ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଧନତେରାସ ଅଫର

ଭୁବନେଶ୍ୱର,୧୮।୧୦: ଓଡ଼ିଶାର ସର୍ବବୃହତ୍‌ ଜୁଏଲେରି ବ୍ରାଣ୍ଡ୍‌ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନିକଟରେ ସର୍ବଶ୍ରେଷ୍ଠ ଧନତେରାସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆଲୋକ ଓ ଅମୃତର ପର୍ବ ଦୀପାବଳି ଓ ଧନତେରାସ ଉପଲକ୍ଷେ ଏହି ଅଫର ବ୍ରାଣ୍ଡ୍‌ ପକ୍ଷରୁ ଅଣାଯାଇଛି। ବ୍ରାଣ୍ଡ୍‌ର ପ୍ରିୟ ଗ୍ରାହକଙ୍କ ପସନ୍ଦ ଓ ଚାହିଦାକୁ ଦୃଷ୍ଟିରେ ରଖି ଦଶ ହଜାରରୁ ଊର୍ଦ୍ଧ୍ୱ ଡିଜାଇନର ଗହଣା ସମ୍ଭାର ଚଳିତ ପାର୍ବଣ ପାଇଁ ପ୍ରସ୍ତୁତ କରାଯାଇଛି। ସର୍ବଶ୍ରେଷ୍ଠ ଧନତେରାସ ଅଫରରେ ପ୍ରତି ୧୦ ଗ୍ରାମ୍‌ ସୁନା ଗହଣା କିଣା ଉପରେ ଗୋଟିଏ ସ୍ବର୍ଣ୍ଣମୁଦ୍ରା ସମ୍ପୂର୍ଣ୍ଣ ମାଗଣା ସହ ସୁନା ଗହଣାର ଗଢା ମଜୁରିରେ ୫୦% ପର୍ଯ୍ୟନ୍ତ ଛାଡ଼ ରହିଛି। ଏହି ଅଫର ଚଳିତ ବର୍ଷ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଆଡଭାନ୍ସ ବୁକିଂ କରୁଥିବା ଗ୍ରାହକଙ୍କ ପାଇଁ ଷ୍ଟୋରର ଗହଣା ଉପରେ ଲାଗୁ ହେବ। ସେହିପରି ସର୍ବନିମ୍ନ ଫ୍ଲେକ୍ସିବଲ ସୁନା ଦର ଓ ପୁରୁଣା ଗହଣାର ଏକ୍ସଚେଞ୍ଜ ଉପରେ ୧୦୦% ଏକ୍ସଚେଞ୍ଜ ଭାଲ୍ୟୁ ମିଳିବ। ଅପରପକ୍ଷରେ ଚଳିତ ବର୍ଷର ଧନତେରାସ ଅବସରରେ ଗହଣାର ଦଶ ହଜାରରୁ ଊର୍ଦ୍ଧ୍ୱ ଡିଜାଇନ ସହ ଆମେ ଓଡ଼ିଶାର ଗର୍ବ କୋଣାର୍କ ଦ୍ୱାରା ପ୍ରେରିତ ସ୍ପେଶାଲ ଅର୍କ ଗହଣାର ମଧ୍ୟ ବଜାର ପ୍ରବେଶ କରାଇଛୁ, ଯାହାର ଗଢ଼ା ମଜୁରି ମାତ୍ର ୪୯୯ଟଙ୍କା ରହିଛି। ସେହିପରି ହୀରା ଗହଣା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ଛାଡ଼, ଆଉ ରୁପା ଗହଣାର ଗଢା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ଛାଡ ରହିଛି।
ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଓଡ଼ିଶାର ସର୍ବବୃହତ ବ୍ରାଣ୍ଡ୍‌ ଭାବେ ଅରୁନ୍ଧତୀକୁ ତିଆରି କରିଥିବା ହଜାର ହଜାର ଗ୍ରାହକବନ୍ଧୁଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ। ଏପରିକି ଆମର ନୂତନ କେଲକ୍ସନ୍‌ ‘ଅର୍କ’ର ଆନନ୍ଦ ନେବା ସହ ଧନତେରାସରେ ନିଜର ମନପସନ୍ଦର ଗହଣା ଏବଂ ଆକର୍ଷଣୀୟ ଅଫରର ଭରପୂର ଲାଭ ଉଠାଇବା ପାଇଁ ସମସ୍ତ ଗ୍ରାହକଙ୍କୁ ସାଦର ନିମନ୍ତ୍ରଣ କରୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri