୍ୟଜଣେ ହିତାଧିକାରୀ ନଟବର ଦଳାଇ କୁହନ୍ତି, ବ୍ୟାଙ୍କ, ପଞ୍ଚାୟତ, ବ୍ଳକ କାର୍ଯ୍ୟାଳୟକୁ ଗଲେ ଅଫିସରମାନେ କିଛି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି। ବ୍ୟାଙ୍କରେ ଜମା ହୋଇଛି, ସେଠାକୁ ଯାଅ କହି ସେମାନେ ଫେରାଇ ଦେଉଛନ୍ତି। ପୂର୍ବ ଭଳି ପଞ୍ଚାୟତ ମାଧ୍ୟମରେ ଭତ୍ତା ଦେଲେ ଆମେ ଏତେ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ନାହିଁ। ବରିଷ୍ଠ ନାଗରିକ ସତ୍ୟଭାମା ଭୁୟଁା କହିଛନ୍ତି, ବ୍ୟାଙ୍କ ଜମା ଖାତାରେ ଟଙ୍କା ଆସିଲା ଦିନରୁ ବହୁତ ହଇରାଣ ହେବାକୁ ପଡୁଛି। କାରଣ ବ୍ୟାଙ୍କରେ କେତେବେଳେ ଲିଙ୍କ୍‌ ନାହିଁ ତ ପୁଣି କେବେ ଟିପ ଚିହ୍ନ ମେଶିନ କାମରେ ଲାଗୁ ନାହିଁ। ଘଣ୍ଟା ଘଣ୍ଟା ଧରି ଏହି ବୟସରେ ଛିଡ଼ା ହେବାକୁ ପଡୁଛି। ପୂର୍ବଭଳି ପଞ୍ଚାୟତରେ ଭତ୍ତା ଦେଲେ ସହଜରେ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।
ଗ୍ରାମାଞ୍ଚଳରେ ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ପାଇବା ପାଇଁ ୪ରୁ ୫ କିମି ଚାଲିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରିବା ବ୍ୟବସ୍ଥା କରାଯାଉଛି। ସହଜରେ ଟଙ୍କା ମିଳିଲେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି। କିନ୍ତୁ ଅଧିକାଂଶ ହିତାଧିକାରୀ ବହୁ ଦିନ ହେଲା ଭତ୍ତା ଟଙ୍କା ପାଇ ପାରି ନ ଥିବା ଅଭିଯୋଗରୁ ଜଣାପଡ଼ିଛି। ବ୍ୟାଙ୍କ, ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ସେମାନେ ବାରମ୍ବାର ଯାଇ ଆଧାର କାର୍ଡ, ଭତ୍ତା ବହି, ବ୍ୟାଙ୍କ ପାସ୍‌ବୁକ୍‌ ଜେରକ୍ସ ଦେଉଛନ୍ତି। ହେଲେ ଭତ୍ତା ଟଙ୍କା ପାଇପାରୁନାହାନ୍ତି। ଏହା ସରକାରୀ ବ୍ୟବସ୍ଥା ପ୍ରତି ବିତୃଷ୍ଣାଭାବ ସୃଷ୍ଟି କରିବା ସହ ଭତ୍ତା ଅର୍ଥ ବାଟମାରଣା ହେଉଥିବା ସନ୍ଦେହକୁ ଦଢ଼ୀଭୂତ କରୁଛି। ଭତ୍ତା ପାଉଥିବା ଅଧିକାଂଶ ହିତାଧିକାରୀ ୬୦ ବର୍ଷ ବୟସରୁ ଅଧିକ ହୋଇଥିବାରୁ ପଞ୍ଚାୟତରେ ବ୍ୟାଙ୍କ ତରଫରୁ ନିୟୋଜିତ ଥିବା ବ୍ୟବସାୟିକ ପ୍ରତିନିଧି (ବିସି)ଙ୍କ ପିଓସି ମେଶିନରେ ଫିଙ୍ଗରପ୍ରିଣ୍ଟ ସଫଳ ହେଉନାହିଁ। ଏଥିଯୋଗୁ ସେମାନଙ୍କୁ ବ୍ୟାଙ୍କକୁ ଯିବାକୁ ପଡ଼ୁଛି, ଯାହାକି ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। କିଏ ଆଶା ବାଡ଼ି ତ କିଏ ଅଟୋରେ ଯାଇ ୫୦୦ ଟଙ୍କା ଭତ୍ତା ପାଇଁ ୨୦୦ ଟଙ୍କା ଭଡ଼ା ଦେଉଛନ୍ତି। ଏହି ସମସ୍ୟାର ତ୍ୱରିତ ସମାଧାନ ପାଇଁ ସେମାନେ ନିବେଦନ କରିଛନ୍ତି। ଯାଜପୁର ଜିଲାରେ ୬୧,୨୧୧ ଜଣ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା, ୧୯,୬୪୪ ବିଧବା ଭତ୍ତା ଓ ୪୬୨୩ ଜଣ ଭିନ୍ନକ୍ଷମ ଭତ୍ତା ପାଉଥିବା ସୂଚନା ମିଳିଛି। ପୂର୍ବରୁ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ହେଉଥିବାବେଳେ କେତେଜଣ ଅପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିଥିବା ଜିଲାରେ ଅଭିଯୋଗ ହୋଇଥିଲା। ବିଞ୍ଝାରପୁର ବ୍ଲକ ସୟଦପୁର ପଞ୍ଚାୟତର ପ୍ରାୟ ୨୦ ଜଣ ମୃତ ବ୍ୟକ୍ତିଙ୍କ ନାମରେ ବିଭିନ୍ନ ଯୋଜନାରେ ଭତ୍ତା ଟଙ୍କା ଉଠାଯାଇଥିବା ୨୦୨୧ ଡିସେମ୍ବରରେ ଆକ୍ୟୁଟାନ୍ସ ରିପୋର୍ଟରେ ଜଣାପଡ଼ିଥିଲା। ସେହିପରି ଜିଲାର ବଡ଼ଚଣା ବ୍ଲକ କୋଲଣଗିରି ଗ୍ରାମ ପଞ୍ଚାୟତର କେତେଜଣ ଯୁବକ ଭତ୍ତା ପାଉଥିବା ନେଇ ଅଞ୍ଚଳବାସୀ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ୧ା୧୧ା୨୦୨୨ରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ ୭ା୧୧ା୨୦୨୨ରେ ସମ୍ପୃକ୍ତ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହିସବୁ ଆର୍ଥିକ ହେରଫେର ଉପରେ କ’ଣ ପଦକ୍ଷେପ ନିଆଗଲା ତାହା କିଛି ଜଣାପଡ଼ିଲା ନାହିଁ। ଭତ୍ତା ପ୍ରଦାନରେ ଏଭଳି ଅନେକ ଅନିୟମିତତା ଦେଖାଦେବା ପରେ ଡିଜିଟାଲକୁ ମାଧ୍ୟମ କରାଗଲା। ଏହା ବି ହିତାଧିକାରୀଙ୍କ ପାଇଁ ସହଜ ହୋଇପାରୁ ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜେନାପୁର ଶାଖାର ସହକାରୀ ପରିଚାଳକ ସାଗର ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପିଓସି ମେଶିନରେ ଯେଉଁ ହିତାଧିକାରୀମାନଙ୍କ ଫିଙ୍ଗରପ୍ରିଣ୍ଟ ସଫଳ ହେଉନାହିଁ ସେମାନେ ବ୍ୟାଙ୍କ ଆସୁଛନ୍ତି। ବ୍ୟାଙ୍କରେ ଯେଉଁମାନଙ୍କ ଭତ୍ତା ଟଙ୍କା ଜମା ହୋଇସାରିଛି, ତାହା ସେମାନଙ୍କୁ ପ୍ରଦାନ କରାଯାଉଛି। ତେବେ ଯେଉଁମାନଙ୍କର ଟଙ୍କା ଜମା ହୋଇନାହିଁ, ପାସ୍‌ବୁକ୍‌ ଅପ୍‌ଡେଟ୍‌ କରି ସେମାନଙ୍କୁ ଜଣାଇ ଦିଆଯାଉଛି ବୋଲି ମହାରଣା କହିଛନ୍ତି। ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ଯେ, ମେଶିନ ତ୍ରୁଟିଜନିତ ଅଭିଯୋଗ ଆସୁଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଏଟିଏମ୍‌ କାର୍ଡ ଯୋଗାଇ ଦିଆଯାଉଛି। ଅଧିକାରୀମାନେ ହିତାଧିକାରୀଙ୍କ ଘରକୁ ଯାଇ କାର୍ଡ ସ୍ବାଇପ୍‌ ମେଶିନରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା କରାଯାଉଛି ବୋଲି ରାଠୋର କହିଛନ୍ତି।
-ରିପୋର୍ଟ: ହର୍ଷବର୍ଦ୍ଧନ ବେହେରା, ଅଶୋକ କୁମାର ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri