ଡିସେମ୍ବର ୨୮ରୁ ଖୋଲିବ ମଣ୍ଡି

ଭଦ୍ରକ ଅଫିସ, ୧୯।୧୧: ଆସନ୍ତା ଡିସେମ୍ବର ୨୮ରୁ ଭଦ୍ରକ ଜିଲାରେ ଧାନମଣ୍ଡି ଖୋଲିବ। ୯୬ ସୋସାଇଟି ଓ ୫୭ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସମୁଦାୟ ୧୫୩ ମଣ୍ଡିରେ ଧାନ କିଣାଯିବା ନେଇ ଜିଲା ପରିଷଦ ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ସୂଚନା ଦିଆଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଏମ୍‌ପିଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଚଳିତବର୍ଷ କ୍ରୟ ନିମନ୍ତେ ସାଧାରଣ ଏଫ୍‌ଏକ୍ୟୁ ମାନର ଧାନ ପାଇଁ ସରକାରୀ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ଓ ଗ୍ରେଡ୍‌ ଏ (ଏଫ୍‌ଏକ୍ୟୁ) ଲାଗି ୨୦୬୦ ଟଙ୍କା ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଛି। ପୂର୍ବରୁ ମିଲରମାନେ ମଣ୍ଡିରୁ ଧାନ ନେଉଥିବା ବେଳେ ଚଳିତବର୍ଷ ମଣ୍ଡିରୁ ମିଲରମାନଙ୍କ ପାଖକୁ ଧାନ ପରିବହନ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନଙ୍କୁ ନିୟୋଜିତ କରାଯିବ। ଧାନ ବିକିବା ଲାଗି ଜିଲାରେ ସମୁଦାୟ ୯୦,୫୨୩ ଚାଷୀ ନାମ ପଞ୍ଜୀକୃତ କରିଛନ୍ତି। ବାସୁଦେବପୁର ବ୍ଲକର ସର୍ବାଧିକ ୧୭,୨୫୦ ଓ ଧାମନଗର ବ୍ଲକର ସର୍ବନିମ୍ନ ୭,୦୧୭ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୩,୫୨,୩୫୨.୯୪ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨ୟ ଓ ୩ୟ ପର୍ଯ୍ୟାୟରେ ଆଉ ଟାର୍ଗେଟ ଆସିପାରେ ବୋଲି କୁହାଯାଇଛି।
ପ୍ରତିଶତ କ୍ଷୁଦ୍ର ଚାଷୀ ଓ ୨୦ ପ୍ରତିଶତ ବୃହତ୍‌ ଚାଷୀଙ୍କଠାରୁ ଧାନକ୍ରୟ କରାଯିବ। ଏହାର ସୁପରିଚାଳନା ପାଇଁ ଜିଲାସ୍ତରୀୟ କମିଟି ଗଠନ ଓ ଧାନକ୍ରୟ ଅବଧି ମଧ୍ୟରେ ବା ପୂର୍ବରୁ ଆବଶ୍ୟକ ଅନୁଯାୟୀ ବୈଠକ ଆୟୋଜନ ନିମନ୍ତେ ସିଦ୍ଧାନ୍ତ ନିଆଯାଇଛି। ଜିଲାର ୧୦୮ ସମବାୟ ସମିତି ମଧ୍ୟରୁ ମାତ୍ର ୪୩ଟିରେ ନିଜସ୍ବ ଗୋଦାମ ଅଛି। ଅନ୍ୟ ସମିତିଗୁଡ଼ିକରେ ଗୋଦାମ ନାହିଁ। ଧାନବସ୍ତା ରଖିବାକୁ ମଣ୍ଡି ନିକଟରେ ଗୋଦାମ ନ ଥିବା ବନ୍ତ ବ୍ଲକର ଚାଷୀ ନୃସିଂହ ପରିଡ଼ା ବୈଠକରେ ଅଭିଯୋଗ କରିଥିଲେ। ଗତବର୍ଷ ବିକ୍ରି ସମୟରେ ଲଗାଣ ବର୍ଷାରେ ଧାନ ଭିଜି ଗଜା ହୋଇଯାଇଥିଲା। ଗଜା ଧାନକୁ କୁଇଣ୍ଟାଲ ପ୍ରତି ୮ଶହ/୯ଶହ ଟଙ୍କାରେ ବିକ୍ରି କରିବାକୁ ଚାଷୀମାନେ ବାଧ୍ୟ ହୋଇଥିଲେ। ଏଥର ଧାନବସ୍ତା ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଏଆର୍‌ସିଏସ୍‌ ସଦାନନ୍ଦ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ, ମିଲର ଓ ଚାଷୀ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri