କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଉପରେ ଡିଜିଜିଆଇର ଚଢ଼ାଉ

ନୂଆଦିଲ୍ଲୀ,୨।୧: ଭାରତରେ ନିଷିଦ୍ଧ ହୋଇଥିବା କ୍ରିପ୍ଟୋ ମୁଦ୍ରାକୁ ବେଆଇନ ଭାବେ କାରବାର କରୁଥିବା ସଂସ୍ଥା ଉପରେ ଶନିବାର ଜିଏସ୍‌ଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ପକ୍ଷରୁ ଚଢ଼ାଉ କରାଯାଇଛି। କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କରୁଥିବା ସଂସ୍ଥା ୱାଜିର ଏକ୍ସ ବିପୁଳ ପରିମାଣରେ ଟିକସ ଠକେଇ କରୁଥିବା ନେଇ ଡିଜିଜିଆଇ ଜାଣିବାକୁ ପାଇଥିଲା। ଏ ନେଇ ଡିଜିଜିଆଇ ଦେଶରେ ସଞ୍ଚାଳିତ ଏହି ଏକ୍ସଚେଞ୍ଜ ସଂସ୍ଥାଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, କ୍ରିପ୍ଟୋକରେନ୍ସି ସେବା ପ୍ରଦାନକାରୀଙ୍କ ପାଖାପାଖି ୬ଟି କାର୍ଯ୍ୟାଳୟ ଉପରେ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି। ଏଥିରେ ଏକ ବଡ଼ ଧରଣର ଜିଏସ୍‌ଟି ଠକେଇ ହୋଇଥିବା ଜଣାପଡ଼ିଛି। କ୍ରିପ୍ଟୋ ୱାଲେଟ୍‌ ଏବଂ ଏକ୍ସଚେଞ୍ଜ ପ୍ଲାଟ୍‌ଫର୍ମ ଜରିଆରେ ବ୍ୟବସାୟୀ ଏବଂ ଗ୍ରାହକ ବିଟ୍‌କଏନ୍‌, ଏଥିରିୟମ୍‌, ରିପଲ୍‌ ଭଳି ଡିଜିଟାଲ ମୁଦ୍ରାର ନେଣଦେଣ କରିଥାନ୍ତି। ସରକାରୀ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି, ଏହି କମ୍ପାନୀଗୁଡିକ କ୍ରିପ୍ଟୋ ମୁଦ୍ରା କିଣିବା ଏବଂ ବିକ୍ରୟ ପାଇଁ ମଧ୍ୟସ୍ଥ ସେବା ଯୋଗାଇଥାନ୍ତି। ଏହି ସେବାଗୁଡିକ ଉପରେ ୧୮% ହାରରେ ଜିଏସ୍‌ଟି ଲାଗୁ ହୋଇଥାଏ। ଏହାକୁ ଉକ୍ତ ବ୍ୟବସାୟୀମାନେ ଫାଙ୍କି ଆସୁଥିଲେ ବୋଲି କୁହାଯାଇଛି। ଏହି ସେବା ପ୍ରଦାନକାରୀମାନେ ବିଟ୍‌କଏନ୍‌ ଏକ୍ସଚେଞ୍ଜ ସହ ଜଡିତ ହେବା ପାଇଁ କମିଶନ ଚାର୍ଜ କରୁଥିଲେ, କିନ୍ତୁ ଜିଏସ୍‌ଟି ଦେଉ ନ ଥିଲେ। ଫଳରେ ଏହି କାରବାରକୁ ନେଇ ଡିଜିଜିଆଇ ପୂର୍ବରୁ ସଜାଗଥିଲା ଏବଂ ସମୟ ଦେଖି ସେମାନଙ୍କ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପ୍ରାୟ ୭୦ କୋଟି ଟଙ୍କାର ଟ୍ୟାକ୍ସ ଠକେଇ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri