ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ ନିଯୁକ୍ତ କରିଛନ୍ତି । ଏନେଇ ବିଧିବଦ୍ଧ ଭାବେ ରାଜ୍ୟ ସରକାର ଏକ ପ୍ରେସ ବିବୃତ୍ତି ଜରିଆରେ ଘୋଷଣା କରିଛନ୍ତି । ଏହାପରେ ଜିଲା ଭାଜପା ତଥା ବିଧାୟକ ପଟ୍ଟଯୋଶୀଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ପ୍ରକାଶ ଯେ,ରାଜ୍ୟରେ ସରକାର ବଦଳିବା ପରେ ୨୦୨୪ଠୁ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା। ଫଳରେ ଅଧ୍ୟକ୍ଷ ନଥିବାରୁ ଗତ ଦୁଇଟି ଆର୍ଥିକବର୍ଷ ୨୦୨୪-୨୫ ଓ ୨୦୨୫ -୨୬ରେ ଜିଲା ଯୋଜନା କମିଟିର ବୈଠକ ବସିନାହିଁ । କଳାହାଣ୍ଡିକୁ ବାର୍ଷିକ ୬.୫୦କୋଟି ଅନୁଦାନ ଆସିଥାଏ । ବର୍ତ୍ତମାନ ଦୁଇବର୍ଷର ମୋଟ ୧୩କୋଟି ଟଙ୍କା ବିନିଯୋଗ ନହୋଇ ପଡ଼ିରହିଛି । ଏ ସମ୍ପର୍କରେ ଗତ ୩୦ ମାର୍ଚ୍ଚ “ଧରିତ୍ରୀ”ରେ ଏ ସମ୍ପର୍କିତ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ତେବେ ନୂତନ ଅଧ୍ୟକ୍ଷ ନିଯୁକ୍ତ ପରେ ଏହି ଅର୍ଥର ସୁବିନିଯୋଗ ହେବ ବୋଲି ଜିଲାବାସୀ ଆଶା ରଖିଛନ୍ତି ।

 

Dharitri – Odisha’s No.1 Odia Daily

Share