୩୫୩ କୋଟି ଜବତର ୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, ଟଙ୍କା ତାଙ୍କର ନୁହେଁ, କମ୍ପାନୀର…

ନୂଆଦିଲ୍ଲୀ,୧୫ା୧୨ :କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଓ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା ଜବତ କରିବାର ୧୦ ଦିନ ପରେ ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ତାଙ୍କ ପରିବାର ବ୍ୟବସାୟ ସମ୍ଭାଳୁଥିଲେ। ତେଣୁ ଜବତ ହୋଇଥିବା ଟଙ୍କା ସହ ସେ ସିଧାସଳଖ ସମ୍ପୃକ୍ତ ନୁହନ୍ତି। ଉକ୍ତ ଟଙ୍କା ଚଢ଼ାଉ କରାଯାଇଥିବା କମ୍ପାନୀଗୁଡ଼ିକର ଥିଲା। ଟଙ୍କା ସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳର ସମ୍ପର୍କ ନ ଥିବା ସେ ସ୍ପଷ୍ଟ କରିଛନ୍ତି।

 

ଧୀରଜଙ୍କ ପରିବାର ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟିଲେରି ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଉପରେ ଗତ ୬ ତାରିଖରୁ ଆୟକର ବିଭାଗ ଚଢ଼ାଉ ଜାରି ରଖିଥିଲା। ଏହି ଚଢ଼ାଉ ବେଳେ ୩୫୩.୫ କୋଟି ଟଙ୍କା ଜବତ ହୋଇଥିଲା, ଯାହାକି ଭାରତରେ କୌଣସି ତଦନ୍ତକାରୀ ସଂସ୍ଥା ଦ୍ୱାରା ଗୋଟିଏ ଚଢ଼ାଉରେ ସର୍ବାଧିକ ଜବତ ଅର୍ଥରାଶି।
ଟଙ୍କା ଗଣି ଗଣି ମେଶିନ୍‌ଗୁଡ଼ିକ ଥକିପଡ଼ିଥିଲେ। ରେକର୍ଡ ପରିମାଣର ଅର୍ଥ ଜବତ, ଦୀର୍ଘ ସମୟର ଚଢ଼ାଉ ଏବଂ ଟଙ୍କାଭର୍ତ୍ତି ଆଲମିରାଗୁଡ଼ିକର ଭିଡିଓକୁ ବ୍ୟବହାର କରି ଭାଜପା କଂଗ୍ରେସକୁ ସମାଲୋଚନା କରିବା ସହ ଦୁର୍ନୀତିରେ ଲିପ୍ତ ଥିବା କହିଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ଉପରେ ଟୁଇଟ୍‌ କରିବା ସହ କଂଗ୍ରେସକୁ ସମାଲୋଚନା କରିଥିଲେ। ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧୀରଜ କହିଛନ୍ତି, ସେ ୩୫ ବର୍ଷ ଧରି ରାଜନୀତିରେ ଅଛନ୍ତି। ପ୍ରଥମ ଥର ଲାଗି ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଲଗାଯାଇଛି। ତାଙ୍କ ପରିବାର ୧୦୦ ବର୍ଷ ହେଲା ମଦ ବ୍ୟବସାୟ କରୁଛନ୍ତି। ଜବତ ଟଙ୍କା ତାଙ୍କ କମ୍ପାନୀର। ସେ ରାଜନୀତିରେ ବ୍ୟସ୍ତ ଥିବାରୁ ବ୍ୟବସାୟ ଉପରେ ନଜର ଦେଇ ନ ଥାନ୍ତି। ପରିବାର ବ୍ୟବସାୟ ବୁଝିଥାଏ ବୋଲି ରାଜ୍ୟ ସଭା ସଦସ୍ୟ ଧୀରଜ କହିଛନ୍ତି। ସେ ୬ ଭାଇ ଓ ତାଙ୍କର ବଡ଼ ପରିବାର ବ୍ୟବସାୟ ସହ ଜଡ଼ିତ। ସେମାନଙ୍କ ପିଲାମାନେ ମଧ୍ୟ ବିଭିନ୍ନ କମ୍ପାନୀ ବୁଝାସୁଝା କରିଥାନ୍ତି। ସେମାନଙ୍କର ବ୍ୟବସାୟ ସ୍ବଚ୍ଛ। ଜବତ ଅର୍ଥ ମଦ ବିକ୍ରିରୁ ମିଳିଥିଲା। ଏଥିରେ କଂଗ୍ରେସ କିମ୍ବା ଅନ୍ୟ ଦଳର କିଛି କରିବାର ନାହିଁ ବୋଲି ଧୀରଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri