ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ ନେଇ କେତେବେଳେ ଯଦି ଚର୍ଚ୍ଚା ହୋଇଥାଏ ସେକ୍ସପିୟରଙ୍କ ପ୍ରସିଦ୍ଧ ନାଟକ ‘ରୋମିଓ ଆଣ୍ଡ୍‌ ଜୁଲିଏଟ୍‌’ରୁ ଉଦ୍ଧୃତ ହୋଇଥିବା ଏହି ବାକ୍ୟକୁ ଅନେକେ ବ୍ୟବହାର କରିଥାଆନ୍ତି। କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ)ର ଏବେ ନାମ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହାର ଅବତାରଣା କରାଯାଇପାରେ। ୨୦୦୫ରେ ତତ୍କାଳୀନ ଉପା ସରକାର ଅମଳରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏନ୍‌ଆର୍‌ଇଜିଏ) ପ୍ରଣୟନ କରାଯାଇଥିଲା। ପ୍ରଥମେ କେନ୍ଦ୍ର ବଜେଟରେ ଏଥିଲାଗି ୧୧,୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ୨୦୦୯ରେ ଏହାର ନାମରେ ମହାତ୍ମା ଗାନ୍ଧୀ ଯୋଡ଼ାଯାଇଥିଲା। ସେତେବେଳେ ‘କାର୍ଯ୍ୟ କରିବାର ଅଧିକାର’କୁ ସିଦ୍ଧ କରିବା ସକାଶେ ଗ୍ରାମୀଣ ଭାରତର ଲୋକଙ୍କୁ ଜୀବିକା ନିର୍ବାହ ଲାଗି ବର୍ଷକୁ ୧୦୦ ଦିନର କାମ ଦେବାକୁ ସୁନିଶ୍ଚିତ କରିବା ଲାଗି ଏହି ଆଇନ ଅଭିପ୍ରେତ ଥିଲା। ଏବେ ତାହାର କ୍ରମବିକାଶ କଥା ଦେଖିଲେ ୧୨ ଡିସେମ୍ବରରେ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏ ନାମ ପରିବର୍ତ୍ତନ କରି ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ପିବିଜିଆର୍‌ଓ୍ବାଇ) ଭାବେ ତାହାକୁ ନାମିତ କରିଥିବା ନେଇ କେତେକ ଜାତୀୟ ସ୍ତରୀୟ ଘରୋଇ ଗଣମାଧ୍ୟମରୁ ଜଣାପଡ଼ିଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏକୁ ବଦଳାଇ କେନ୍ଦ୍ର ସରକାର ‘ଭିବି-ଜି ରାମ୍‌ ଜି’ ବିଲ୍‌ ୨୦୨୫ ଆଣିବାକୁ ୧୫ ଡିସେମ୍ବରରେ ନିଷ୍ପତ୍ତି ନେଇଛନ୍ତି। ନୂଆ ବିଲ୍‌ର ପୂରା ନାମ ହେଉଛି ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ (ଗ୍ରାମୀଣ) ବିଲ୍‌-୨୦୨୫। ଏହି ବିଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ପୂର୍ବରୁ ଥିବା ୧୦୦ ଦିନର ଗ୍ୟାରେଣ୍ଟି ବଦଳରେ ମଜୁରିଆଙ୍କୁ ୧୨୫ ଦିନର କାମ ମିଳିବ। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବହନ କରାଯାଇଆସୁଥିବା ସମ୍ପୂର୍ଣ୍ଣ ଅର୍ଥ ଏବେ ନୂଆ ବିଲ୍‌ରେ ରାଜ୍ୟ ଉପରେ ବୋଝ ପଡ଼ିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ‘ଭିବିି-ଜି ରାମ୍‌ ଜି’ରେ ଉତ୍ତରପୂର୍ବାଞ୍ଚଳ, ହିମାଳୟ ସନ୍ନିବେଷ୍ଟିତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର ପାଇଁ କେନ୍ଦ୍ର-ରାଜ୍ୟ ଅନୁପାତ ୯୦:୧୦ ରଖାଯାଇଛି। ଅନ୍ୟ ରାଜ୍ୟ କ୍ଷେତ୍ରରେ ଲୋକଙ୍କୁ ଦିଆଯିବାକୁ ଥିବା ସମ୍ପୂର୍ଣ୍ଣ ମଜୁରିର ୬୦ ପ୍ରତିଶତ କେନ୍ଦ୍ର ଦେବାକୁ ଥିବା ବେଳେ ରାଜ୍ୟଗୁଡ଼ିକୁ ୪୦ ପ୍ରତିଶତ ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ।
‘ଭିବି-ଜି ରାମ୍‌ ଜି’ ବିଲ୍‌ ଯେତେବେଳେ ଆଇନରେ ପରିଣତ ହେବ ସେତେବେଳେ ସେଥିରେ ଥିବା ବ୍ୟବସ୍ଥା ବିଷୟରେ ଅଧିକ ଜାଣିହେବ। କିନ୍ତୁ ମହାତ୍ମା ଗାନ୍ଧୀଙ୍କ ଜାଗାରେ ‘ରାମ୍‌ ଜି’ ଭଳି ନାମକରଣର ଯଥାର୍ଥତା କ’ଣ ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହାର ନିର୍ଦ୍ଦିଷ୍ଟ ଉତ୍ତର ନ ମିଳିଲେ ମଧ୍ୟ ସରକାର ଗ୍ରାମୀଣ ଭାରତର ଲୋକଙ୍କ ସାମାଜିକ ସୁରକ୍ଷା ପରିସର ବଢ଼ାଇବାରେ ଏହା ସହାୟକ ହେବ ବୋଲି କହିପାରନ୍ତି। ଏହି ସନ୍ଧିକ୍ଷଣରେ ଅନେକଙ୍କ ମନରେ ଚିନ୍ତା ଜନ୍ମୁଛି ଯେ, ଯଦି ମହାତ୍ମା ଗାନ୍ଧୀଙ୍କ ନାମ ବଦଳାଯାଇ ରାମ ଜି କରାଯାଉଛି, କାଲି ହୁଏତ ଅନ୍ୟ ସରକାର ଆସିଲେ ଅଲଗା ନାମ କରିଦେଇପାରନ୍ତି। ଥରେ ପୁରୁଣା ଯୋଜନାର ନାମ ବଦଳିଲେ ତାହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ ଏବଂ ପରବର୍ତ୍ତୀ ସମୟରେ ଏହି ‘ଜି ରାମ ଜି’ ବଦଳାଇବାକୁ ଅନ୍ୟମାନେ ମଧ୍ୟ ତତ୍ପର ହୋଇପାରନ୍ତି। ପୁରୁଣା ପରିବର୍ତ୍ତେ ନୂଆ ଯୋଜନା କରି ଏଭଳି ନାମ ଦେଇଥିଲେ ସମ୍ଭବତଃ ଭବିଷ୍ୟତରେ କାହାରି ପାଇଁ ଏହା ଆଖିଦୃଶିଆ ହୋଇ ନ ଥାଆନ୍ତା। ନାମ ପରିବର୍ତ୍ତନ ସଉକ ଦେଶର ବିଭିନ୍ନ ରାଜ୍ୟ, ନଗର ଓ ସହର ଆଦି କ୍ଷେତ୍ରରେ ପୂର୍ବରୁ ଢେର ଦେଖାଯାଇ ଆସିଛି। ତେଣୁ ଏଭଳି ସ୍ଥଳେ ଆମେ ଓଡ଼ିଶାବାସୀ ଖୁସି ହୋଇଥାଆନ୍ତୁ ‘ରାମ’ ପରିବର୍ତ୍ତେ ‘ଜଗନ୍ନାଥ’ ହୋଇଥାଆନ୍ତା। ଉତ୍ତର ଭାରତର ରାମ-ଆଲ୍ଲା ବିବାଦଠାରୁ ଜଗନ୍ନାଥ ଅଧିକ ଧର୍ମନିରପେକ୍ଷ ହେବେ। ଏମିତି ଦେଖିଲେ ୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କୁ ସ୍ଥିର ରଖିବାରେ ଓଡ଼ିଶାରୁ ଯାଇଥିବା ୨୦ ଏମ୍‌ପିଙ୍କ ଯୋଗଦାନ ଗୁରୁତ୍ୱ ବହନ କରିଥିଲା। ସେତେବେଳେ ଭାଜପାକୁ ଓଡ଼ିଶାରୁ ବିପୁଳ ସମର୍ଥନ ମିଳିବା ପରେ ନୂଆଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଥର ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରିଥିଲେ। ସେହି ଦୃଷ୍ଟିରୁ ଦେଖିଲେ ଜଗନ୍ନାଥଙ୍କ ନାମ ମଧ୍ୟ ସର୍ବମତେ ଗ୍ରହଣୀୟ ହୋଇଥାଆନ୍ତା।
ଆଜି ବିଶ୍ୱର ବୃହତ୍‌ ଦେଶକୁ ଦେଖିଲେ ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତି, ଗବେଷଣା ଓ ଅଭିନବତ୍ୱକୁ ଗୁରୁତ୍ୱ ଦିଆଯାଇ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଦିଗରେ ସେମାନେ ଧାବମାନ। ହେଲେ ଏଠାରେ ବାସ୍ତବ କାର୍ଯ୍ୟ ଅପେକ୍ଷା ସୁନ୍ଦର ଶବ୍ଦ ବ୍ୟବହାର କରାଯାଇ ସମସ୍ତଙ୍କୁ ସଙ୍ଖୁଳିବାର ପ୍ରଚେଷ୍ଟା ଏବଂ ଅଦ୍ଭୁତ ନାମକରଣରେ ସରକାର ମଜ୍ଜିଯାଇଥିବା ଭଳି ମନେ ହେଉଛି। ରଙ୍ଗ କିମ୍ବା ନାମ ବଦଳାଇବାକୁ ସମାଲୋଚନା କରାଯାଆନ୍ତା ନାହିଁ ଯଦି ତାହା ଦ୍ୱାରା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ହୁଅନ୍ତା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri