ଦୁଇ ରାଜ୍ୟର ଭିନ୍ନ ଫଳ

୨୦୨୪ ଲୋକ ସଭା ନିର୍ବାଚନ ପରେ ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ଲାଗି ହୋଇଥିବା ମତଦାନରେ ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟ ୧-୧ ପଏଣ୍ଟ ପାଇଛନ୍ତି। ଅର୍ଥାତ୍‌ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଭାଜପା ୪୯ ଆସନ ପାଇ ତୃତୀୟ ଥର ସରକାର ଗଠନ କରିବାକୁ ଲୋକମତ ପାଇଛି। ଏକ୍‌ଜିଟ ପୋଲ୍‌ରେ ପ୍ରାୟ ସବୁ ସର୍ଭେ ସଂସ୍ଥା କଂଗ୍ରେସ ୫୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରିଥିଲେ। କିନ୍ତୁ ତାହା ୩୬ରେ ସୀମିତ ରହିଲା। କୃଷକଙ୍କ ଭାଜପା ବିରୋଧୀ ଆଭିମୁଖ୍ୟ, ଅଗ୍ନିବୀର ପ୍ରସଙ୍ଗ ଓ କୁସ୍ତିଯୋଦ୍ଧାଙ୍କ ସମସ୍ୟାକୁ କଂଗ୍ରେସ ଗୁରୁତ୍ୱ ଦେଇ ପ୍ରଚାର କରୁଥିବାରୁ ତାହା ଶାସକ ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଥିଲା। ସେହିଭଳି ଗତ ୧୦ ବର୍ଷ ଶାସନରେ ଥିବାରୁ ଶାସକ ବିରୋଧୀ ପବନ ବହି ଭାଜପାକୁ କ୍ଷମତାରୁ ଉଡ଼େଇ ନେବ ବୋଲି ଏକପ୍ରକାର ‘ଘୋ’ ମଧ୍ୟ ସୃଷ୍ଟି ହୋଇଯାଇଥିଲା। ତାହା ନ ହୋଇଲା। ଆଲୋଚନା ହେଲାଣି ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ପୂର୍ବାପେକ୍ଷା ଭଲ ରହିବାରୁ ଏହାର ନେତାମାନେ ଅଧିକ ଆତ୍ମବିଶ୍ୱାସୀ ହୋଇପଡ଼ିଛନ୍ତି। ଦ୍ୱିତୀୟରେ ସେଠାରେ ଭୂପିନ୍ଦର ସିଂ ହୁଡ଼ା ନା କୁମାରୀ ଶୈଲେଜା ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦଳ ଭିତରେ ଟଣାଓଟରା ଚାଲିଥିଲା। ପୁଣି ଦେଖାଯାଉଛି ଯେଉଁଠାରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଛି ସେଠାରେ ସେଭଳି ସଫଳତା ପାଇପାରୁନାହିଁ। ୨୦୨୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସ୍‌ପି) ସହ ଲଢ଼ିବାରୁ କଂଗ୍ରେସକୁ ଫାଇଦା ମିଳିଥିଲା। ଏବେ ଜମ୍ମୁ ଓ କଶ୍ମୀର ଭୋଟ ଫଳାଫଳ ଦେଖିଲେ ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ଓ କଂଗ୍ରେସ ମେଣ୍ଟ ସଫଳତା ପାଇଛି। ଅର୍ଥାତ୍‌ କଂଗ୍ରେସ ଏକାକୀ ନୁହେଁ, ଅନ୍ୟମାନଙ୍କ ସହିତ ‘ବି ଟିମ୍‌’ ଭାବେ ଖେଳିଲେ ଜିତାପଟ ପାଇପାରୁଛି। କଂଗ୍ରେସର ବଡ଼ ସମସ୍ୟା ହେଲା, ଯେହେତୁ ଏହା ସ୍ଥାନୀୟ ନେତୃତ୍ୱକୁ ବଢ଼ିବାକୁ ସୁଯୋଗ ଦେଉନାହିଁ, ସେଥିପାଇଁ ସ୍ଥାନୀୟ ସମସ୍ୟାକୁ ଲୋକେ ଭୁଲି ଯାଉଛନ୍ତି। ହରିୟାଣା ନିର୍ବାଚନରେ ଜନନାୟକ ଜନତା ପାର୍ଟି (ଜେଜେପି)ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଥିଲେ। ଗତ ସରକାରରେ ଭାଗୀଦାର ଥିବା ଜନନାୟକ ଜନତା ପାର୍ଟି (ଜେଜେପି) ମୁଖ୍ୟ ଦୁଷ୍ୟନ୍ତ ସିଂ ଚୌତାଲା ଭାଜପାଠାରୁ ଅଲଗା ହୋଇ ନିର୍ବାଚନରେ ନିଜ ଦକ୍ଷତା ପରୀକ୍ଷା କରିଥିଲେ। ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲଙ୍କ ଅଣନାତି ଦ୍ୟୁଷନ୍ତ ଗତ ନିର୍ବାଚନରେ ୧୦ଟି ଆସନ ଜିତି ସରକାର ଗଠନରେ କିଙ୍ଗ୍‌ମେକର ସାଜିଥିଲେ ମଧ୍ୟ ଏଥର ଖାତା ଖୋଲିପାରି ନାହାନ୍ତି।
ଜମ୍ମୁ ଓ କଶ୍ମୀରରେ ଦୀର୍ଘ ୧୦ ବର୍ଷ (୨୦୧୪ରେ ଶେଷ ନିର୍ବାଚନ ହୋଇଥିଲା) ପରେ ଏବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରବାସୀଙ୍କ ଦୁଃଖ ଓ ଯନ୍ତ୍ରଣା ବଢ଼ିଯାଇଥିଲା। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସେଠାରେ ହୋଇଥିବା ନିର୍ବାଚନରେ ଭାଜପା ପ୍ରଦର୍ଶନ ଭଲ ହେବ ନାହିଁ ବୋଲି ଆଲୋଚନା ହୋଇଥିଲା। ୨୦୧୪ରେ ଭାଜପା ୨୫ ଆସନ ପାଇଥିବା ବେଳେ ଏଥର ୨୯ ଆସନରେ ଜିତିଛି। ହେଲେ ସର୍ବାଧିକ କ୍ଷତି ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)କୁ ହୋଇଛି। ପୂର୍ବ ନିର୍ବାଚନରେ ୨୮ ଆସନ ପାଇଥିବା ବେଳେ ଏହା କମି ୩କୁ ଖସିଯାଇଛି। ଦ୍ୱିତୀୟ ଆଞ୍ଚଳିକ ଦଳ ଭାବେ ସିଟ୍‌ ସଂଖ୍ୟା ହ୍ରାସର ମୁଖ୍ୟ କାରଣ ହେଉଛି ତାହାର ସଦସ୍ୟମାନେ ନିଜର ଆସନରେ ଲୋକପ୍ରିୟତା ହାସଲ କରିପାରିଲେ ନାହିଁ। ଅନ୍ୟପକ୍ଷରେ ନ୍ୟାଶନାଲ କନଫରେନ୍ସ ୪୨ ଆସନ ପାଇଥିବା ବେଳେ ତା’ ସହ ନିର୍ବାଚନୀ ମେଣ୍ଟ କରିଥିବା କଂଗ୍ରେସକୁ ୬ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେଠାରେ ଏନ୍‌ସି ଓ କଂଗ୍ରେସ ମେଣ୍ଟ ସରକାର ଗଢ଼ିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ଏନ୍‌ସିର ଭାରତ ସପକ୍ଷବାଦୀ ଚିନ୍ତାଧାରା ରହୁଥିବାରୁ ତାହା ଅଧିକ ଲୋକସମର୍ଥନ ପାଇପାରିଛି। ଅର୍ଥାତ୍‌ ସାଧାରଣ କଶ୍ମୀରୀ ଭୋଟର ଭାରତ ସହିତ ଜଡ଼ିତ ହେବାକୁ ଇଚ୍ଛୁକ। ସବୁ କଶ୍ମୀରୀ ମିଳିତ ଭାବେ ପାକିସ୍ତାନ ସମର୍ଥକ ବୋଲି ଭାବିବା ଅନୁଚିତ। ଦେଖିବାକୁ ଗଲେ ଭାଜପାର ଉଦ୍ଦେଶ୍ୟ ଥିଲା ଜମ୍ମୁ ଓ କଶ୍ମୀରକୁ ଅକ୍ତିଆରକୁ ଆଣି ସେଠାରେ ଶାସନ କରିବ। ହେଲେ କଶ୍ମୀରବାସୀ ଭାଜପାକୁ ପ୍ରତ୍ୟାଖ୍ୟାନ କଲେ। ଏଥିରୁ ବୁଝିବାକୁ ହେବ ଯେ କାହାର ଅଧିକାରକୁ ଛଡ଼ାଇ ନେବା ସହ ବଳ ପ୍ରୟୋଗ କରି କୌଣସି ଅଞ୍ଚଳ ଉପରେ ଶାସନ କରିବା କଷ୍ଟକର। ସମ୍ଭବତଃ ଏଇଥିପାଇଁ ଭାଜପା ଯେତେ କଳ, ବଳ ଓ କୌଶଳ ପ୍ରୟୋଗ କଲେ ମଧ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିଲା ନାହିଁ।
ଏହି ଦୁଇ ନିର୍ବାଚନ ଅନ୍ୟଏକ ଚିତ୍ରକୁ ସ୍ପଷ୍ଟ କରୁଛି। ଉତ୍ତର ଭାରତର ଏହି ଦୁଇଟି ରାଜ୍ୟରେ ଭିନ୍ନ ପ୍ରକାରର ମତଦାନ ପ୍ରମାଣ କରୁଛି ଯେ ଏହି ଦେଶରେ କେବଳ ଗଣତନ୍ତ୍ର ନୁହେଁ, ସଂଘୀୟ ଚିନ୍ତାଧାରା ମଧ୍ୟ ସଫଳତା ପାଇପାରୁଛି। ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ଚିନ୍ତାଧାରା ଭାରତର ସମସ୍ୟା ଦୂର କରିବ ନାହିଁ। ବିଭିନ୍ନ ସମୟରେ ନିର୍ବାଚନ ହେଉଥିଲେ ତାହା, ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ, ଶାସକ ଗୋଷ୍ଠୀର ଲଗାମ ଧରିରଖୁଛି। ଏକସଙ୍ଗେ ଭୋଟ ହେଲେ ଖର୍ଚ୍ଚ କମିବ ନାହିଁ, ଅପରପକ୍ଷରେ ଲୋକମତ ଅଧିକ ବିଭ୍ରାନ୍ତିକର ହେବାର ସୁଯୋଗ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri