Posted inଜାତୀୟ

ଦିଦିଙ୍କ ଏକଲା ଚଲୋ ନୀତି: ମାଷ୍ଟର ଷ୍ଟ୍ରୋକ୍‌ ନା ବାଧ୍ୟବାଧକତା ?…

କୋଲକାତା,୪।୩ : ଉତ୍ତର-ପୂର୍ବରେ ନିର୍ବାଚନ ଫଳାଫଳ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ଫଳ ଆସିବା ମାତ୍ରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିରୋଧୀ ଏକତାକୁ ଏକ ବଡ଼ ଝଟକା ଦେଇଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମମତା ଦିଦି କହିଛନ୍ତି ଯେ ଆମେ ଏକୁଟିଆ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ।

ପଶ୍ଚିମବଙ୍ଗରେ କଂଗ୍ରେସ, ବାମ ଓ ଭାଜପାର ଏକ ଅନୈତିକ ଗୁପ୍ତ ମେଣ୍ଟ ଗଠନ ହୋଇଛି। ସେଥିପାଇଁ ଆମେ ସାଧାରଣ ଜନତାଙ୍କ ସହ ମିଶି ୨୦୨୪ରେ ନିର୍ବାଚନ ଏକାକୀ ଲଢ଼ିବୁ। ମମତାଙ୍କ ଏହି ଘୋଷଣା ଯୋଗୁଁ ଭାଜପା ବିରୋଧରେ ଗଠିତ ବିରୋଧୀ ଦଳ ଏକତାକୁ ବଡ ଧକ୍କା ଲାଗିଛି।

ଏକ ପ୍ରଶ୍ନର ଉତ୍ତରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଯେଉଁମାନେ ଭାଜପାକୁ ପରାସ୍ତ କରିବାକୁ ଚାହୁଁଛନ୍ତି ସେମାନେ ଟିଏମ୍‌ସିକୁ ଭୋଟ ଦେବେ। ଟିଏମସି ରାଜ୍ୟରେ ଭାଜପା ବିରୋଧରେ ଜୋରଦାର ଲଢ଼େଇ ଜାରି ରଖିଛି।

ରାଜ୍ୟର ସାଗରଦିଘି ଉପ-ନିର୍ବାଚନରେ ଭାଜପା ଏବଂ କଂଗ୍ରେସ ଉଭୟ ଦଳ ସାମ୍ପ୍ରଦାୟିକତାର କାର୍ଡ ଖେଳିଛନ୍ତି, ଯେଉଁଥିପାଇଁ ଆମେ ସେଠାରେ ହାରିଥିଲୁ।

କଂଗ୍ରେସ ଏବଂ ବାମପନ୍ଥୀ ଦଳକୁ ଭୋଟ ଦେବା ଅର୍ଥ ହେଉଛି ଭାଜପାକୁ ଭୋଟ ଦେବା। ଯେତେବେଳେ କଂଗ୍ରେସ ଗୋଆ ଗଲା ସେତେବେଳେ ସେଠାରେ ଭାଜପା ମଧ୍ୟ ଉପକୃତ ହୋଇଥିଲା। ସେମାନଙ୍କ ଇତିହାସ ଭୋଟର ଜାଣିସାରିଛନ୍ତି ।

ଦିଦିଙ୍କ ଏହି ଏକଲା ଚଲୋ ନୀତି ମାଷ୍ଟର ଷ୍ଟ୍ରୋକ୍‌ ନା ବାଧ୍ୟବାଧକତା ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ୨୦୨୧ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଏବଂ ବାମ ଦଳ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତେବେ ଟିଏମ୍‌ସିର ଟକ୍କର ସିଧାସଳଖ ଭାଜପା ସହିତ ହୋଇଥିଲା। ମମତାଙ୍କ ସହଯୋଗ ପାଇଁ ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗଠାରୁ ନିଜକୁ ଦୂରେଇ ରଖିଥିଲେ। ରାହୁଲଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ କଂଗ୍ରେସ ବହୁ ସମାଲୋଚନା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri