ଡିଜେଲ୨୮ ପଇସା ବୃଦ୍ଧି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୭।୯: ଦିନକର ବିରତି ପରେ ପୁଣି ଥରେ ଡିଜେଲ ଦରରେ ପରିବର୍ତ୍ତନ ଘଟିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ଡିଜେଲ ୨୮ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ମୂଲ୍ୟ ପୂର୍ବପରି ସ୍ଥିର ରହିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୭.୧୨ ଟଙ୍କା ଏବଂ ପେଟ୍ରୋଲ ୧୦୨.୦୪ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୯୭.୪୬ ଟଙ୍କା ଓ ପେଟ୍ରୋଲ ୧୦୨.୩୯ ଟଙ୍କା କାରବାର କରାଯାଉଛି।
ସେହିପରି ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୨୫ ପଇସା ବଢ଼ିଥିବା ବେଳେ ପେଟ୍ରୋଲ ମୂଲ୍ୟ ସ୍ଥିର ରହିଛି। ଏହି ଦର ବୃଦ୍ଧି ଫଳରେ ସେଠାରେ ଡିଜେଲ ଲିଟର ପିଛା ୮୯.୦୭ ଟଙ୍କା ଏବଂ ପେଟ୍ରୋଲ ୧୦୧.୧୯ ଟଙ୍କାରେ କାରବାର ହେଉଛି। ଅପରପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୩ରୁ ୨୭ ପଇସା ବଢ଼ି ଯଥାକ୍ରମ ୯୩.୬୯ ଟଙ୍କା, ୯୨.୧୭ ଟଙ୍କା ଏବଂ ୯୬.୬୮ ଟଙ୍କାରେ ପହଞ୍ଚତ୍ଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଦର ଯଥାକ୍ରମେ ୯୮.୯୬ ଟଙ୍କା, ୧୦୧.୬୨ ଟଙ୍କା ଏବଂ ୧୦୭.୨୬ ଟଙ୍କାରେ ରହିଛି।
ଗତ କିଛିଦିନ ହେବ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଉଚ୍ଚା ରହିବା ଯୋଗୁ ତା’ର ପ୍ରଭାବ ଭାରତ ବଜାରରେ ଦେଖିବାକୁ ମିଳୁଛି ବୋଲି ତୈଳ କମ୍ପାନୀଗୁଡ଼ିକ ମତ ଦେଇଛନ୍ତି। କୋଭିଡ୍‌ ମାନ୍ଦାବସ୍ଥା ସମୟରେ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ବ୍ୟବସ୍ଥା ଓ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଛି। ଫଳରେ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡୁଛି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଶେଷ ଥର ପାଇଁ ସେପ୍ଟେମ୍ବର ୫ରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜର ମୂଲ୍ୟ ଉପରେ ସୀମା ଧାର୍ଯ୍ୟ

ନୂଆଦିଲ୍ଲୀ,୨୨-୩ : ହ୍ୟାଣ୍ଡ ସାନିଟାଇଜର ମୂଲ୍ୟ ଉପରେ ସରକାର କଟକଣା ଲଗାଇବା ସହ ସୀମା ଧାର୍ଯ୍ୟ କରିଛନ୍ତି। ଜୁନ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର...

ପୁଣି ୧୦ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୩୧।୮: ଚଳିତ ମାସ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଲିଟର ପିଛା ୧୦ ପଇସା ବଢି ୮୨.୫୯ ଟଙ୍କା...

ଡ୍ୟୁକ୍‌ର ନୂଆ ଟି-ଶାର୍ଟ କଲେକ୍ସନ

ଭୁବନେଶ୍ୱର,୨୮-୬: ଡ୍ୟୁକ୍‌ ଫ୍ୟାଶନ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ ମର୍ସିରାଇଜଡ୍‌ କଟନ ଟି-ସାର୍ଟ କଲେକଶନ ୨୦୧୯ ବଜାରରେ ଉପଲବ୍ଧ ହେଉଛି। ଏହା ଡିଜାଇନ ଏବଂ ଷ୍ଟାଇଲ...

୧୯ ଶାଖା ଖୋଲିଲା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ

ଭୁବନେଶ୍ୱର,୨୨-୯: ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ(ୟୁଏସ୍‌ଏଫ୍‌ବି) ଓଡ଼ିଶାରେ ଏହାର ଉପସ୍ଥିତି ଜାହିର ଲାଗି ବିଭିନ୍ନ ଯୋଜନା ଗ୍ରହଣ କରୁଛିି। ଏହି କାର୍ଯ୍ୟକ୍ରମ ମୁତାବକ ବ୍ୟାଙ୍କ ପକ୍ଷରୁ...

କର୍ପୋରେଟ ଇଣ୍ଡିଆ ପାଇଁ ସବୁଠୁ ଖରାପ ସମୟ ଥିଲା ଗତ ୫ବର୍ଷ

ନୂଆଦିଲ୍ଲୀ,୨୬-୮: କର୍ପୋରେଟ ଇଣ୍ଡିଆ ପାଇଁ ଗତ ୫ ବର୍ଷ(ଆର୍ଥିକ ବର୍ଷ ୨୦୧୩-୧୪ରୁ ୨୦୧୭-୧୮) ସବୁଠୁ ଖରାପ ସମୟ ଥିଲା। ଦୀର୍ଘ ୨୫ ବର୍ଷ ଭିତରେ ଏଭଳି...

ଫ୍ୟାମିଲି ପେନ୍‌ସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନ୍‌ସନ ସୀମାକୁ ୧.୨୫ ଲକ୍ଷକୁ ବଢାଇଛନ୍ତି। ଫ୍ୟାମିଲି ପେନ୍‌ସନ କ୍ଷେତ୍ରରେ ସଂସ୍କାର ପଦକ୍ଷେପ ଅନ୍ତର୍ଗତ ଏଭଳି ବ୍ୟବସ୍ଥା କରାଯାଇଛି। ଏହି...

ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍‌ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ...

ଟାଟା ମୋଟର୍ସର ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ

ଭୁବନେଶ୍ୱର,୭-୬: ଟାଟା ମୋଟର୍ସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ ଆୟୋଜନ କରାଯାଇଛି। ସବୁଜ ଏବଂ ସ୍ବଚ୍ଛ ପରିବେଶ...

Advertisement
Archives

Model This Week