୫ମ ଦିନ ପାଇଁ ପେଟ୍ରୋଲ, ଡିଜେଲ ଲଗାତର ବୃଦ୍ଧି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୫।୧୦: ଗତ ସେପ୍ଟେମ୍ବର ୨୪ରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬.୫୧ ଟଙ୍କା ଏବଂ ଡିଜେଲ ୮.୪୬ ଟଙ୍କା ବୃଦ୍ଧି ପାଇଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ.. ଡିଜେଲ ୩୯ ପଇସା ଏବଂ ପେଟ୍ରୋଲ ୩୬ ପଇସା ବୃଦ୍ଧି ପାଇଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୧୦୫.୦୭ ଟଙ୍କା ଏବଂ ପେଟ୍ରୋଲ ୧୦୮.୫୫ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ପେଟ୍ରୋଲ ୧୦୮.୯୦ ଟଙ୍କାରେ ପହଞ୍ଚତ୍ଛି।

ଅପରପକ୍ଷରେ ରାଜ୍ୟରେ ସର୍ବାଧିକ ତୈଳ ଦର ମାଲକାନଗିରିରେ ପେଟ୍ରୋଲ ୧୧୪.୧୩ ଟଙ୍କା ଥିବାବେଳେ ଡିଜେଲ ୧୧୦.୪୭ ଟଙ୍କାରେ କାରବାର ହେଉଥିବା ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।
ସାରାଦେଶରେ ଲଗାତର ୫ମ ଦିନ ପାଇଁ ତୈଳ ଦର ବୃଦ୍ଧି ଘଟିଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୩୫ ପଇସା ବୃଦ୍ଧି ଘଟିଥିବା ତୈଳ ନିଗମ ପକ୍ଷରୁ ସୂଚନା ମିଳିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୬.୩୨ ଟଙ୍କା ଏବଂ ପେଟ୍ରୋଲ ୧୦୭.୫୯ ଟଙ୍କାରେ ପହଞ୍ଚତ୍ଛି। ଗତ ୫ସପ୍ତାହ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ୬.୪୦ ଟଙ୍କା ଏବଂ ଡିଜେଲ ୭.୭୦ ଟଙ୍କା ବଢ଼ିଥିବା ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୩୪ରୁ ୩୮ ପଇସା ବଢ଼ି ଯଥାକ୍ରମ ୧୦୦.୫୯ ଟଙ୍କା, ୯୯.୪୩ ଟଙ୍କା ଏବଂ ୧୦୪.୩୮ ଟଙ୍କାରେ ରହିଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୩୦ରୁ ୩୪ ପଇସା ବଢ଼ି ଯଥାକ୍ରମେ ୧୦୪.୫୨ ଟଙ୍କା, ୧୦୮.୧୧ଟଙ୍କା ଏବଂ ୧୧୩.୪୬ ଟଙ୍କାରେ ରହିଛି। ସାରା ଦେଶରେ ସର୍ବାଧିକ ତୈଳ ଦର ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୯.୭୯ ଟଙ୍କା ଥିବାବେଳେ ଡିଜେଲ ୧୧୦.୬୩ ଟଙ୍କାରେ କାରବାର ହେଉଛି ବୋଲି ସୂଚନା ମିଳିଛି।
ଗତ କିଛିଦିନ ହେବ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବେ ବୃଦ୍ଧି ପାଉଛି; ଯାହାର ପ୍ରଭାବ ଭାରତ ବଜାର ଉପରେ ପଡୁଛି ବୋଲି ତୈଳ କମ୍ପାନୀ ଓ କେନ୍ଦ୍ର ସରକାର ମତ ଦେଇଆସୁଛନ୍ତି। ହେଲେ ଯେତେବେଳେ ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଉଥିଲା ସେ ସମୟରେ ସରକାର କିଭଳି ଭାବେ ଦର ସ୍ଥିର ରଖିଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ଜିଏସ୍‌ଟି ମଧ୍ୟକୁ ତୈଳ ଦର କିପରି ଆସିବ ସେ ବିଷୟରେ ସରକାର ପୂର୍ବରୁ ଚିନ୍ତା କରିଥିଲେ ଦର ଆଜି ଏଳଭଳି ସ୍ଥିତିରେ ନ ଥାନ୍ତା ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ପେଟ୍ରୋଲ ଦରକୁ ଲୋକେ ଦେଶର ହିତ ପାଇଁ ସହ୍ୟ କରିପାରିବେ ହେଲେ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁ ତା’ର ପ୍ରଭାବ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସାଙ୍ଗକୁ ପହିବହନ ସେବା ଉପରେ ପଡୁଛି। ଫଳରେ ସବୁବର୍ଗର ଲୋକ କରୋନା ମାନ୍ଦାବସ୍ଥା ସମୟରେ ଅତିରିକ୍ତ ଆର୍ଥିକ ବୋଝ ବହନ କରୁଛନ୍ତି ବୋଲି ଖାଉଟି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?