ସାଇକେଲରେ ବୁଲି ମାସ୍କ ବାଣ୍ଟୁଛନ୍ତି ଦିବ୍ୟାଙ୍ଗ

ସଜନାଗଡ, ୨୯।୭(ଡି.ଏନ.ଏ.)-ମହାମାରୀ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସୁଛନ୍ତି ଜଣେ ଦିବ୍ୟାଙ୍ଗ। ସେ ନିଜେ ସାଇକେଲରେ ଡାକବାଜି ଯନ୍ତ୍ର ଲଗାଇ ବିଭିନ୍ନ ଅଞ୍ଚଳ ବୁଲି କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ସେ ଲୋକଙ୍କୁ ବୁଝାଉଛନ୍ତି। ଗଁାରେ ବୁଲି ସଚେତନ କରିବା ବେଳେ ଯେଉଁମାନଙ୍କ ମୁହଁରେ ମାସ୍କ ନାହିଁ ସେମାନଙ୍କୁ ମାଗଣାରେ ମାସ୍କ ପ୍ରଦାନ କରି କରୋନାରୁ କିଭଳି ମୁକ୍ତି ପାଇବେ ସେ ବିଷୟରେ ଲୋକଙ୍କୁ ସଚେତନ କରାଉଛନ୍ତି। ଉକ୍ତ ଯୁବକ ହେଲେ ନୀଳଗିରି ଥାନା ଅଯୋଧ୍ୟା ଗ୍ରାମର ଅକ୍ଷୟ ଧଳ। ଯୁବକଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।