ଢେଙ୍କାନାଳ ବାଘ ଶୂନ୍ୟ

ଢେଙ୍କାନାଳ, ୨।୮(ରତନ ନାୟାର): ଢେଙ୍କାନାଳରୁ ହଜିଗଲେ କଲରାପତରିଆ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ଏଭଳି ଚମକାଇଦେବା ଭଳି ତଥ୍ୟ ଉଲ୍ଲେଖ ରହିଛି। ମାତ୍ର ବର୍ଷେ ଭିତରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଘୂରି ବୁଲୁଥିବା ୭ କଲରାପତରିଆ କୁଆଡ଼େ ଗଲେ, ବନ ବିଭାଗ ଅଜାଣତରେ ସେମାନଙ୍କୁ ଶିକାର କରିଦିଆଯାଇଛି ନା ସେମାନେ ଅନ୍ୟ ଜଙ୍ଗଲକୁ ପଳାଇଛନ୍ତି ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନ୍ୟପଟେ ଦୀର୍ଘଦିନ ହେଲା ଟ୍ରାପ୍‌ କ୍ୟାମେରାରେ ସେମାନଙ୍କ ଫଟୋ କଏଦ ମଧ୍ୟ ହେଉନାହିଁ। ଫଳରେ ବନ ବିଭାଗ ମଧ୍ୟ ଜିଲାରେ କେତେସଂଖ୍ୟକ କଲରାପତରିଆ ଅଛନ୍ତି, ତାହା ସ୍ପଷ୍ଟ କରିପାରୁନାହିଁ।
ଢେଙ୍କାନାଳ ଜିଲାରେ ଶେଷଥର ପାଇଁ ୨୦୧୭-୧୮ରେ ବାଘ ଗଣନା ହୋଇଥିଲା। ସେତେବେଳେ ମାତ୍ର ୭ଟି କଲରାପତରିଆ ଥିବା ସ୍ପଷ୍ଟ କରାଯାଇଥିଲା। ସାତକୋଶିଆ ସୀମାନ୍ତ ହିନ୍ଦୋଳ ବନାଞ୍ଚଳର କୋଇ ଓ କନ୍ଧରା ସଂରକ୍ଷିତ ଜଙ୍ଗଲ, କେନ୍ଦୁଝର ସୀମାନ୍ତ କାମାକ୍ଷାନଗର ବନାଞ୍ଚଳ ଅଧୀନ ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ଏବଂ ଜୈବ ବିବିଧତାରେ ଭରପୂର କପିଳାସ ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ କଲରାପତରିଆ ବଂଶବୃଦ୍ଧି ହେଉଥିବା ବନ ବିଭାଗ ଜୋର୍‌ ଦେଇ କହିଥିଲା। ଏପରି କି ବାଘଙ୍କ ସୁରକ୍ଷା ପାଇଁ କୋଇ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସେଠାରେ ବାଘଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଟ୍ରାପ୍‌ କ୍ୟାମେରା ଲଗାଯିବା ସହ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଥିଲା। ଶିକାରୀଙ୍କ ମୁକାବିଲା ପାଇଁ ପ୍ରଶିକ୍ଷିତ ବନ୍ଧୁକଧାରୀ କର୍ମଚାରୀଙ୍କୁ ପାଟ୍ରୋଲିଂରେ ନିୟୋଜିତ ମଧ୍ୟ କରାଯାଇଥିଲା। ନିୟମିତ ବ୍ୟବଧାନରେ ଟ୍ରାପ୍‌ କ୍ୟାମେରାରେ ବାଘଙ୍କ ଚିତ୍ର କଏଦ ହେଉଥିଲା। ହେଲେ ଦୀର୍ଘଦିନ ହେଲା ବାଘ ଆଉ ନଜର ଆସୁନାହାନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଢେଙ୍କାନାଳକୁ ବାଘଶୂନ୍ୟ ବୋଲି ଉଲ୍ଲେଖ କରାଯିବା ଚିନ୍ତା ବଢ଼ାଇଛି।
ବାଘଙ୍କ ବଂଶବୃଦ୍ଧି ପାଇଁ ସମସ୍ତ ଉଦ୍ୟମ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ଫଳ ଅତି ନକାରାତ୍ମକ ରହିବା ବନ ବିଭାଗଙ୍କ କାର୍ଯ୍ୟଶୈଳୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ତଥ୍ୟ ଅନେକାଂଶରେ ବିଶ୍ୱାସଯୋଗ୍ୟ ହେଉ ନ ଥିବାରୁ ରାଜ୍ୟ ସରକାର ଜିଲାରେ ବାଘ ଏବଂ ହାତୀ ଗଣନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କର କୁହନ୍ତି, ହସ୍ତଗତ ହୋଇଥିବା କେନ୍ଦ୍ରୀୟ ରିପୋର୍ଟରେ ଢେଙ୍କାନାଳରେ ବାଘ ନ ଥିବା ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହାତୀ ଏବଂ ବାଘ ସଂଖ୍ୟା ଜାଣିବା ଲାଗି ପୁଣିଥରେ ଗଣନା କରାଯିବ। ଏଥିଲାଗି ପ୍ରସ୍ତୁତି ଚାଲିଥିବା ଡିଏଫ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା।…

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ନାବାଳିକାଙ୍କୁ କୁରକୁରି, ଚକଲେଟ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକିନେଲେ ବୃଦ୍ଧ, ତା’ପରେ…

ଖୁଣ୍ଟୁଣୀ,୭l୨(ସଚ୍ଚିଦାନନ୍ଦ ପଣ୍ଡା): ଜଣେ ନାବାଳିକା ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଶୁକ୍ରବାର ରାଧାଦାମୋଦରପୁର (କଣ୍ଟାବନ୍ଧ) ଗ୍ରାମର ଗଗନ ବିହାରୀ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri