Posted inଫୁରସତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଧନଉଲ୍‌ଟି

ଉତ୍ତରାଖଣ୍ଡସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଧନଉଲ୍‌ଟି। ଶୈଳନିବାସ ଭାବେ ବି ଏହା ପରିଚିତ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଢେର୍‌ ସୂଯୋଗ ରହିଛି ଏଠାରେ। ସେଥିପାଇଁ ଖରାଦିନ ହେଉ କି ଶୀତଦିନ ସବୁବେଳେ ଏଠି ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳେ। ପର୍ଯ୍ୟଟକ ଏଠାରେ ବୁଲାବୁଲି କରିବା ସହ ଅନେକ ଦୁଃସାହସିକ କ୍ରୀଡ଼ାର ମଧ୍ୟ ଭରପୂର ମଜା ନେଇପାରିବେ…

ଧନଉଲ୍‌ଟି ଉତ୍ତରାଖଣ୍ଡସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ହିଲ୍‌ ଷ୍ଟେଶନ ଭାବେ ବି ଏହାର ରହିଛି ବେଶ୍‌ ଖ୍ୟାତି। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନରେ ପର୍ଯ୍ୟଟକଙ୍କ ମନକୁ ମୋହିଲା ଭଳି ଅନେକ ଦର୍ଶନୀୟ ସ୍ଥାନ ବି ଦେଖିବାକୁ ମିଳିଥାଏ। ପାହାଡ, ପର୍ବତ ଘେରା ଏହି ସ୍ଥାନରେ ମୁଖ୍ୟତଃ ଦେବଦାରୁ ଗଛ, ଡେଙ୍ଗା ଡେଙ୍ଗା ଓକ୍‌ ଗଛର ଜଙ୍ଗଲ ତଥା ବୁରାଂଶ ନାମକ ଏକ ସୁନ୍ଦର ଫୁଲ ଫୁଟୁଥିବା ଗଛ ଇତ୍ୟାଦି ଦେଖାଯାଏ। ତା’ଛଡ଼ା ଏଠାକାର କେଉଁଠି କେଉଁଠି ଘାଟି ଦେଖିବାକୁ ମିଳେ ତ ପୁଣି କେଉଁଠି ମନ୍ଦିର ତଥା ଉପତ୍ୟାକାର ଶୋଭା ବେଶ୍‌ ଆଖି ଦୃର୍ଶୀୟା ହୋଇଥାଏ। ଖାସ୍‌ ସେଥିପାଇଁ ପର୍ଯ୍ୟଟନ ଋତୁରେ ଏଠାରେ ବେଶ୍‌ ଭିଡ଼ ଦେଖିବାକୁ ମିଳେ।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଧନଉଲ୍‌ଟି ଯିବାପାଇଁ ଖରାଦିନ ଓ ଶୀତଦିନ ହେଉଛି ସବୁଠୁ ବେଷ୍ଟ। କାରଣ ଖରାଦିନେ ଏଠାକାର ତାପମାତ୍ରା ମାତ୍ର ୨୦ରୁ ୨୫ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହିଥାଏ; ସେଥିପାଇଁ ବୁଲାବୁଲି କଲେ ଥକ୍କା ଲାଗେ ନାହିଁ। ଅନ୍ୟପକ୍ଷେ ଶୀତଦିନେ ଏଠାରେ ତୁଷାରପାତର ମଜା ନେବାକୁ ବି ପର୍ଯ୍ୟଟକ ଖୁବ୍‌ ପସନ୍ଦ କରିଥାନ୍ତି। ତେଣୁ ଖରାଦିନେ ଓ ଶୀତଦିନେ ଧନଉଲ୍‌ଟି ଯିବା ସର୍ବୋତ୍ତମ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଦିଲ୍ଲୀଠାରୁ ମାତ୍ର ୩୨୫ କି.ମି ଦୂରରେ ରହିଥିବା ଧନଉଲ୍‌ଟିର ନିକଟତମ ବିମାନବନ୍ଦର ହେଉଛି ଜୋଲି ଗ୍ରାଣ୍ଟ ଏୟାରପୋର୍ଟ ଏବଂ ନିକଟତମ ରେଳଷ୍ଟେଶନ ହେଉଛି ଡେରାଡୁନ୍‌ ରେଲଓ୍ବେଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ।
କ’ଣ ଦେଖିବେ
ଧନଉଲ୍‌ଟିରେ ଅମ୍ବର ଓ ଧାରା ନାମରେ ଦୁଇଟି ଇକୋ ପାର୍କ ରହିଛି; ଯେଉଁଠାରେ ମୁଖ୍ୟତଃ ଦେବଦାରୁ ଗଛର ଛୋଟ ଜଙ୍ଗଲ ଥିବାର ଦେଖିବାକୁ ମିଳେ। ଏଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ହର୍ସ ରାଇଡିଂ, ବର୍ମା ରୋପ୍‌ ବ୍ରିଜ୍‌ରେ ଚାଲିବା ତଥା ଓଲଟା ଭାବେ ଦଉଡ଼ିରେ ଝୁଲି ଝୁଲି ଚାଲିବାର ସୁବିଧା ଆଦି ପ୍ରଦାନ କରାଯାଇଥାଏ। ତା’ଛଡ଼ା ପର୍ଯ୍ୟଟକଙ୍କ ରହଣି ପାଇଁ ଏଠାରେ ଇକୋ ହଟ୍‌ର ମଧ୍ୟ ବ୍ୟବସ୍ଥା ଅଛି। ସୁରକଣ୍ଡା ଦେବୀ ମନ୍ଦିର ହେଉଛି ଏଠାକାର ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳୀ।
ଦୁଃସାହସିକ କ୍ରୀଡ଼ା ପାଇଁ ପ୍ରସିଦ୍ଧ
ପାହାଡ ପର୍ବତ ଘେରା ଏହି ଅଞ୍ଚଳରେ ପର୍ଯ୍ୟଟକ ଟ୍ରେକିଂ, କ୍ୱାଡ୍‌ ବାଇକିଂ, ଜିପ୍‌ ଲାଇନ୍‌ ରାଇଡ୍‌, ସ୍କାଏ ବ୍ରିଜ ଓ୍ବାକ୍‌ ଭଳି ଅନେକ ଦୁଃସାହସିକ କ୍ରୀଡ଼ାର ଭରପୂର ମଜା ନେଇପାରିବେ। ତା’ଛଡ଼ା ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ସହିତ ସୁନ୍ଦର ସୁନ୍ଦର ଫଟୋ ଉଠାଇ ମଧ୍ୟ ଏହି ବିଶେଷ ମୂହୁର୍ତ୍ତକୁ ନିଜ ପାଖେ ସବୁଦିନ ପାଇଁ ସାଇତି ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri