ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା ବୋଲେରୋ ଗାଡ଼ିକୁ ପଟାଙ୍ଗି ବ୍ଲକ ବୁରୂଜା ଗ୍ରାମ ଘଞ୍ଚ ଜଙ୍ଗଲ ମଧ୍ୟରୁ ଜବତ କରାଯାଇଛି। ଚୋରମାନେ ଗାଡ଼ିର ୨ ପଛ ଓ ୧ ଷ୍ଟେପିନ ଟାୟାର ଖୋଲି ନେଇ ଯାଇଛନ୍ତି। ବୋଲେରୋ ଗାଡ଼ିକୁ ସେଠାରୁ ଆଣି ପାଡୁଆ ଥାନାରେ ରଖାଯାଇଛି। ଆସନ୍ତା କାଲି ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ପାଡୁଆ ଥାନାଧିକାରୀ ଅଶୋକ ବିଶୋଇ ସୂଚନା ଦେଇଛନ୍ତି। ତଦନ୍ତ କରାଯାଉଛି, ଚୋର ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ କହିଛନ୍ତି।

Dharitri – Odisha’s No.1 Odia Daily

Share