ହେଲ୍‌ଥଭିଲେର ମଧୁମେହ ସଚେତନତା ଶିବିର

ଭୁବନେଶ୍ୱର,୧୮।୧୧:ରାଜ୍ୟର ପ୍ରମୁଖ ଯୋଗ ଏବଂ ନେଚରକେୟାର ସେଣ୍ଟର ହେଲ୍‌ଥଭିଲେ ପକ୍ଷରୁ ନିକଟରେ ବିଶ୍ୱ ମଧୁମେହ ସଚେତନତା ଦିବସ ପାଳିତ ହୋଇଯାଇଛି। ଏପରିକି ସ୍ଥାନୀୟ ଭାଲୁଙ୍କାସ୍ଥିତ ହେଲ୍‌ଥଭିଲେରେ ସପ୍ତାହ ବ୍ୟାପୀ ଏକ ଚିକିସତ୍ା ଓ ସଚେତନତା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ହେଲ୍‌ଥଭିଲେର ଚେୟାରମ୍ୟାନ ଡା. ସତ୍ୟବ୍ରତ ମୀନକେତନ ସମ୍ମାନିତ ଅତିଥି ଭାବେ ଏହାର ଉଦ୍‌ଘାଟନ କରିଥିଲେ। ଏପରିକି ହେଲ୍‌ଥଭିଲେରେ ମଧୁମେହ ରୋଗରେ ପୀଡ଼ିତ ସମସ୍ତ ରୋଗୀଙ୍କୁ ମାଗଣା ଡାକ୍ତରଙ୍କ ପରାମର୍ଶ ନେବାକୁ ଏବଂ ୭ ଦିନିଆ ନାଚୁରୋପାଥି ଚିକିତ୍ସାର ଲାଭ ପାଇବାକୁ ଅନୁରୋଧ କରିଥିଲେ।
ଏ ସମ୍ପର୍କରେ ଡ. ମୀନକେତନ କହିଛନ୍ତି, ଏଭଳି ଏକ ମାରାମତ୍କ ରୋଗ ବିଷୟରେ ଲୋକମାନଙ୍କ ଚରମ ଅବହେଳା, ତମାଖୁ ସେବନ, ମଦ୍ୟପାନ, ଜଙ୍କ୍‌ ଫୁଡ୍‌ ଏବଂ ଅସ୍ବାସ୍ଥ୍ୟକର ଭୋଜନ, କ୍ଷତିକାରକ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ତଥା ମଧୁମେହ ପ୍ରତିରୋଧ ଏବଂ ପ୍ରତିକାର ବିଷୟରେ ସାଧାରଣ ଲୋକମାନଙ୍କର ଅଜ୍ଞତା ହିଁ ଉକ୍ତ ରୋଗର ପ୍ରମୁଖ କାରଣ ବୋଲି ସେ ମତପ୍ରକାଶ କରିଥିଲେ। ଅପରପକ୍ଷରେ ଏହି ଦିବସ ପରିପ୍ରେକ୍ଷୀରେ ପ୍ରତିଷ୍ଠାନ ପକ୍ଷରୁ ଏକ ଆଲୋଚନାଚକ୍ରର ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ ଆଲୋଚନାର ବିଷୟବସ୍ତୁ ‘ସ୍ବାସ୍ଥ୍ୟକର ଜୀବନ ଯାପନ ହିଁ ମଧୁମେହ ରୋଗର ନିଦାନ’ ଉପରେ ସମ୍‌ ହସ୍ପିଟାଲର ଡା. ଗୁରୁପ୍ରସାଦ ମହାପାତ୍ର ଓ ଏମ୍ସର ନ୍ୟୁଟ୍ରିସନ କୋଚ୍‌ ଓ ସ୍ପୋର୍ଟସ୍‌ ମେଡିସିନ ଫିଜିସିଆନ୍‌ ଡା. ସମୀର ଶେଖର ପାତ୍ର ଉପସ୍ଥିତ ରୋଗୀମାନଙ୍କ ସହ ଏ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

ପେଟ୍ରୋଲ-ଡିଜେଲ ପରେ ଏବେ LPG ପାଳି? ଜାଣନ୍ତୁ ଆଜି କେତେ ରହିଛି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୩।୫: ଦେଶରେ ସାଧାରଣ ଜନତାଙ୍କ ପକେଟ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି। ଆଜି (୨୩ ମଇ, ୨୦୨୬) ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ସାବଧାନ! ବଢ଼ିବାକୁ ଯାଉଛି ଆପଣଙ୍କ ମାସିକ ବଜେଟ; ବଢିଗଲା ପରିବା ଓ ଗ୍ରୋସରି ସାମଗ୍ରୀର ଦାମ!

ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ…

‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’କୁ ଅଲିମ୍ପିଆନ ଅମିତ ରୋହିଦାସଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୨୨ା୫: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ ଅମିତ ରୋହିଦାସ ‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’ ଅଧୀନରେ ନିଜ ଘରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ…

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri