ଧର୍ମଶାଳା ରାଜନୀତି ସରଗରମ: ପ୍ରଥମଥର ଏକାଠି ବସିଲେ ବିଧାୟକ, ବ୍ଲକ୍‌ ଅଧ୍ୟକ୍ଷ

ଧର୍ମଶାଳା/କାଏମା,୨୬ା୨(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି):ଧର୍ମଶାଳା ପଞ୍ଚାୟତ ସମିତିର ୯ମ ସାଧାରଣ ଅଧିବେଶନ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ ଥର ଏକାଠି ବସିଛନ୍ତି ବିଧାୟକ ହିମାଂଶୁ ଶେଖର ସାହୁ ଓ ବ୍ଲକ୍‌ ଅଧ୍ୟକ୍ଷ ପ୍ରଭାତ। ବୈଠକରେ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୮୦ଟି ପାଣି ଟ୍ୟାଙ୍କର ମାଧ୍ୟମରେ ଗାଁଗାଁରେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ବିଧାୟକ ସୂଚନା ଦେଇଛନ୍ତି। ଏଥିସହିତ ବିଧାୟକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତ ପଞ୍ଚୟତ ସମିତି ସଭ୍ୟାସଭ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ଅଧିବେଶନ ପ୍ରତି ଦୁଇ ମାସ ବ୍ୟବଧାନରେ ହେବା ବଦଳରେ ୧୨ ମାସ ହେବ ବନ୍ଦ ରହିଥିଲା। ୨୦୨୪ ନିର୍ବାଚନ ଶେଷ ହେବାର ନଅ ମାସ ପରେ ବୈଠକ ଅନୁଷ୍ଠିତ ହୋଇଛି। ଇତିମଧ୍ୟରେ ସରକାର ପରିବର୍ତ୍ତନ ହେବାରୁ ଅଧିବେଶନକୁ ନେଇ ବିଭିନ୍ନ ଆଲୋଚନା ହେଉଥିଲା। ବ୍ଲକ ଅଧ୍ୟକ୍ଷ ବିଜେଡି ସମର୍ଥିତ ଥିବାରୁ ପଞ୍ଚାୟତ ସମିତି ବୈଠକ ପାଇଁ ଉଦ୍ୟମ ହେଉ ନ ଥିଲା। ଏ ନେଇ ପୂର୍ବତନ ବିଧାୟକ ତଥା ବ୍ଲକ ଅଧ୍ୟକ୍ଷଙ୍କ ଭାଇ ପ୍ରଣବ ବଳବନ୍ତରାୟ ଖବରଦାତା ସମ୍ମିଳନୀ କରି ବିଧାୟକ ହିମାଂଶୁଙ୍କୁ ଟାର୍ଗେଟ କରିଥିଲେ। ଏବେ ବ୍ଲକ ଅଧ୍ୟକ୍ଷ ଓ ବିଧାୟକ ଏକାଠି ହେବା ଧର୍ମଶାଳା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଲେ ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଭବାନୀପାଟଣା,୩୧ା୩(ଉତ୍ତମ କୁମାର ଦାଶ):ମାଇଁ ଭାରତ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ପାଇଁ କଳାହାଣ୍ଡି ଜିଲାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଯୁଦ୍ଧ ମଧ୍ୟରେ କାହିଁକି ଭାଇରାଲ ହେଲା ଟ୍ରମ୍ପଙ୍କ ପୁରୁଣା ବୟାନ? ଜାଣନ୍ତୁ କ’ଣ କହିଛନ୍ତି ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ୧୯୮୭ ମସିହାର ଏକ ପୁରୁଣା ସାକ୍ଷାତକାର ଶେୟାର କରିଛନ୍ତି, ଯେଉଁଥିରେ ସେ ଇରାନ ସମ୍ପର୍କରେ ଅତ୍ୟନ୍ତ ଆକ୍ରମଣାତ୍ମକ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri