ଡିସେମ୍ବର ୨୮ରୁ ଖୋଲିବ ମଣ୍ଡି

ଭଦ୍ରକ ଅଫିସ, ୧୯।୧୧: ଆସନ୍ତା ଡିସେମ୍ବର ୨୮ରୁ ଭଦ୍ରକ ଜିଲାରେ ଧାନମଣ୍ଡି ଖୋଲିବ। ୯୬ ସୋସାଇଟି ଓ ୫୭ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସମୁଦାୟ ୧୫୩ ମଣ୍ଡିରେ ଧାନ କିଣାଯିବା ନେଇ ଜିଲା ପରିଷଦ ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ସୂଚନା ଦିଆଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଏମ୍‌ପିଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଚଳିତବର୍ଷ କ୍ରୟ ନିମନ୍ତେ ସାଧାରଣ ଏଫ୍‌ଏକ୍ୟୁ ମାନର ଧାନ ପାଇଁ ସରକାରୀ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ଓ ଗ୍ରେଡ୍‌ ଏ (ଏଫ୍‌ଏକ୍ୟୁ) ଲାଗି ୨୦୬୦ ଟଙ୍କା ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଛି। ପୂର୍ବରୁ ମିଲରମାନେ ମଣ୍ଡିରୁ ଧାନ ନେଉଥିବା ବେଳେ ଚଳିତବର୍ଷ ମଣ୍ଡିରୁ ମିଲରମାନଙ୍କ ପାଖକୁ ଧାନ ପରିବହନ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଠିକାଦାରମାନଙ୍କୁ ନିୟୋଜିତ କରାଯିବ। ଧାନ ବିକିବା ଲାଗି ଜିଲାରେ ସମୁଦାୟ ୯୦,୫୨୩ ଚାଷୀ ନାମ ପଞ୍ଜୀକୃତ କରିଛନ୍ତି। ବାସୁଦେବପୁର ବ୍ଲକର ସର୍ବାଧିକ ୧୭,୨୫୦ ଓ ଧାମନଗର ବ୍ଲକର ସର୍ବନିମ୍ନ ୭,୦୧୭ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୩,୫୨,୩୫୨.୯୪ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨ୟ ଓ ୩ୟ ପର୍ଯ୍ୟାୟରେ ଆଉ ଟାର୍ଗେଟ ଆସିପାରେ ବୋଲି କୁହାଯାଇଛି।
ପ୍ରତିଶତ କ୍ଷୁଦ୍ର ଚାଷୀ ଓ ୨୦ ପ୍ରତିଶତ ବୃହତ୍‌ ଚାଷୀଙ୍କଠାରୁ ଧାନକ୍ରୟ କରାଯିବ। ଏହାର ସୁପରିଚାଳନା ପାଇଁ ଜିଲାସ୍ତରୀୟ କମିଟି ଗଠନ ଓ ଧାନକ୍ରୟ ଅବଧି ମଧ୍ୟରେ ବା ପୂର୍ବରୁ ଆବଶ୍ୟକ ଅନୁଯାୟୀ ବୈଠକ ଆୟୋଜନ ନିମନ୍ତେ ସିଦ୍ଧାନ୍ତ ନିଆଯାଇଛି। ଜିଲାର ୧୦୮ ସମବାୟ ସମିତି ମଧ୍ୟରୁ ମାତ୍ର ୪୩ଟିରେ ନିଜସ୍ବ ଗୋଦାମ ଅଛି। ଅନ୍ୟ ସମିତିଗୁଡ଼ିକରେ ଗୋଦାମ ନାହିଁ। ଧାନବସ୍ତା ରଖିବାକୁ ମଣ୍ଡି ନିକଟରେ ଗୋଦାମ ନ ଥିବା ବନ୍ତ ବ୍ଲକର ଚାଷୀ ନୃସିଂହ ପରିଡ଼ା ବୈଠକରେ ଅଭିଯୋଗ କରିଥିଲେ। ଗତବର୍ଷ ବିକ୍ରି ସମୟରେ ଲଗାଣ ବର୍ଷାରେ ଧାନ ଭିଜି ଗଜା ହୋଇଯାଇଥିଲା। ଗଜା ଧାନକୁ କୁଇଣ୍ଟାଲ ପ୍ରତି ୮ଶହ/୯ଶହ ଟଙ୍କାରେ ବିକ୍ରି କରିବାକୁ ଚାଷୀମାନେ ବାଧ୍ୟ ହୋଇଥିଲେ। ଏଥର ଧାନବସ୍ତା ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଏଆର୍‌ସିଏସ୍‌ ସଦାନନ୍ଦ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ, ମିଲର ଓ ଚାଷୀ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri