୫ମ ଦିନ ପାଇଁ ପେଟ୍ରୋଲ, ଡିଜେଲ ଲଗାତର ବୃଦ୍ଧି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୫।୧୦: ଗତ ସେପ୍ଟେମ୍ବର ୨୪ରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ଗତ ମାସକ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬.୫୧ ଟଙ୍କା ଏବଂ ଡିଜେଲ ୮.୪୬ ଟଙ୍କା ବୃଦ୍ଧି ପାଇଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌) ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ.. ଡିଜେଲ ୩୯ ପଇସା ଏବଂ ପେଟ୍ରୋଲ ୩୬ ପଇସା ବୃଦ୍ଧି ପାଇଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୧୦୫.୦୭ ଟଙ୍କା ଏବଂ ପେଟ୍ରୋଲ ୧୦୮.୫୫ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ପେଟ୍ରୋଲ ୧୦୮.୯୦ ଟଙ୍କାରେ ପହଞ୍ଚତ୍ଛି।

ଅପରପକ୍ଷରେ ରାଜ୍ୟରେ ସର୍ବାଧିକ ତୈଳ ଦର ମାଲକାନଗିରିରେ ପେଟ୍ରୋଲ ୧୧୪.୧୩ ଟଙ୍କା ଥିବାବେଳେ ଡିଜେଲ ୧୧୦.୪୭ ଟଙ୍କାରେ କାରବାର ହେଉଥିବା ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।
ସାରାଦେଶରେ ଲଗାତର ୫ମ ଦିନ ପାଇଁ ତୈଳ ଦର ବୃଦ୍ଧି ଘଟିଛି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୩୫ ପଇସା ବୃଦ୍ଧି ଘଟିଥିବା ତୈଳ ନିଗମ ପକ୍ଷରୁ ସୂଚନା ମିଳିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୬.୩୨ ଟଙ୍କା ଏବଂ ପେଟ୍ରୋଲ ୧୦୭.୫୯ ଟଙ୍କାରେ ପହଞ୍ଚତ୍ଛି। ଗତ ୫ସପ୍ତାହ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ୬.୪୦ ଟଙ୍କା ଏବଂ ଡିଜେଲ ୭.୭୦ ଟଙ୍କା ବଢ଼ିଥିବା ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୩୪ରୁ ୩୮ ପଇସା ବଢ଼ି ଯଥାକ୍ରମ ୧୦୦.୫୯ ଟଙ୍କା, ୯୯.୪୩ ଟଙ୍କା ଏବଂ ୧୦୪.୩୮ ଟଙ୍କାରେ ରହିଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୩୦ରୁ ୩୪ ପଇସା ବଢ଼ି ଯଥାକ୍ରମେ ୧୦୪.୫୨ ଟଙ୍କା, ୧୦୮.୧୧ଟଙ୍କା ଏବଂ ୧୧୩.୪୬ ଟଙ୍କାରେ ରହିଛି। ସାରା ଦେଶରେ ସର୍ବାଧିକ ତୈଳ ଦର ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୧୯.୭୯ ଟଙ୍କା ଥିବାବେଳେ ଡିଜେଲ ୧୧୦.୬୩ ଟଙ୍କାରେ କାରବାର ହେଉଛି ବୋଲି ସୂଚନା ମିଳିଛି।
ଗତ କିଛିଦିନ ହେବ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆଶାତୀତ ଭାବେ ବୃଦ୍ଧି ପାଉଛି; ଯାହାର ପ୍ରଭାବ ଭାରତ ବଜାର ଉପରେ ପଡୁଛି ବୋଲି ତୈଳ କମ୍ପାନୀ ଓ କେନ୍ଦ୍ର ସରକାର ମତ ଦେଇଆସୁଛନ୍ତି। ହେଲେ ଯେତେବେଳେ ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଉଥିଲା ସେ ସମୟରେ ସରକାର କିଭଳି ଭାବେ ଦର ସ୍ଥିର ରଖିଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ଜିଏସ୍‌ଟି ମଧ୍ୟକୁ ତୈଳ ଦର କିପରି ଆସିବ ସେ ବିଷୟରେ ସରକାର ପୂର୍ବରୁ ଚିନ୍ତା କରିଥିଲେ ଦର ଆଜି ଏଳଭଳି ସ୍ଥିତିରେ ନ ଥାନ୍ତା ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ପେଟ୍ରୋଲ ଦରକୁ ଲୋକେ ଦେଶର ହିତ ପାଇଁ ସହ୍ୟ କରିପାରିବେ ହେଲେ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁ ତା’ର ପ୍ରଭାବ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସାଙ୍ଗକୁ ପହିବହନ ସେବା ଉପରେ ପଡୁଛି। ଫଳରେ ସବୁବର୍ଗର ଲୋକ କରୋନା ମାନ୍ଦାବସ୍ଥା ସମୟରେ ଅତିରିକ୍ତ ଆର୍ଥିକ ବୋଝ ବହନ କରୁଛନ୍ତି ବୋଲି ଖାଉଟି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri