Posted inଜାତୀୟ

ଅଡୁଆରେ ୟୁଟ୍ୟୁବର୍‌ ଧ୍ରୁବ ରାଠୀ, ମାମଲା ରୁଜୁ କଲା ମହାରାଷ୍ଟ୍ର ପୋଲିସ

ନୂଆଦିଲ୍ଲୀ,୧୩।୭: ପୁଣି ଥରେ ଚର୍ଚ୍ଚାରେ ୟୁଟ୍ୟୁବର ଧ୍ରୁବ୍‌ ରାଠୀ। ମହାରାଷ୍ଟ୍ର ପୋଲିସ ନିକଟରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଝିଅ ଅଞ୍ଜଳିଙ୍କ ୟୁପିଏସ୍‌ସି ପରୀକ୍ଷାରେ ଉନ୍ନିତ ହେବାକୁ ନେଇ ଏକ ପୋଷ୍ଟ କରିଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ଭାରତୀୟ ଆଇନ ବ୍ୟବସ୍ଥାର ମାନହାନୀ, ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଦେଶର ଛବି ଖରାପ କରିବା, ଶାନ୍ତି ଭଙ୍ଗ ଏବଂ ଆଇଟି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।

ଧ୍ରୁବଙ୍କ ବିରୋଧରେ ଅଞ୍ଜଳିଙ୍କ ସମ୍ପର୍କୀୟ ନମନ ମାହେଶ୍ୱରୀ ଅଭିଯୋଗ କରିଛନ୍ତି। ୨୦୧୯ରେ ଅଞ୍ଜଳି ପ୍ରଥମ ଚେଷ୍ଟାରେ ୟୁପିଏସ୍‌ସି କ୍ଲିୟର କରିଥିଲେ। ହେଲେ ଧ୍ରୁବ ଦେଶରେ ତାଙ୍କର ବଦନାମୀ କରିବା ସହ ବିନା ଅନୁମତିରେ ତାଙ୍କ ଫଟୋ ବ୍ୟବହାର କରିଥିବା ଅଭିଯୋଗରେ ସେ ଦର୍ଶାଇଛନ୍ତି ।

କହିରଖୁଛୁ, ଧ୍ରୁବ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ, ଭାରତ ଏକମାତ୍ର ଏଭଳି ଦେଶ ଯେଉଁଠି ଆପଣ ପରୀକ୍ଷା ନ ଦେଇ ବି ୟୁପିଏସ୍‌ସି ପାସ୍‌ କରିପାରିବେ। ଏଥିଲାଗି ଆପଣଙ୍କୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଝିଅ ଭାବେ ଜନ୍ମ ନେବାକୁ ହେବ। ଓମ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲା କୌଣସି ପରୀକ୍ଷା ନ ଦେଇ ୟୁପିଏସ୍‌ସି ପାସ୍‌ କରିଛନ୍ତି। ସେ ପେସାରେ ଜଣେ ମଡେଲ, ମୋଦି ସରକାର ଆମ ଶିକ୍ଷା ବ୍ୟବସ୍ଥାର ମଜା ଉଡ଼ାଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

“ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବାଧା ସହିବୁ ନାହିଁ”: ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୯।୨: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ସ୍ୱର୍ଣ୍ଣରୁ ବଞ୍ଚିତ ହେଲେ ମନୁ ଭାକର

ନୂଆଦିଲ୍ଲୀ, ୯ା୨: ଅଲିମ୍ପିକ ଡବଲ ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ଅଳ୍ପକେ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri