ଆର ପଟେ ଚାଇନା

ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି। ନେପାଳରେ ରାଜତନ୍ତ୍ରଠାରୁ ଆରମ୍ଭକରି ଗଣତାନ୍ତ୍ରିକ ସରକାର ପର୍ଯ୍ୟନ୍ତ ଏକ ସୁଦୀର୍ଘ ଇତିହାସ ରହିଛି। ନେପାଳ ରାଜତନ୍ତ୍ରରେ ପ୍ରଥମ ସରକାର ମୁଖ୍ୟ ଭାବେ ଭମଶାରାଜ ପାଣ୍ଡେଙ୍କଠାରୁ (୧୭୭୬)ରୁ ଆରମ୍ଭ କରି ଶାହା, ରାଣା ବଂଶର ଶାସନ ସମୟ ଦେଇ ଟ୍ରାନ୍‌ଜିଶନ ଯୁଗ(୧୯୫୧-୧୯୬୦) ଓ ପାର୍ଟିଲେସ ପଞ୍ଚାୟତ ଯୁଗ(୧୯୬୦-୧୯୯୦) ଏବଂ କନଷ୍ଟିଚ୍ୟୁଶନାଲ ମୋନାର୍କି(୧୯୯୦-୨୦୦୮)ବା ସାମ୍ବିଧାନିକ ରାଜତନ୍ତ୍ର ପଥ ଦେଇ ଶେଷରେ ଫେଡେରାଲ ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ ନେପାଳ ବା ନେପାଳ ସଂଘୀୟ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପହଞ୍ଚିଛି।

ନେପାଳ ରାଜଶାସନର ନିକଟ ଅତୀତକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ୧ ଜୁନ୍‌ ୨୦୦୧ରେ ନାରାୟଣହିତି ପ୍ରାସାଦରେ ଏକ ପାରିବାରିକ ସମାବେଶରେ ରାଜକୁମାର ଦୀପେନ୍ଦ୍ର ତାଙ୍କ ପିତା ସେତେବେଳର ରାଜା ବୀରେନ୍ଦ୍ର, ମାତା ରାଣୀ ଐଶ୍ୱର୍ଯ୍ୟା, ତାଙ୍କ ସାନ ଭାଇ ଓ ଭଉଣୀଙ୍କ ସମେତ ନଅ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ। ଦୀପେନ୍ଦ୍ର ପରିବାର ବର୍ଗଙ୍କୁ ଗୁଳି କରିବା ପରେ ଆତ୍ମହତ୍ୟା କରିବା ଚେଷ୍ଟା କରି କୋମା ଅବସ୍ଥାରେ ଥିଲେ। କୋମାରେ ଥିବା ସମୟରେ ତାଙ୍କୁ ରାଜା ଭାବେ ଘୋଷଣା କରାଯାଇଥିଲା। ଦୀପେନ୍ଦ୍ର ଏଭଳି ହତ୍ୟାକାଣ୍ଡ ଭିଆଇବା ପଛରେ ପ୍ରେମ ଘଟଣା ଥିବା କୁହାଯାଉଥିଲା। ସେ ଦେବଯାନୀ ରାଣା ନାମ୍ନୀ ରାଜକୁମାରୀଙ୍କୁ ବିବାହ କରିବାକୁ ଚାହୁଁଥିବାବେଳେ ତାଙ୍କ ମାତା ଏହାକୁ ବାରଣ କରିବାରୁ ସେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ । ଦେବଯାନୀଙ୍କ ପରିବାରର ସମ୍ପର୍କ ଗ୍ବାଲିୟର ସିନ୍ଧିଆ ରାଜବଂଶ ସହ ରହିଛି। ତେବେ ରାଜକୁମାର ଦୀପେନ୍ଦ୍ରଙ୍କ ମୃତ୍ୟୁ ପରେ ବୀରେନ୍ଦ୍ରଙ୍କ ସାନ ଭାଇ ଜ୍ଞାନେନ୍ଦ୍ରଙ୍କୁ ରାଜା କରାଯାଇଥିଲା। ପରେ ୨୦୦୮ରେ ରାଜତନ୍ତ୍ର ଲୋପ ପାଇଗଲା। ସେତେବେଳେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ଯୋଗୁ ଏଭଳି ଘଟିଥିଲା। ସେହି ସମୟରେ ୧୮ ଅଗଷ୍ଟ ୨୦୦୮ରେ ୟୁନିଫାଏଡ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓଇଷ୍ଟ)ର ନେତା ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ନେପାଳର ପ୍ର୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଏହା ପରେ ଏହି ଦାୟିତ୍ୱରେ ମାଧବ କୁମାର ନେପାଳ, ଝାଲନାଥ ଖନାଲ, ବାବୁରାମ ଭଟ୍ଟାରି, ଖିଲିରାଜ ରେଗମୀ, ସୁଶୀଲ କୋଏରାଲ ପ୍ରମୁଖ ଦାୟିତ୍ୱରେ ରହିଥିଲେ। ତେବେ ୨୦୧୫ରେ ନେପାଳର ନୂଆ ସମ୍ବିଧାନ ଗଠନ ସମୟରେ କମ୍ୟୁନିଷ୍ଟ ପାର୍ଟି ନେତା କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ପରିବର୍ତ୍ତନ ଘଟିଲା ଏବଂ ୨୦୨୪ ଜୁଲାଇରୁ ଓଲି ପୁନର୍ବାର ପ୍ରଧାନମନ୍ତ୍ରୀ ଅଛନ୍ତି। ହେଲେ ଏହି ସମୟରେ ଦୁର୍ନୀତି ବଢ଼ିବା, ନିଯୁକ୍ତି ହ୍ରାସ ପାଇବା ସହ ଦେଶ ଅର୍ଥନୈତିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୦୮ରେ ନେପାଳରେ ରାଜତନ୍ତ୍ର ଶେଷ ହେଲାବେଳେ ଶେଷ ରାଜା ଥିଲେ ଜ୍ଞାନେନ୍ଦ୍ର ଶାହା। ଦେଶରେ ଅସ୍ବାଭାବିକ ସ୍ଥିତି ଉପୁଜିଥିବା ଲକ୍ଷ୍ୟକରି ସେ ତାଙ୍କ ସମର୍ଥକଙ୍କ ସହଯୋଗରେ ନେପାଳରେ ପୁନଃ ରାଜତନ୍ତ୍ର ସ୍ଥାପନ କରିବା ଦିଗରେ ଲାଗି ପଡ଼ିଛନ୍ତି ବୋଲି ଆଲୋଚନା ହେଉଛି। ଘଟଣାକ୍ରମକୁ ଦେଖିଲେ ନେପାଳର ପର୍ଯ୍ୟଟନ ସହର ପୋଖରାରେ ସମୟ ବିତାଉଥିବା ଜ୍ଞାନେନ୍ଦ୍ର ନେପାଳ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ୧୮ ଫେବୃଆରୀରେ ଜାତୀୟ ଏକତା ଓ ପାରସ୍ପରିକ ବୁଝାମଣାକୁ ଆଧାର କରି ଦେଶରେ ଶାନ୍ତି ଓ ପ୍ରଗତିକୁ ସମର୍ଥନ କରିବା ଲାଗି ଦେଶ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଥିଲେ। ସେ ପୁଣି କହିଥିଲେ, ବିବିଧତା ମଧ୍ୟରେ ଏକତା ପାଇଁ ନେପାଳର ରାଜତନ୍ତ୍ର ଦରକାର । ଏତକ ବାର୍ତ୍ତା ଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଦହଲଙ୍କ ସମେତ ବହୁ ନେତା ଦାବି କରିଛନ୍ତିି।

ବର୍ତ୍ତମାନ ନେପାଳରେ ଯେଭଳି ରାଜତନ୍ତ୍ର ସପକ୍ଷବାଦୀମାନେ ରାସ୍ତାକୁ ଓହ୍ଲାଇଛନ୍ତି, ତାହା ନିକଟ ଭବିଷ୍ୟତ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଗଲାଣି। ଏଠାରେ ମନେପଡ଼େ ୨୦୧୫ରେ ନେପାଳରେ ନୂଆ ସମ୍ବିଧାନ ପ୍ରଣୟନ ବେଳେ ଆଭ୍ୟନ୍ତରୀଣ ବିବାଦ ସର୍ବୋଚ୍ଚରେ ପହଞ୍ଚତ୍ଥିଲା। ନେପାଳର ଟେରାଇ ଅଞ୍ଚଳରେ ବାସ କରୁଥିବା ମାଧେସୀ ସମ୍ପ୍ରଦାୟ ସେଠାରେ ଏକ ସ୍ବୟଂଶାସିତ ରାଜ୍ୟ ଗଠନ ଦାବି କରିଆସୁଥିଲେ। ନୂତନ ସମ୍ବିଧାନରେ ସେତେବେଳେ ସେମାନଙ୍କୁ ରାଜନୈତିକ ପ୍ରତିନିଧିତ୍ୱ ନ ମିଳିବାରୁ ସେମାନେ ଘୋର ପ୍ରତିବାଦ କରିଥିଲେ। ସୂଚନା ଦିଆଯାଇପାରେ ଯେ, ବିହାର ଓ ଉତ୍ତରପ୍ରଦେଶର ଜାତିଗତ ସାମଞ୍ଜସ୍ୟ ଥିବା ଲୋକମାନେ ମାଧେସୀ ସମ୍ପ୍ରଦାୟର ହୋଇଥିବାରୁ ଭାରତ ସରକାର ମଧ୍ୟ ନେପାଳ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଥିଲା। ଫଳରେ ଭାରତୀୟଙ୍କ ପ୍ରତି ନେପାଳବାସିନ୍ଦାଙ୍କ କ୍ରୋଧ ସୃଷ୍ଟି ହୋଇଥିଲା। ସେତେବେଳେ ଦୀର୍ଘଦିନ ଧରି ଅର୍ଥନୈତିକ ଅବରୋଧ ସୃଷ୍ଟି ହେବା ପଛରେ ଭାରତର ହାତ ଥିଲା ବୋଲି କୁହାଯାଇଥିଲା। ଅର୍ଥାତ୍‌ ନେପାଳରେ ରାଜତନ୍ତ୍ର ଫେରାଇ ଆଣିବା ଦିଗରେ ଭାରତର ମନୋଭାବ ସ୍ପଷ୍ଟ ହୋଇଥିଲା। ଏବର ସ୍ଥିତି ଦେଖିଲେ ୨ କୋଟି ୯୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ନେପାଳର ଋଣ ଭାର ଏହାର ଜିଡିପିର ୪୩.୬୯ ପ୍ରତିଶତ। ଏହା ବ୍ୟତୀତ ବେରୋଜଗାର ହାର ଏବେ ପାଖାପାଖି ୧୧ ପ୍ରତିଶତରେ ରହିଛି। ଏଭଳି ସ୍ଥିତିରେ ଦେଖାଦେଇଥିବା ଆନ୍ଦୋଳନକୁ ନେଇ ନେପାଳର ଭବିଷ୍ୟତ କ’ଣ ହେବ କହିବା କଷ୍ଟକର। ଅନ୍ୟପକ୍ଷେ ଏହି ଆନ୍ଦୋଳନକୁ ପୁନର୍ବାର ଭାରତ ସରକାରଙ୍କ ସମର୍ଥନ ରହିଛି ବୋଲି ଯାହା ଗୁଜବ ହେଉଛି ତାହା ଇତିହାସକୁ ଦେଖିଲେ ଅବିଶ୍ୱସନୀୟ ମନେ ହେଉନାହିଁ। ମାଧେସୀ ଆନ୍ଦୋଳନ ପରେ ବିଫଳତା ଚାଖିଥିବା ଭାରତ ସରକାର ଏବେ ପୁନର୍ବାର ଗଣତନ୍ତ୍ର ବିରୋଧୀ ଉଦ୍ୟମ କରି ଯଦି ବିଫଳ ହେଲା ତେବେ ନେପାଳ ଭଳି ଏକ ଅତ୍ୟନ୍ତ ପଡ଼ୋଶୀ ଦେଶ ଭାରତର ଆହୁରି ଦୂରକୁ ଚାଲିଯିବ। ଆରପଟେ ଅଛି ଚାଇନା।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri