ବୃଦ୍ଧାବୃଦ୍ଧଙ୍କୁ ଡିଜିଟାଲ ଯନ୍ତ୍ରଣା

ଯାଜପୁର ଅଫିସ,୧୦ା୫: ଯାଜପୁର ଜିଲା ଜେନାପୁର ଅଞ୍ଚଳର ହିତାଧିକାରୀ କ୍ଷେତ୍ରବାସୀ ରାଉତ କୁହନ୍ତି, ସେ ଦୈନିକ ବ୍ୟାଙ୍କ ଦୌଡ଼ି ଦୌଡ଼ି ନିରାଶ ହୋଇ ଖାଲି ହାତରେ ଫେରୁଛନ୍ତି। ବ୍ୟାଙ୍କ ବାଲା କହୁଛନ୍ତି ଟଙ୍କା ଆସିନାହିଁ। ଏହାସହ ବ୍ଲକ ଅଫିସ୍‌କୁ ଯାଇ ନିରାଶ ହୋଇଛନ୍ତି। ପରିଣତ ବୟସରେ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି। ଔଷଧ ଖାଇବା ମଧ୍ୟ ଜଟିଳ ହୋଇଗଲାଣି। ଅନ୍ୟଜଣେ ହିତାଧିକାରୀ ନଟବର ଦଳାଇ କୁହନ୍ତି, ବ୍ୟାଙ୍କ, ପଞ୍ଚାୟତ, ବ୍ଳକ କାର୍ଯ୍ୟାଳୟକୁ ଗଲେ ଅଫିସରମାନେ କିଛି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି। ବ୍ୟାଙ୍କରେ ଜମା ହୋଇଛି, ସେଠାକୁ ଯାଅ କହି ସେମାନେ ଫେରାଇ ଦେଉଛନ୍ତି। ପୂର୍ବ ଭଳି ପଞ୍ଚାୟତ ମାଧ୍ୟମରେ ଭତ୍ତା ଦେଲେ ଆମେ ଏତେ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ନାହିଁ। ବରିଷ୍ଠ ନାଗରିକ ସତ୍ୟଭାମା ଭୁୟଁା କହିଛନ୍ତି, ବ୍ୟାଙ୍କ ଜମା ଖାତାରେ ଟଙ୍କା ଆସିଲା ଦିନରୁ ବହୁତ ହଇରାଣ ହେବାକୁ ପଡୁଛି। କାରଣ ବ୍ୟାଙ୍କରେ କେତେବେଳେ ଲିଙ୍କ୍‌ ନାହିଁ ତ ପୁଣି କେବେ ଟିପ ଚିହ୍ନ ମେଶିନ କାମରେ ଲାଗୁ ନାହିଁ। ଘଣ୍ଟା ଘଣ୍ଟା ଧରି ଏହି ବୟସରେ ଛିଡ଼ା ହେବାକୁ ପଡୁଛି। ପୂର୍ବଭଳି ପଞ୍ଚାୟତରେ ଭତ୍ତା ଦେଲେ ସହଜରେ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।
ଗ୍ରାମାଞ୍ଚଳରେ ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ପାଇବା ପାଇଁ ୪ରୁ ୫ କିମି ଚାଲିବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରିବା ବ୍ୟବସ୍ଥା କରାଯାଉଛି। ସହଜରେ ଟଙ୍କା ମିଳିଲେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି। କିନ୍ତୁ ଅଧିକାଂଶ ହିତାଧିକାରୀ ବହୁ ଦିନ ହେଲା ଭତ୍ତା ଟଙ୍କା ପାଇ ପାରି ନ ଥିବା ଅଭିଯୋଗରୁ ଜଣାପଡ଼ିଛି। ବ୍ୟାଙ୍କ, ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ସେମାନେ ବାରମ୍ବାର ଯାଇ ଆଧାର କାର୍ଡ, ଭତ୍ତା ବହି, ବ୍ୟାଙ୍କ ପାସ୍‌ବୁକ୍‌ ଜେରକ୍ସ ଦେଉଛନ୍ତି। ହେଲେ ଭତ୍ତା ଟଙ୍କା ପାଇପାରୁନାହାନ୍ତି। ଏହା ସରକାରୀ ବ୍ୟବସ୍ଥା ପ୍ରତି ବିତୃଷ୍ଣାଭାବ ସୃଷ୍ଟି କରିବା ସହ ଭତ୍ତା ଅର୍ଥ ବାଟମାରଣା ହେଉଥିବା ସନ୍ଦେହକୁ ଦଢ଼ୀଭୂତ କରୁଛି। ଭତ୍ତା ପାଉଥିବା ଅଧିକାଂଶ ହିତାଧିକାରୀ ୬୦ ବର୍ଷ ବୟସରୁ ଅଧିକ ହୋଇଥିବାରୁ ପଞ୍ଚାୟତରେ ବ୍ୟାଙ୍କ ତରଫରୁ ନିୟୋଜିତ ଥିବା ବ୍ୟବସାୟିକ ପ୍ରତିନିଧି (ବିସି)ଙ୍କ ପିଓସି ମେଶିନରେ ଫିଙ୍ଗରପ୍ରିଣ୍ଟ ସଫଳ ହେଉନାହିଁ। ଏଥିଯୋଗୁ ସେମାନଙ୍କୁ ବ୍ୟାଙ୍କକୁ ଯିବାକୁ ପଡ଼ୁଛି, ଯାହାକି ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। କିଏ ଆଶା ବାଡ଼ି ତ କିଏ ଅଟୋରେ ଯାଇ ୫୦୦ ଟଙ୍କା ଭତ୍ତା ପାଇଁ ୨୦୦ ଟଙ୍କା ଭଡ଼ା ଦେଉଛନ୍ତି। ଏହି ସମସ୍ୟାର ତ୍ୱରିତ ସମାଧାନ ପାଇଁ ସେମାନେ ନିବେଦନ କରିଛନ୍ତି। ଯାଜପୁର ଜିଲାରେ ୬୧,୨୧୧ ଜଣ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା, ୧୯,୬୪୪ ବିଧବା ଭତ୍ତା ଓ ୪୬୨୩ ଜଣ ଭିନ୍ନକ୍ଷମ ଭତ୍ତା ପାଉଥିବା ସୂଚନା ମିଳିଛି। ପୂର୍ବରୁ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ହେଉଥିବାବେଳେ କେତେଜଣ ଅପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିଥିବା ଜିଲାରେ ଅଭିଯୋଗ ହୋଇଥିଲା। ବିଞ୍ଝାରପୁର ବ୍ଲକ ସୟଦପୁର ପଞ୍ଚାୟତର ପ୍ରାୟ ୨୦ ଜଣ ମୃତ ବ୍ୟକ୍ତିଙ୍କ ନାମରେ ବିଭିନ୍ନ ଯୋଜନାରେ ଭତ୍ତା ଟଙ୍କା ଉଠାଯାଇଥିବା ୨୦୨୧ ଡିସେମ୍ବରରେ ଆକ୍ୟୁଟାନ୍ସ ରିପୋର୍ଟରେ ଜଣାପଡ଼ିଥିଲା। ସେହିପରି ଜିଲାର ବଡ଼ଚଣା ବ୍ଲକ କୋଲଣଗିରି ଗ୍ରାମ ପଞ୍ଚାୟତର କେତେଜଣ ଯୁବକ ଭତ୍ତା ପାଉଥିବା ନେଇ ଅଞ୍ଚଳବାସୀ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ୧ା୧୧ା୨୦୨୨ରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ ୭ା୧୧ା୨୦୨୨ରେ ସମ୍ପୃକ୍ତ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହିସବୁ ଆର୍ଥିକ ହେରଫେର ଉପରେ କ’ଣ ପଦକ୍ଷେପ ନିଆଗଲା ତାହା କିଛି ଜଣାପଡ଼ିଲା ନାହିଁ। ଭତ୍ତା ପ୍ରଦାନରେ ଏଭଳି ଅନେକ ଅନିୟମିତତା ଦେଖାଦେବା ପରେ ଡିଜିଟାଲକୁ ମାଧ୍ୟମ କରାଗଲା। ଏହା ବି ହିତାଧିକାରୀଙ୍କ ପାଇଁ ସହଜ ହୋଇପାରୁ ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜେନାପୁର ଶାଖାର ସହକାରୀ ପରିଚାଳକ ସାଗର ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପିଓସି ମେଶିନରେ ଯେଉଁ ହିତାଧିକାରୀମାନଙ୍କ ଫିଙ୍ଗରପ୍ରିଣ୍ଟ ସଫଳ ହେଉନାହିଁ ସେମାନେ ବ୍ୟାଙ୍କ ଆସୁଛନ୍ତି। ବ୍ୟାଙ୍କରେ ଯେଉଁମାନଙ୍କ ଭତ୍ତା ଟଙ୍କା ଜମା ହୋଇସାରିଛି, ତାହା ସେମାନଙ୍କୁ ପ୍ରଦାନ କରାଯାଉଛି। ତେବେ ଯେଉଁମାନଙ୍କର ଟଙ୍କା ଜମା ହୋଇନାହିଁ, ପାସ୍‌ବୁକ୍‌ ଅପ୍‌ଡେଟ୍‌ କରି ସେମାନଙ୍କୁ ଜଣାଇ ଦିଆଯାଉଛି ବୋଲି ମହାରଣା କହିଛନ୍ତି। ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ଯେ, ମେଶିନ ତ୍ରୁଟିଜନିତ ଅଭିଯୋଗ ଆସୁଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଏଟିଏମ୍‌ କାର୍ଡ ଯୋଗାଇ ଦିଆଯାଉଛି। ଅଧିକାରୀମାନେ ହିତାଧିକାରୀଙ୍କ ଘରକୁ ଯାଇ କାର୍ଡ ସ୍ବାଇପ୍‌ ମେଶିନରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା କରାଯାଉଛି ବୋଲି ରାଠୋର କହିଛନ୍ତି।
-ରିପୋର୍ଟ: ହର୍ଷବର୍ଦ୍ଧନ ବେହେରା, ଅଶୋକ କୁମାର ଦାସ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri