ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ କରିବାକୁ। ସେଗୁଡ଼ିକରେ ଅନ୍ତର୍ଭୁକ୍ତ ହେଲେ ଟିକ୍‌ଟିକ୍‌, ଏକ୍ସ, ୟୁଟ୍ୟୁବ୍‌, ରେଡ୍‌ଡିଟ୍‌, ଇନ୍‌ଷ୍ଟ୍ରାଗ୍ରାମ୍‌, ଫେସ୍‌ବୁକ୍‌, କିକ୍‌ ଏବଂ ଟୁଇଚ୍‌ ଇତ୍ୟାଦି। ଏହାକୁ ପରିବେଷଣ କରୁଥିବା ସଂସ୍ଥାଗୁଡ଼ିକ ତାହା ଯଥାଶୀଘ୍ର ପାଳନ ନ କଲେ ସେମାନଙ୍କ ଉପରେ ୪୯.୫ ନିୟୁତ ଅଷ୍ଟ୍ରେଲୀୟ ଡିଲାର ଜରିମାନା ଲାଗୁହେବ ବୋଲି ସେଥିରେ ସୂଚନା ପ୍ରଦାନ କରାଯାଇଛି। କେତେକ ମହଲରେ ସମାଲୋଚନା କରାଗଲେ ବି ବହୁ ମାତାପିତା, ଶିକ୍ଷକ ଏବଂ ଶିଶୁ ସ୍ବାସ୍ଥ୍ୟ ସହ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଏହାକୁ ସ୍ବାଗତ କରିଛନ୍ତି। ସେମାନଙ୍କ ମତରେ ଏହା ଶିଶୁଙ୍କ ମାନସିକ ତଥା ଦୈହିକ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ପାଇଁ ଏକାନ୍ତ ଜରୁରୀ। ଡେନ୍‌ମାର୍କ, ମାଲେସିଆ, ଆମେରିକାର କେତେକ ରାଜ୍ୟ ଖୁବ୍‌ଶୀଘ୍ର ଏଭଳି ପଦକ୍ଷେପ ନେବେ ବୋଲି ଘୋଷଣା କରିସାରିଲେଣି।
ଅଷ୍ଟ୍ରେଲିଆର ଏହି ଆଇନ ପ୍ରଣୟନ ମୂଳରେ ରହିଛି ସେଠାରେ ଅନୁଷ୍ଠିତ ଏକ ସର୍ବେକ୍ଷଣ। ତହିଁରୁ ଜଣାପଡ଼ିଛି ଯେ ସେ ଦେଶର ପ୍ରତି ୧୦ ଜଣରୁ ୭ ଜଣ ୧୦ ବର୍ଷରୁ ୧୫ ବର୍ଷ ବୟସ୍କ ପିଲାମାନେ ଡିଜିଟାଲ ଗଣମାଧ୍ୟମର ପରିବେଷିତ ଅନେକ ବିଷୟବସ୍ତୁର ନକାରାମତ୍କ ପ୍ରଭାବରେ ଗଭୀର ଭାବେ ପ୍ରଭାବିତ। ଅତଏବ ତାଙ୍କଠାରେ ପ୍ରକାଶ ପାଉଛି ନାନାଦି ନକାରାମତ୍କ ଚିନ୍ତାଧାରା, କ୍ଷୁଧାହୀନତା, ଅନିଦ୍ରା, ମାନସିକ ଚାପ ତଥା ଆମତ୍ହତ୍ୟା ପ୍ରବଣତା ଇତ୍ୟାଦି।
ଜାଗତିକ ସ୍ତରରେ ଅନୁଷ୍ଠିତ ଆକଳନ ଅନୁସାରେ ପ୍ରାୟ ୮/୧୦ ବର୍ଷ ବୟସରୁ ଶିଶୁମାନେ ସ୍ମାର୍ଟଫୋନ୍‌ ବ୍ୟବହାରକରି ବିବିଧ ଡିଜିଟାଲ ଗଣମାଧ୍ୟମ ପ୍ରତି ଆକୃଷ୍ଟ ହେବାକୁ ଆରମ୍ଭ କରୁଥିବାର ଦେଖାଯାଉଛି। ଏ ପ୍ରବୃତ୍ତି ତାଙ୍କଠାରେ ରହିଯାଉଛି ଜୀବନବ୍ୟାପୀ। ତାହା ସେମାନଙ୍କ ସ୍ମୃତିଶକ୍ତି ତଥା ସୃଜନଶୀଳଯୁକ୍ତ ଚିନ୍ତାଶକ୍ତିକୁ ପ୍ରତିହତ କରୁଛି ବୋଲି ଜଣାପଡ଼ିଛି ସିଙ୍ଗାପୁର ମ୍ୟାନେଜମେଣ୍ଟ ୟୁନିଭର୍ସିଟିର ଏକ ଅଧ୍ୟୟନରୁ। ଏଥି ଅନୁଯାୟୀ ଯେଉଁଦିନ ସେମାନେ ଅଧିକ ସମୟ ଧରି ସ୍ମାର୍ଟଫୋନ୍‌ ତଥା ଡିଜିଟାଲ ସାମାଜିକ ଗଣମାଧ୍ୟମ ସହ ବ୍ୟସ୍ତ ରହନ୍ତି ସେଦିନ ସେମାନଙ୍କ ମନର ଅବସ୍ଥା ଏତେ ଅସ୍ଥିର ରହେ ଯେ ସେମାନେ ନିଜ ଲୋକଙ୍କ ନଁା ମଧ୍ୟ ଭୁଲିଯାଆନ୍ତି ଏବଂ ଉଚିତ ନିଷ୍ପତ୍ତି ନେବାକୁ ଅକ୍ଷମ ହୋଇପଡ଼ନ୍ତି।
ଅନ୍ୟପକ୍ଷରେ ଆମେରିକାର ପ୍ରତି ୧୦ ଜଣରେ ୮ ଜଣ ଲୋକ ମୁଣ୍ଡ ତଳେ ସ୍ମାର୍ଟଫୋନ୍‌ ରଖି ଶୁଅନ୍ତି। ରାତିକ ମଧ୍ୟରେ ସେମାନେ ତାହା ୪/୫ ଥର ଦେଖନ୍ତି ବୋଲି ଜଣାପଡ଼ିଛି। ସେଠାରେ ଡାଟା ବିଶ୍ଲେଷଣକାରୀ ସଂସ୍ଥା ୟୁ ଗଭ୍‌ର ସର୍ବେକ୍ଷଣରୁ। ଆମ ଦେଶରେ ମଧ୍ୟ ବହୁ ଲୋକ ଏପରି କରନ୍ତି। ଫଳରେ ମାନସିକ ସ୍ବାସ୍ଥ୍ୟ ଗଭୀର ଭାବେ ପ୍ରଭାବିତ ହୁଏ। ଶିଶୁମାନଙ୍କ କ୍ଷେତ୍ରରେ ଏହା ସର୍ବାଧିକ।
ଚେନ୍ନାଇସ୍ଥିତ ଶ୍ରୀରାମଚନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାୟର ଏଜୁକେଶନ ଆଣ୍ଡ ରିସର୍ଚ୍ଚ ଏବଂ ରେନ୍‌ବୋ ଚିଲ୍‌ଡ୍ରେନ୍ସ ହସ୍ପିଟାଲର ଏକ ମିଳିତ ଅଧ୍ୟନୟ ଅନୁସାରେ ଆମ ଦେଶର ପ୍ରାୟ ୩୯.୬ ଶତାଂଶ ଶିଶୁ କୌଣସି ନା କୌଣସି ପ୍ରକାର ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେମାନଙ୍କ ମଧ୍ୟରୁ ପ୍ରତି ୫ଜଣରେ ୨ ଜଣଙ୍କ କ୍ଷେତ୍ରରେ ଏହାର କାରଣ ହେଲା ସ୍ମାର୍ଟଫୋନ୍‌ ବ୍ୟବହାର କରି ଡିଜିଟାଲ ଗଣମାଧ୍ୟମରେ ପ୍ରସାରିତ କାର୍ଯ୍ୟକ୍ରମମାନ ଦେଖିବା। ଏହା ତାଙ୍କଠାରେ ହର୍‌ମୋହନ ଅସନ୍ତୁଳନ, ଶରୀରର ଅଭିବୃଦ୍ଧି ବାଧାପ୍ରାପ୍ତ ହେବା, ଶିକ୍ଷା ପ୍ରତି ଧ୍ୟାନ ନ ଦେବା ଏବଂ ସ୍ମୃତିଶକ୍ତି ହ୍ରାସପାଇବା ଆଦିର କାରଣ ହୋଇପାରେ। ସେଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ସେମାନଙ୍କ ଲାଗି ଅତିବେଶିରେ ଦିନକୁ ୧ ଘଣ୍ଟାରୁ ଅଧିକ ତାହା ନ ଦେଖିବା ଲାଗି ନିର୍ଦ୍ଦେଶ ଦେଇଛି। ପୁନଶ୍ଚ ସେମାନେ ଦେଖୁଥିବା କାର୍ଯ୍ୟକ୍ରମଗୁଡ଼ିକ ସକାରାମତ୍କ ହେବା ଉଚିତ ବୋଲି ସେଥିରେ ସୂଚିତ କରାଯାଇଛି।
ବିବିଧ ଡିଜିଟାଲ ଗଣମାଧ୍ୟମ ସହ ଅତ୍ୟନ୍ତ ସମ୍ପୃକ୍ତ ହୋଇପଡ଼ିଥିବା ଲୋକେ ଦିନକୁ ହାରାହାରି ୧୧୦ଥର ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌ ବ୍ୟବହାର କରିଥାନ୍ତି ଏବଂ ସେମାନଙ୍କ ମାନସିକ ବ୍ୟବସ୍ଥା ଉପରେ ଏହାର ସୁଦୂରପ୍ରସାରୀ କୁପ୍ରଭାବ ଥିବାର ମତ ଦିଅନ୍ତି ନଟିଂହାମ୍‌ ଟ୍ରେଣ୍ଟ୍‌ ବିଶ୍ୱବିଦ୍ୟାଳୟର ଗବେଷକଗଣ। ଅନ୍ୟପକ୍ଷରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ମନସ୍ତତ୍ତ୍ୱବିତ୍‌ ପ୍ରଫେସର ଅନ୍ନା ଲେମ୍ବକେଙ୍କ ମତରେ ସ୍ମାର୍ଟଫୋନ୍‌ ଏବଂ ଡିଜିଟାଲ ଗଣମାଧ୍ୟମ ମସ୍ତିଷ୍କରେ ନିଶାକାରୀ ଔଷଧ ଏବଂ ମଦ ଭଳି ଖୁସି ଅନୁଭୂତି ପ୍ରଦାନକାରୀ ପରିପଥକୁ ସକ୍ରିୟକରେ। ଅତଏବ ଏହା ସେଗୁଡିକ ପରି ଅଭ୍ୟାସକାରୀ। ସେଥିପାଇଁ ଏଥିରୁ ମୁକ୍ତହେବାକୁ ଚାହିଁଲେ ଅନୁରୂପ ‘ ପ୍ରତ୍ୟାହୃତ ପ୍ରତିକ୍ରୟା’ ପ୍ରକଟିତ ହୁଏ।
ଶିଶୁମାନେ ଏହାଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହୁଅନ୍ତି। ଥରେ ଅଭ୍ୟାସଗତ ହୋଇଗଲେ ତାହା ତାଙ୍କର ନିଶାରେ ପରିଣତ ହୋଇଯାଏ। ବିବିଧ ଡିଜିଟାଲ ଗଣମାଧ୍ୟମରେ ପ୍ରସାରିତ କାହାଣୀ ବା ଖେଳମାନ ତାଙ୍କ ମନକୁ ସମ୍ପୂର୍ଣ୍ଣ ରୂପେ ଗ୍ରାସିବାକୁ ଲାଗେ। ଏଣୁ ସେମାନଙ୍କର ସ୍ବାଧୀନ ତଥା ସକାରାତ୍ମକ ଚିନ୍ତା କରିବାର ଅବକାଶ ରହେନାହିଁ।
ଅଷ୍ଟ୍ରେଲିଆ ଦ୍ୱାରା ଶିଶୁଙ୍କ ପାଇଁ ନିଷିଦ୍ଧ ୧୦ଟିକୁ ଛାଡ଼ିଦେଲେ ଆହୁରି ଅନେକ ଡିଜିଟାଲ ଗଣମାଧ୍ୟମ ରହିଛି । ସେଗୁଡିକର ଅନ୍ତର୍ଭୁକ୍ତ ହେଲା ହ୍ବାଟ୍ସଆପ୍‌, ୟୁଟ୍ୟୁବ୍‌କିଡ୍‌ସ୍‌, ମେସେଞ୍ଜର ଇତ୍ୟାଦି। ଏମାନଙ୍କ ଉପରେ ସେପରି କଟକଣା ନ ଲାଗିବାର କାରଣ ହେଲା ସେ ଦେଶର ଇ-ସେଫ୍‌ଟି କମିଶନଙ୍କ ମତରେ ତାହା ମୁଖ୍ୟତଃ ସମ୍ବାଦ ଓ ଖେଳ ପରିବେଷଣ ପାଇଁ ଉଦ୍ଦିଷ୍ଟ। ତଥାପି ଏଗୁଡିକର କାର୍ଯ୍ୟକ୍ରମ ମଧ୍ୟ ସମୟକୁ ସମୟ ମୂଲ୍ୟାୟନ କରାଯିବ।
ତେବେ ପ୍ରଶ୍ନ ଉଠୁଛି, ଶିଶୁମାନଙ୍କ ପାଇଁ ନିଷେଧ ହୋଇଥିବା ଏହି ଡିଜିଟାଲ ଗଣମାଧ୍ୟମ ବ୍ୟବହାରକାରୀଙ୍କ ବୟସ ଜାଣିବେ କିପରି ? କମ୍ପାନୀଗୁଡ଼ିକ ଏଥିପାଇଁ ବୟସ ପରିମାପକ ପ୍ରଯୁକ୍ତିବିଦ୍ୟାର ସହାୟତା ନେଇପାରିବେ ବୋଲି ମନେକରାଯାଏ। ପୁନଶ୍ଚ ଏଥିପାଇଁ ବ୍ୟବହାରକାରୀଙ୍କୁ ତାଙ୍କ ବୟସର ପ୍ରମାଣ ମଧ୍ୟ ଦେବାକୁ ପଡ଼ିବ। ଶେଷରେ ଏକଥା ମଧ୍ୟ କୁହାଯାଇପାରେ ଯେ ଅଷ୍ଟ୍ରେଲିଆକୁ ଅନୁସରଣକରି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସେହିଭଳି ପଦକ୍ଷେପ ନେଲେ ଡିଜିଟାଲ ଗଣମାଧ୍ୟମଗୁଡିକ ନକାରାତ୍ମକ କାର୍ଯ୍ୟକ୍ରମ ପ୍ରସାରକରିବା ଲାଗି ନିରୁତ୍ସାହିତ ହେବେ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
ମୋ: ୯୯୩୭୩୦୧୪୬୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?