ଆର ପଟେ ଚାଇନା

ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି। ନେପାଳରେ ରାଜତନ୍ତ୍ରଠାରୁ ଆରମ୍ଭକରି ଗଣତାନ୍ତ୍ରିକ ସରକାର ପର୍ଯ୍ୟନ୍ତ ଏକ ସୁଦୀର୍ଘ ଇତିହାସ ରହିଛି। ନେପାଳ ରାଜତନ୍ତ୍ରରେ ପ୍ରଥମ ସରକାର ମୁଖ୍ୟ ଭାବେ ଭମଶାରାଜ ପାଣ୍ଡେଙ୍କଠାରୁ (୧୭୭୬)ରୁ ଆରମ୍ଭ କରି ଶାହା, ରାଣା ବଂଶର ଶାସନ ସମୟ ଦେଇ ଟ୍ରାନ୍‌ଜିଶନ ଯୁଗ(୧୯୫୧-୧୯୬୦) ଓ ପାର୍ଟିଲେସ ପଞ୍ଚାୟତ ଯୁଗ(୧୯୬୦-୧୯୯୦) ଏବଂ କନଷ୍ଟିଚ୍ୟୁଶନାଲ ମୋନାର୍କି(୧୯୯୦-୨୦୦୮)ବା ସାମ୍ବିଧାନିକ ରାଜତନ୍ତ୍ର ପଥ ଦେଇ ଶେଷରେ ଫେଡେରାଲ ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ ନେପାଳ ବା ନେପାଳ ସଂଘୀୟ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପହଞ୍ଚିଛି।

ନେପାଳ ରାଜଶାସନର ନିକଟ ଅତୀତକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ୧ ଜୁନ୍‌ ୨୦୦୧ରେ ନାରାୟଣହିତି ପ୍ରାସାଦରେ ଏକ ପାରିବାରିକ ସମାବେଶରେ ରାଜକୁମାର ଦୀପେନ୍ଦ୍ର ତାଙ୍କ ପିତା ସେତେବେଳର ରାଜା ବୀରେନ୍ଦ୍ର, ମାତା ରାଣୀ ଐଶ୍ୱର୍ଯ୍ୟା, ତାଙ୍କ ସାନ ଭାଇ ଓ ଭଉଣୀଙ୍କ ସମେତ ନଅ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ। ଦୀପେନ୍ଦ୍ର ପରିବାର ବର୍ଗଙ୍କୁ ଗୁଳି କରିବା ପରେ ଆତ୍ମହତ୍ୟା କରିବା ଚେଷ୍ଟା କରି କୋମା ଅବସ୍ଥାରେ ଥିଲେ। କୋମାରେ ଥିବା ସମୟରେ ତାଙ୍କୁ ରାଜା ଭାବେ ଘୋଷଣା କରାଯାଇଥିଲା। ଦୀପେନ୍ଦ୍ର ଏଭଳି ହତ୍ୟାକାଣ୍ଡ ଭିଆଇବା ପଛରେ ପ୍ରେମ ଘଟଣା ଥିବା କୁହାଯାଉଥିଲା। ସେ ଦେବଯାନୀ ରାଣା ନାମ୍ନୀ ରାଜକୁମାରୀଙ୍କୁ ବିବାହ କରିବାକୁ ଚାହୁଁଥିବାବେଳେ ତାଙ୍କ ମାତା ଏହାକୁ ବାରଣ କରିବାରୁ ସେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ । ଦେବଯାନୀଙ୍କ ପରିବାରର ସମ୍ପର୍କ ଗ୍ବାଲିୟର ସିନ୍ଧିଆ ରାଜବଂଶ ସହ ରହିଛି। ତେବେ ରାଜକୁମାର ଦୀପେନ୍ଦ୍ରଙ୍କ ମୃତ୍ୟୁ ପରେ ବୀରେନ୍ଦ୍ରଙ୍କ ସାନ ଭାଇ ଜ୍ଞାନେନ୍ଦ୍ରଙ୍କୁ ରାଜା କରାଯାଇଥିଲା। ପରେ ୨୦୦୮ରେ ରାଜତନ୍ତ୍ର ଲୋପ ପାଇଗଲା। ସେତେବେଳେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ଯୋଗୁ ଏଭଳି ଘଟିଥିଲା। ସେହି ସମୟରେ ୧୮ ଅଗଷ୍ଟ ୨୦୦୮ରେ ୟୁନିଫାଏଡ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓଇଷ୍ଟ)ର ନେତା ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ନେପାଳର ପ୍ର୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଏହା ପରେ ଏହି ଦାୟିତ୍ୱରେ ମାଧବ କୁମାର ନେପାଳ, ଝାଲନାଥ ଖନାଲ, ବାବୁରାମ ଭଟ୍ଟାରି, ଖିଲିରାଜ ରେଗମୀ, ସୁଶୀଲ କୋଏରାଲ ପ୍ରମୁଖ ଦାୟିତ୍ୱରେ ରହିଥିଲେ। ତେବେ ୨୦୧୫ରେ ନେପାଳର ନୂଆ ସମ୍ବିଧାନ ଗଠନ ସମୟରେ କମ୍ୟୁନିଷ୍ଟ ପାର୍ଟି ନେତା କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ପରିବର୍ତ୍ତନ ଘଟିଲା ଏବଂ ୨୦୨୪ ଜୁଲାଇରୁ ଓଲି ପୁନର୍ବାର ପ୍ରଧାନମନ୍ତ୍ରୀ ଅଛନ୍ତି। ହେଲେ ଏହି ସମୟରେ ଦୁର୍ନୀତି ବଢ଼ିବା, ନିଯୁକ୍ତି ହ୍ରାସ ପାଇବା ସହ ଦେଶ ଅର୍ଥନୈତିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୦୮ରେ ନେପାଳରେ ରାଜତନ୍ତ୍ର ଶେଷ ହେଲାବେଳେ ଶେଷ ରାଜା ଥିଲେ ଜ୍ଞାନେନ୍ଦ୍ର ଶାହା। ଦେଶରେ ଅସ୍ବାଭାବିକ ସ୍ଥିତି ଉପୁଜିଥିବା ଲକ୍ଷ୍ୟକରି ସେ ତାଙ୍କ ସମର୍ଥକଙ୍କ ସହଯୋଗରେ ନେପାଳରେ ପୁନଃ ରାଜତନ୍ତ୍ର ସ୍ଥାପନ କରିବା ଦିଗରେ ଲାଗି ପଡ଼ିଛନ୍ତି ବୋଲି ଆଲୋଚନା ହେଉଛି। ଘଟଣାକ୍ରମକୁ ଦେଖିଲେ ନେପାଳର ପର୍ଯ୍ୟଟନ ସହର ପୋଖରାରେ ସମୟ ବିତାଉଥିବା ଜ୍ଞାନେନ୍ଦ୍ର ନେପାଳ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ୧୮ ଫେବୃଆରୀରେ ଜାତୀୟ ଏକତା ଓ ପାରସ୍ପରିକ ବୁଝାମଣାକୁ ଆଧାର କରି ଦେଶରେ ଶାନ୍ତି ଓ ପ୍ରଗତିକୁ ସମର୍ଥନ କରିବା ଲାଗି ଦେଶ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଥିଲେ। ସେ ପୁଣି କହିଥିଲେ, ବିବିଧତା ମଧ୍ୟରେ ଏକତା ପାଇଁ ନେପାଳର ରାଜତନ୍ତ୍ର ଦରକାର । ଏତକ ବାର୍ତ୍ତା ଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଦହଲଙ୍କ ସମେତ ବହୁ ନେତା ଦାବି କରିଛନ୍ତିି।

ବର୍ତ୍ତମାନ ନେପାଳରେ ଯେଭଳି ରାଜତନ୍ତ୍ର ସପକ୍ଷବାଦୀମାନେ ରାସ୍ତାକୁ ଓହ୍ଲାଇଛନ୍ତି, ତାହା ନିକଟ ଭବିଷ୍ୟତ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଗଲାଣି। ଏଠାରେ ମନେପଡ଼େ ୨୦୧୫ରେ ନେପାଳରେ ନୂଆ ସମ୍ବିଧାନ ପ୍ରଣୟନ ବେଳେ ଆଭ୍ୟନ୍ତରୀଣ ବିବାଦ ସର୍ବୋଚ୍ଚରେ ପହଞ୍ଚତ୍ଥିଲା। ନେପାଳର ଟେରାଇ ଅଞ୍ଚଳରେ ବାସ କରୁଥିବା ମାଧେସୀ ସମ୍ପ୍ରଦାୟ ସେଠାରେ ଏକ ସ୍ବୟଂଶାସିତ ରାଜ୍ୟ ଗଠନ ଦାବି କରିଆସୁଥିଲେ। ନୂତନ ସମ୍ବିଧାନରେ ସେତେବେଳେ ସେମାନଙ୍କୁ ରାଜନୈତିକ ପ୍ରତିନିଧିତ୍ୱ ନ ମିଳିବାରୁ ସେମାନେ ଘୋର ପ୍ରତିବାଦ କରିଥିଲେ। ସୂଚନା ଦିଆଯାଇପାରେ ଯେ, ବିହାର ଓ ଉତ୍ତରପ୍ରଦେଶର ଜାତିଗତ ସାମଞ୍ଜସ୍ୟ ଥିବା ଲୋକମାନେ ମାଧେସୀ ସମ୍ପ୍ରଦାୟର ହୋଇଥିବାରୁ ଭାରତ ସରକାର ମଧ୍ୟ ନେପାଳ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଥିଲା। ଫଳରେ ଭାରତୀୟଙ୍କ ପ୍ରତି ନେପାଳବାସିନ୍ଦାଙ୍କ କ୍ରୋଧ ସୃଷ୍ଟି ହୋଇଥିଲା। ସେତେବେଳେ ଦୀର୍ଘଦିନ ଧରି ଅର୍ଥନୈତିକ ଅବରୋଧ ସୃଷ୍ଟି ହେବା ପଛରେ ଭାରତର ହାତ ଥିଲା ବୋଲି କୁହାଯାଇଥିଲା। ଅର୍ଥାତ୍‌ ନେପାଳରେ ରାଜତନ୍ତ୍ର ଫେରାଇ ଆଣିବା ଦିଗରେ ଭାରତର ମନୋଭାବ ସ୍ପଷ୍ଟ ହୋଇଥିଲା। ଏବର ସ୍ଥିତି ଦେଖିଲେ ୨ କୋଟି ୯୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ନେପାଳର ଋଣ ଭାର ଏହାର ଜିଡିପିର ୪୩.୬୯ ପ୍ରତିଶତ। ଏହା ବ୍ୟତୀତ ବେରୋଜଗାର ହାର ଏବେ ପାଖାପାଖି ୧୧ ପ୍ରତିଶତରେ ରହିଛି। ଏଭଳି ସ୍ଥିତିରେ ଦେଖାଦେଇଥିବା ଆନ୍ଦୋଳନକୁ ନେଇ ନେପାଳର ଭବିଷ୍ୟତ କ’ଣ ହେବ କହିବା କଷ୍ଟକର। ଅନ୍ୟପକ୍ଷେ ଏହି ଆନ୍ଦୋଳନକୁ ପୁନର୍ବାର ଭାରତ ସରକାରଙ୍କ ସମର୍ଥନ ରହିଛି ବୋଲି ଯାହା ଗୁଜବ ହେଉଛି ତାହା ଇତିହାସକୁ ଦେଖିଲେ ଅବିଶ୍ୱସନୀୟ ମନେ ହେଉନାହିଁ। ମାଧେସୀ ଆନ୍ଦୋଳନ ପରେ ବିଫଳତା ଚାଖିଥିବା ଭାରତ ସରକାର ଏବେ ପୁନର୍ବାର ଗଣତନ୍ତ୍ର ବିରୋଧୀ ଉଦ୍ୟମ କରି ଯଦି ବିଫଳ ହେଲା ତେବେ ନେପାଳ ଭଳି ଏକ ଅତ୍ୟନ୍ତ ପଡ଼ୋଶୀ ଦେଶ ଭାରତର ଆହୁରି ଦୂରକୁ ଚାଲିଯିବ। ଆରପଟେ ଅଛି ଚାଇନା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri