ଧର୍ମଶାଳା,୧୨।୬(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ଚିକିତ୍ସିତ ହେଉଛନ୍ତି। ଏହା ମଧ୍ୟରୁ ଧର୍ମଶାଳାରେ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ୨୦୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବାବେଳେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସଚିବ ଆଶ୍ୱତି ଏସ, ଜିଲାପାଳ ଅନେଶା ରେଡ୍ଡୀ ପ୍ରମୁଖ ପହଞ୍ଚି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ। ଆକ୍ରାନ୍ତ ହେବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ ଡାକ୍ତରୀ ଟିମ ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।


