Posted inଖେଳ

ଧାଓ୍ବନଙ୍କୁ ନେତୃତ୍ୱ: ଭାରତୀୟ ଦଳରେ ୬ ନୂଆ ମୁହଁ

ମୁମ୍ବାଇ,୧୦।୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଲାଗି ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଯାଇଛି। ବରିଷ୍ଠ ଓପନର ଶିଖର ଧାଓ୍ବନଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଥିବା ବେଳେ ଉପଅଧିନାୟକ ଭାବେ ତାଙ୍କୁ ସହଯୋଗ କରିବେ ଭୁବନେଶ୍ୱର କୁମାର। ଦଳରେ ସ୍ଥାନ ପାଇଛନ୍ତି ଏକାଥରକେ ୬ ନୂଆ ମୁହଁ। ସେମାନେ ହେଲେ ଦେବଦତ୍ତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ନୀତିଶ ରାଣା, କେ ଗୋଥାମ, ଚେତନ ସାକାରିୟା ଓ ବରୁଣ ଚକ୍ରବର୍ତ୍ତୀ। ଏହି ଖେଳାଳିମାନେ ଚଳିତ ବର୍ଷ ଆଇପିଏଲରେ ଆଖିଦୃଶିଆ ପ୍ରଦର୍ଶନ କରିଥିବାରୁ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି। ଦଳ ସହ କୋଚ୍‌ ଭାବେ ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ରାହୁଲ ଡ୍ରାଭିଡ ଗସ୍ତ କିରବେ।

ଜୁଲାଇ ୧୩ରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ପରବର୍ତ୍ତୀ ଦୁଇ ମ୍ୟାଚ୍‌ ୧୬ ଓ ୧୮ରେ ଅନୁଷ୍ଠିତ ହେବ। ପରେ ୨୧, ୨୩ ଓ ୨୫ ତାରିଖରେ ଟି୨୦ ସିରିଜ୍‌ର ୩ଟି ମ୍ୟାଚ୍‌ ଖେଳାଯିବ। ସମସ୍ତ ମ୍ୟାଚ୍‌ ଆର. ପ୍ରେମଦାସା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।

ଭାରତୀୟ ଦଳ: ଶିଖର ଧାଓ୍ବନ (ଅଧିନାୟକ), ପୃଥ୍ବୀ ଶ, ଦେବଦତ୍ତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଷନ, ସଞ୍ଜୁ ସାମସନ (ଉଭୟ ଉଇକେଟକିପର), ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, କେ. ଗୋଥାମ, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ୱର କୁମାର (ଉପଅଧିନାୟକ), ଦୀପକ ଚହର, ନବଦୀପ ସାଇନି ଓ ଚେତନ ସାକାରିୟା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ/ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri