ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ହୋଇଛି ଫଳରେ ଏକାଧିକ ଝାଟିମାଟି ଘର ଭାଙ୍ଗିବା ଘଟଣା ନେଇ ଧରିତ୍ରୀ ପୋର୍ଟାଲରେ ଶୁକ୍ରବାର ଖବର ପ୍ରକାଶିତ ହୋଇଥିଲା। ଖବର ଦେଖି ତହସିଲଦାର ଧୀରୋଜ ପାତ୍ର, ଅତିରିକ୍ତ ତହସିଲଦାର ଦୁଃଶାସନ ଭୂୟାଁ, ରାଜସ୍ବ ନିରୀକ୍ଷକ ସୁବ୍ରତ କୁମାର ମଲିକ, ଦୁର୍ଗା ପ୍ରସାଦ ପ୍ରଧାନ, ପ୍ରମୁଖ ଦନେକବାଡି ପଞ୍ଚାୟତ ମାଣ୍ଡୁବାଡ଼ି, ଗ୍ରୀନବାଡି ପଞ୍ଚାୟତ ସିକପାଟା ଗ୍ରାମରେ ପହଞ୍ଚି କ୍ଷତି ହୋଇଥିବା ଗୃହକର୍ତ୍ତାଙ୍କୁ ସହାୟତା ପ୍ରଦାନ କରିଛନ୍ତି। ସେମାନଙ୍କୁ ପ୍ରଥମେ ପ୍ଲାଷ୍ଟିକ ପାଲ ଯୋଗାଇଦିଆଯାଇଛି। ତାଙ୍କ କ୍ଷତି ହୋଇଥିବା ଆକଳନ କରି ଜିଲା ପ୍ରଶାସନ ନିକଟକୁ ଜଣାଯିବ ବୋଲି ତହସିଲଦାର ପାତ୍ର କହିଛନ୍ତି। ଖବର ପ୍ରକାଶିତ ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତ୍ୱରିତ ପଦକ୍ଷେପ କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ଖବର ଲେଖାହେବ ସୁଦ୍ଧା ତହସିଲଦାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପାରଖୁଥିବା ଜଣାପଡିଛି ଖବର ଲେଖିବା ସୁଦ୍ଧା ବର୍ଷା କମିଛି।


