ହିର୍ଲିପାଲିରେ ବ୍ୟାପୁଛି ଝାଡ଼ାବାନ୍ତି, ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଅତାବିରା,୧୦ା୭(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୫ଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଥିରୁ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୩ଜଣ ଲଳିତ ସାହୁ(୬୨), ସମାରୁ ଅଡ଼ା (୬୩) ଏବଂ କୁନି ମହାନନ୍ଦ(୧୮) ବୁର୍ଲା ଭିଏସ୍‌ଏସ୍‌ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବୁଧବାର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ଚିତ୍ରା ମହାନନ୍ଦ(୭), ବୁଇ ସାହୁ(୮୦), ଅର୍ଚ୍ଚନା ଛୁରିଆ (୧୫), ଲକ୍ଷ୍ମୀପ୍ରିୟା ଭୋଇ(୭), ସୁରେଶ୍ୱରୀ ପ୍ରଧାନ(୭୦), ରାସେଶ୍ୱରୀ ପ୍ରଧାନ(୭୦)। ଏମାନଙ୍କୁ ଗ୍ରାମର ମନ୍ଦିରପଡ଼ା ବ୍ଲକ ଘରେ ତିଆରି ହୋଇଥିବା ଅସ୍ଥାୟୀ କ୍ୟାମ୍ପକୁ ଅଣାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡା. ସୀମାରାଣୀ ନନ୍ଦ କହିଛନ୍ତି।
ବରଗଡ଼ ସିଡିଏମ୍‌ଓ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଆଶା, ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ସଚେତନ କରାଇବା ସହ ଔଷଧ ଦେଉଛନ୍ତି ଏବଂ ବ୍ଲିଚିଂ ପାଉଡର ସିଞ୍ଚନ କରୁଛନ୍ତି। ପଞ୍ଚାୟତ ପକ୍ଷରୁ ୫ଟି ଏବଂ ଆଶା କର୍ମୀମାନେ ୨ଟି ଖଟର ବ୍ୟବସ୍ଥା କରିଥିବା ସରପଞ୍ଚ କବିତା ସାହୁ କହିଛନ୍ତି। ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରବିନାରାୟଣ ମିଶ୍ର ଗ୍ରାମରେ ସ୍ଥିତି ସୁଧୁରୁଥିବା କହିଛନ୍ତି। ଏହା ପାନୀୟ ଜଳ ଯୋଗୁ ସଂକ୍ରମଣ ହୋଇଥାଇପାରେ ବୋଲି ସେ କହିଛନ୍ତି। ଆବଶ୍ୟକ ଔଷଧ ମହଜୁଦ ରହିଛି। ଗ୍ରାମର ଯୁବକମାନେ ସହଯୋଗ କରୁଥିବା ମଧ୍ୟ ମିଶ୍ର ପ୍ରକାଶ କରିଛନ୍ତି।
ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟିଥିବା ଏବଂ ଦୂଷିତ ପାଣି ପାଇପ୍‌ରେ ପଶି ତାହାକୁ ବ୍ୟବହାର ଯୋଗୁ ଏପରି ସମସ୍ୟା ଦେଖାଦେଇଛି ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମରେ ଥିବା ନଳକୂପଗୁଡ଼ିକରେ ନାଲିଆ ପାଣି ବାହାରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଆଗକୁ ସଂକ୍ରମଣ ଯେମିତି ଅଧିକ ନ ହୁଏ, ଏଥିପାଇଁ ଶୀଘ୍ର ସ୍ଥାୟୀ ପ୍ରତିକାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଝାଡ଼ାବାନ୍ତିର କାରଣ ଜଣାପଡ଼ିନଥିବା ବେଳେ ପାଣିର ନମୁନା ପରୀକ୍ଷା ପାଇଁ ନିଆଯାଇଛି ବୋଲି ଅତାବିରା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ସାଇମନ ଟପୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri