ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା ୫ ଟାଙ୍କି ଓ ୨ ଡିପୋରେ ଶନିବାର ପେଟ୍ରୋଲ,ଡିଜେଲ ଓ ଗ୍ୟାସ ନ ଥିବାରୁ ଖାଉଟିଙ୍କ ମଧ୍ୟରେ ଭାଳେଣୀ ସୃଷ୍ଟି କରିଛି। ଗାଡ଼ି ଚାଳକ, ମାଲିକ ଓ ଖାଉଟି ହଇରାଣ ହେଉଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରାଚ୍ୟରେ ଯୁଧ୍ୟ ଚାଲିଥିବାରୁ ପେଟ୍ରୋଲ ଡିଜେଲ ଦର ବଢିବ ବୋଲି ଲୋକେ ଆଶଙ୍କା କରିଛନ୍ତି। ଶନିବାର ଗ୍ୟାସ ଦର ବଢ଼ିଛି। ଏଥିଯୋଗୁ ଟାଙ୍କି ଓ ଡିପୋ ମାଲିକମାନେ ତେଲ ଓ ଗ୍ୟାସ ନ ଥିବା ଦର୍ଶାଇ ବନ୍ଦ ରଖିଥିବା ଲୋକେ କହିଛନ୍ତି। ନନ୍ଦପୁର ବ୍ଲକ ସଦରସ୍ଥିତ ୨ ଏଚ୍‌ପି ଓ ଇଣ୍ଡିଆନ ଅଏଲ ଟାଙ୍କି, ଗାଲଗାଡ଼ା ଇଣ୍ଡିଆନ ଅଏଲ, ଭେଜା ଇଣ୍ଡିଆନ ଅଏଲ ଓ ପାଡୁଆ ଏଚପି ଟାଙ୍କିରେ ତେଲନଥିବାରୁ ଟାଙ୍କି ଗୁଡ଼ିକ ବନ୍ଦ ପଡିଛି। ନନ୍ଦପୁର ଏଚ୍‌ପି ଓ ପାଡୁଆ ଇଣ୍ଡିଆନ ଗ୍ୟାସ ଡିପୋ ମଧ୍ୟ ଷ୍ଟକ ନ ଥିବା ଦର୍ଶାଇ ବନ୍ଦ ରହିଥିବାରୁ ଲୋକେ ହଇରାଣ ହେଉଛନ୍ତି। ଟାଙ୍କି ମାଲିକଙ୍କୁ ପଚାରିବାରୁ ଜଟଣୀ ଓ ଝାରସୁଗୁଡ଼ାର ଇଣ୍ଡିଆନ ଅଏଲ ଏବଂ ପାରାଦୀପର ଏଚପି ତେଲ ଡିପୋରେ କୌଣସି ଅସୁବିଧା ଥିବାରୁ ତେଲ ଆସିନାହିଁ। ଯାହା ଥିଲା ବିକ୍ରି ସରିଥିବା କହିଛନ୍ତି। ଶନିବାର ମଧ୍ୟରାତ୍ରୀ ସୁଧା ସମସ୍ତ ଟାଙ୍କିରେ ପେଟ୍ରୋଲ ଡିଜେଲ ପହଞ୍ଚିବ। ଟାଙ୍କିରେ ତେଲ ବିକ୍ରି ସ୍ବାଭାବିକ ହେବ ବୋଲି ସୂଚନା ଦେଇଛନ୍ତି। ୨ ଗ୍ୟାସ ଡିପୋରୁ କୌଣସି ସୂଚନା ମିଳିପାରି ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

ଦାରିଙ୍ଗବାଡିରେ ଓଡ଼ିିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ: ବଦଳିବ ଦାରିଙ୍ଗବାଡି ପର୍ଯ୍ୟଟନର ମାନଚିତ୍ର 

ଦାରିଙ୍ଗବାଡି,୮।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଦିନିକିଆ ଗସ୍ତରେ ଆସିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ…

ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri