ବିଶ୍ୱାସର କଣ୍ଠରୋଧ

କୌଣସି ବ୍ୟକ୍ତି, ବସ୍ତୁ, ବିଷୟ ଓ ବ୍ୟବସ୍ଥା ପ୍ରତି ଆମର ଆସ୍ଥା ଓ ଭରସାକୁ ବିଶ୍ୱାସ କୁହାଯାଏ। ଏସବୁର ସତ୍ୟତାକୁ ସନ୍ଦେହ କରିବା ହେଉଛି ଅବିଶ୍ୱାସ। ଅନ୍ଧବିଶ୍ୱାସ ହେଉଛି, ଯେତେବେଳେ ପ୍ରଚଳିତ ବ୍ୟବସ୍ଥା ପଛରେ କିଛି ସତ୍ୟତା ନ ଥାଏ କିନ୍ତୁ ପରମ୍ପରା, ସଂସ୍କୃତିର ଆଧାରରେ ବ୍ୟକ୍ତି ମନରେ ଭୟ ସୃଷ୍ଟି କରି ଏହାକୁ ବିଶ୍ୱାସ କରିବାକୁ ବାଧ୍ୟ କରାଯାଏ।

ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ପ୍ରଚଳିତ ବିଧିବିଧାନ ବିଶେଷକରି ଖାଦ୍ୟ ଖାଇବାକୁ ନେଇ କେତେକଙ୍କ ବିବାଦୀୟ ମନ୍ତବ୍ୟ, ଆସ୍ଥା ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ବ୍ୟକ୍ତିମାନଙ୍କୁ ବ୍ୟଥିତ କରେ। ନିକଟରେ ଜଣେ ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ମନ୍ତବ୍ୟ ଅନେକ ସଂସ୍କାରପ୍ରେମୀଙ୍କ ମନରେ ଆଘାତ ଆଣିଛି । ପ୍ରତିଷ୍ଠିତ ଓ ତଥାକଥିତ ବିଜ୍ଞ ବ୍ୟକ୍ତିମାନଙ୍କର ଗଣମାଧ୍ୟମରେ ଏପରି ମନ୍ତବ୍ୟ ସାଧାରଣ ଜନତାଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସାଭାବିକ। ଯୁଗ ଯୁଗ ଧରି ଚାଲିଆସୁଥିବା ପାରମ୍ପରିକ ବିଶ୍ୱାସକୁ କୁସଂସ୍କାର ଓ ଅନ୍ଧବିଶ୍ୱାସର ଆଖ୍ୟା ଦେଇ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିବା ଆଦୌ ସମୀଚୀନ ନୁହେଁ। ମୁନି ଋଷିଙ୍କର ନିର୍ଭୁଲ ଗଣନା ସମ୍ପୂର୍ଣ୍ଣ ସତ୍ୟ ଓ ବିଜ୍ଞାନସମ୍ମତ ଏବଂ ଗ୍ରହଣୀୟ ।ସେହି ଋଷିମାନଙ୍କର ଗ୍ରହଣ ବା ପରାଗ ସମୟରେ ଉପବାସ ରଖିବା ଉପଦେଶଟି କିପରି ଅଗ୍ରହଣୀୟ ଓ ଅନ୍ଧବିଶ୍ୱାସ, ଏହା ବୁଝାପଡେନି।

ମଝିରେ ମଝିରେ ଉପବାସ କରିବା ଶରୀର ପକ୍ଷେ ହିତକର। ଜାପାନର ବିଶିଷ୍ଟ କୋଷ ଜୀବବିଜ୍ଞାନୀ ୟୋସିନୋରୀ ଓହସୁମିଙ୍କ ଗବେଷଣାରୁ ଏହା ସୁସ୍ପଷ୍ଟ। ଅଟୋଫାଗି ପ୍ରକ୍ରିୟା ଉପରେ ଗବେଷଣା ପାଇଁ ତାଙ୍କୁ ୨୦୧୬ ରେ ନୋବେଲ ପୁରସ୍କାର ମିଳିଥିଲା। ଅଟୋଫାଗି ହେଉଛି କୋଷ ମଧ୍ୟରେ ସୃଷ୍ଟ ଏକ ପ୍ରାକୃତିକ ପ୍ରକ୍ରିୟା, ଏହା ଉପବାସ ସମୟରେ ଶରୀରରେ ସଂଗଠିତ ହୋଇଥାଏ। ଏହାଦ୍ୱାରା କୋଷ ଭିତରେ ଥିବା ପୁରୁଣା, କ୍ଷତିଗ୍ରସ୍ତ ଓ ଅକ୍ଷମ ଅଂଶଗୁଡିକର ଅପସାରଣ ସହ ସେଗୁଡିକର ପୁନଃବ୍ୟବହାର ହେତୁ ନୂତନ କୋଷ ସୃଷ୍ଟି ହୁଏ । ଫଳରେ କୋଷର ଦକ୍ଷତା ଓ କାର୍ଯ୍ୟକାରିତା ଶକ୍ତି ବୃଦ୍ଧିପାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି, ଶରୀରରୁ ବିଷାକ୍ତ ପଦାର୍ଥର ଅପସାରଣ, କ୍ଷରିତ ରକ୍ତ ସଞ୍ଚାଳନ, କ୍ୟାନ୍‌ସର ଓ ଡାଇବେଟିସ ପରି ରୋଗକୁ ପ୍ରତିହତ କରିବା ଶକ୍ତି, ରକ୍ତରେ ଶର୍କରା ନିୟନ୍ତ୍ରଣ, ଡିମେନ୍ସିଆ, ପାର୍କିନସନ ଭଳି ରୋଗ ଉପଶମ, ଓଜନ ହ୍ରାସ ପରି ସ୍ବାସ୍ଥ୍ୟଜନିତ ଅନେକ ସୁବିଧା ଅଟୋଫାଗି ପ୍ରକ୍ରିୟାରୁ ମିଳିଥାଏ। ଉପବାସ ସମୟରେ ଶରୀରରେ ସଂଗଠିତ ହେଉଥିବା ଅଟୋଫାଗି ପ୍ରକ୍ରିୟା ଦେହରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ, ଯାହାକି ଉତ୍ତମ ସ୍ବାସ୍ଥ୍ୟ ଓ ସୁସ୍ଥ ଜୀବନ ପାଇଁ ଅପରିହାର୍ଯ୍ୟ।

ମଝିରେ ମଝିରେ ଉପବାସ ରହିବା ଦ୍ୱାରା ପାଚକ ନଳୀକୁ ବିଶ୍ରାମ ମିଳେ। କୋଷ ସୁସ୍ଥ ରହିବା ସହ ଶରୀର ମଧ୍ୟ ସୁସ୍ଥ ରହେ। ଏଥିପାଇଁ ମୁନି ଋଷିମାନେ ଉପବାସକୁ ଧାର୍ମିକ ଭାବନା ସହ ଯୋଡି ଦେଇଥିଲେ। ଧାର୍ମିକ ଭାବନା ରହିଲେ ଲୋକେ ତାହାକୁ ମାନିବେ। ସେଥିପାଇଁ ବୋଧହୁଏ ଏକାଦଶୀ, ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ଉପବାସ ରହିବା ପାଇଁ କୁହାଯାଇଛି, ଯାହାଦ୍ୱାରା ପ୍ରକାରାନ୍ତରେ ଦେହରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ।

ନୋବେଲ ପୁରସ୍କାର ବିଜେତା, ବୈଜ୍ଞାନିକ ୟୋସିନୋରୀ ଓହସୁମିଙ୍କ ଗବେଷଣାଲବ୍ଧ ତଥ୍ୟ ସାରା ବିଶ୍ୱକୁ ଆଦୃତ କରୁଥିବା ବେଳେ କେତେକ ହାତଗଣତି ବିଜ୍ଞବ୍ୟକ୍ତି ହୁଏତ ଏହି ଆବିଷ୍କାର ବିଷୟରେ ସମ୍ପୂର୍ଣ୍ଣ ଅବଗତ ନାହାନ୍ତି କିମ୍ବା ଜାଣିଶୁଣି ଲୋକମାନଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି। ଅନ୍ୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିବାହିତା ମହିଳାଙ୍କର ଚୁଡି ଓ ସିନ୍ଦୂର ବ୍ୟବହାରକୁ ନେଇ ବିତର୍କ ନିନ୍ଦାର ବିଷୟ। ଗୋଟିଏ ଟେଲିଭିଜନ କାର୍ଯ୍ୟକ୍ରମରେ ସେ ତର୍କ କରୁଥାଆନ୍ତି ଯେ ତାଙ୍କ ସ୍ତ୍ରୀ ଚୁଡି ପିନ୍ଧନ୍ତି ନାହିଁ କିମ୍ବା ମଥାରେ ସିନ୍ଦୂର ଲଗାନ୍ତି ନାହିଁ। ଏପରି କି ମନ୍ଦିର ମଧ୍ୟ ଯାଆନ୍ତି ନାହିଁ। ଦେବଦେବୀ କିମ୍ବା ପୂଜାପର୍ବକୁ ବିଶ୍ୱାସ କରନ୍ତି ନାହିଁ। ବିବାହିତା ମହିଳାମାନେ ଚୁଡି ପରିଧାନ କରିବା ଆମ ପରମ୍ପରାରେ ଅଛି । ଚୁଡି ପରିଧାନ ସପକ୍ଷରେ କୁହାଯାଏ ଯେ କାମ କରିବା ସମୟରେ ଚୁଡିର ଘର୍ଷଣ ଯୋଗୁ ହାତରେ ଥିବା ଶିରା ପ୍ରଶିରାରେ ରକ୍ତ ସଞ୍ଚାଳନ ବୃଦ୍ଧିପାଏ। ରକ୍ତ ସଞ୍ଚାଳନର ସୁପ୍ରଭାବ ଶରୀର ଓ ମନ ଉପରେ ପଡିଥାଏ। ଚୁଡି ଘର୍ଷଣରୁ ଉତ୍ପନ ଶବ୍ଦ ତରଙ୍ଗ ଗର୍ଭସ୍ଥ ଶିଶୁର କାନରେ ପଡେ। ଏହାଦ୍ୱାରା ଗର୍ଭସ୍ଥ ଶିଶୁର ଗଠନରେ ସକାରାତ୍ମକ ପ୍ରଭାବ ପଡିଥାଏ। ସେହିପରି ଧାତୁ ନିର୍ମିତ ଚୁଡି (ଯେପରି କି ସୁନା, ରୁପା, କାଂସ୍ୟ) ଚର୍ମର ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏହା ଚର୍ମରେ ଥିବା ବିଷାକ୍ତ ପଦାର୍ଥ ଦୂର କରେ ଏବଂ ଚର୍ମକୁ ସୁନ୍ଦର ଏବଂ ସ୍ବାସ୍ଥ୍ୟଯୁକ୍ତ ରଖେ। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ସିନ୍ଦୂର ବହୁତ ଗୁରୁତ୍ୱ ବହନ କରେ। ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହା ସଧବା ନାରୀମାନଙ୍କର ପବିତ୍ରତାର ପ୍ରତୀକ। ଏହା ଦେହରେ ଶକ୍ତି, ମନରେ ସ୍ଥିରତା ଓ ଜୀବନରେ ସୁଖ ଶାନ୍ତି ଆଣିଥାଏ।

ଜାପାନୀ ବୈଜ୍ଞାନିକ ମାସାରୁ ଇମୋଟୋଙ୍କ ପାଣି ଓ ଦେହ ଉପରେ ଗବେଷଣାଲବ୍ଧ ତଥ୍ୟ ଏଠାରେ ପ୍ରାସଙ୍ଗିକ ମନେହୁଏ, ସେ ଦାବି କରିଥିଲେ ଯେ ମନୁଷ୍ୟର ଚିନ୍ତା, ଭାବନା ଓ ଶବ୍ଦର ଅନୁରୂପ ପ୍ରଭାବ ନିଜ ଶରୀରରେ ଥିବା ଜଳ ଉପରେ ପଡେ। ସକାରାତ୍ମକ ଚିନ୍ତା ବା ଭାବନା ଦ୍ୱାରା ଜଳର ସ୍ପଟିକ ସୁନ୍ଦର ରୂପ ନେଇଥାଏ। ନକାରାତ୍ମକ ଚିନ୍ତା, ଶବ୍ଦ ବା ଭାବନା ଜଳର ସ୍ପଟିକକୁ ବିକୃତ କରିଦିଏ। ସ୍ପଟିକର ପରିବର୍ତ୍ତନ ଅନୁସାରେ ବ୍ୟକ୍ତିର ଅନୁଭବ ହୁଏ। ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତିର ଆଚାର ବ୍ୟବହାର ଉପରେ ପ୍ରଭାବ ପକାଏ ଓ ଅନୁରୂପ ବକ୍ତବ୍ୟ ଓ ବ୍ୟବହାରର ପରିପ୍ରକାଶ ହୋଇଥାଏ।
ଉପବାସ ଶରୀର ଉପରେ ପ୍ରଭାବ ଏବଂ ଏହା ପଛରେ ଥିବା ବୈଜ୍ଞାନିକ ସତ୍ୟତା ଓ ଅନ୍ୟ ପ୍ରସଙ୍ଗ ଉପରେ ଲୋକମାନଙ୍କ ଆସ୍ଥା, ବିଶ୍ୱାସ, ମତାମତ ଓ ଅନୁଭୂତିକୁ ଅନୁଶୀଳନ କରି ମନ୍ତବ୍ୟ ଦେବା ଦରକାର। ଆମ ପରମ୍ପରା, ସଂସ୍କୃତି ଓ ଆମର ଧାର୍ମିକ ଚେତନାକୁ ବିଶ୍ୱାସ କରିବାକୁ କୌଣସି ବାଧ୍ୟବାଧକତା ନାହିଁ। ଚିରାଚରିତ ପ୍ରଥାକୁ ବିଶ୍ୱାସ ନ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ନିଜସ୍ବ। ଏହାକୁ ଅବିଶ୍ୱାସ ବୋଲି କହିବା, ଅନ୍ଧ ବିଶ୍ୱାସର ଆଖ୍ୟା ଦେଇ, ସେସବୁର ବୈଜ୍ଞାନିକ ସତ୍ୟତା ନ ଜାଣି ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ ।

କଳିଙ୍ଗନଗର, ଭୁବନେଶ୍ୱର,
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri