ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ 

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ ହିମାଂଶୁ ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ଧାରଣାରେ ବସିଛନ୍ତି। କାଲି ରାତିରୁ ଧାରଣାରେ ବସିଛନ୍ତି ଉଭୟ ଦଳର କର୍ମୀ।
ଅନ୍ୟପକ୍ଷେ,ଜେନାପୁର ଥାନା ଘେରିଲେ ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ। ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣାରେ ବସିଲେ  ବିଜେଡି ନେତା ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉଭୟ ପକ୍ଷଙ୍କ ଧାରଣା ।
ସୂଚନାଯୋଗ୍ୟ,  ଯାଜପୁର ଜିଲା  ଜେନାପୁର ଥାନା ଗଡମଧୁପୁର ପଞ୍ଚାୟତର ଏକ ଫାର୍ମ ହାଉସ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୨୪ ଜଣ ଆହାତ ହୋଇଥିବା ଜଣା ପଡ଼ିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରୁ ଅନେକ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ତିନି ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ଗଣ୍ଡଗୋଳକୁ ନେଇ ଏକ ପକ୍ଷ ଗୋଷ୍ଠୀ ମଧ୍ୟରୁ ଆହତ ହୋଇ କଟକ ମେଡିକାଲ ସ୍ଥାନାନ୍ତର ହୋଇ ଚିକିତ୍ସିତ ହୋଇଥିବା ସୁନିଲ ପଣ୍ଡାଙ୍କ ଭାଇ ସୁମନ୍ତ ପଣ୍ଡା ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ସୁନିଲ ପଣ୍ଡା ତାଙ୍କ ଗାଡ଼ି ନେଇ କୌଣସି କାମସାରି ଚଢ଼େଇଧରାରୁ ଘର ଅଭିମୁଖେ ଫେରୁଥିଲେ ଏହି ସମୟରେ ପନ୍ତୁରି ନିକଟରେ କିଛି ଯୁବକ ସେମାନଙ୍କୁ ଅଟକାଇ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଅପରପକ୍ଷରେ ଅନ୍ୟ ଗୋଷ୍ଠୀ କର୍ମୀଙ୍କ ସୋସିଆଲ ମିଡିଆରେରେ ଅନେକ ଭିଡିଓ ପୋଷ୍ଟ ଦେଖିବାକୁ ମିଳୁଛି। ସେମାନେ ଏକ ଫାର୍ମ ହାଉସ ରେଭୋଜି କରୁଥିବା ବେଳେ ତାଙ୍କ ଉପରେ ରାଜନୈତିକ ଆକ୍ରୋଶରୁ ଆକ୍ରମଣ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
Dharitri – Odisha’s No.1 Odia Daily