୨ ଦିବସୀୟ ରାଉରକେଲା ଗସ୍ତରେ ଡିଜି ଖୁରାନିଆ

ରାଉରକେଲା ,୨୮।୪(ସଂଗୀତା ଜେନା): ରାଜ୍ୟରେ ୧୨ ଜଣ ପାକିସ୍ତାନୀ ଅଛନ୍ତି। ସମସ୍ତଙ୍କୁ ଲିଭ ଇଣ୍ଡିଆ ନୋଟିସ ଦିଆଯାଇଛି। କେତେ ଜଣେ ପାକିସ୍ତାନୀ ଯାଇ ସାରିଲେଣି। ଏବେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଛି। ଓଡ଼ିଶା ପୋଲିସ ଡିଜି ୟୋଗେସ ବାହାଦୁର ଖୁରାନିଆ ତାଙ୍କର ଦୁଇ ଦିନିଆ ରାଉରକେଲା ଗସ୍ତରେ ଏହି କଥା କହିଛନ୍ତି। ଏହାଛଡା ରାଉରକେଲା ପୋଲିସର ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ମଧ୍ୟ ସେ କହିଛନ୍ତି। ପୂର୍ବ ଅପେକ୍ଷା ରାଉରକେଲା ପୋଲିସ ଆହୁରି ଅଧିକ କାର୍ଯ୍ୟକ୍ଷମ ହେବ ବୋଲି ଡିଜି କହିଛନ୍ତି। ରାଜ୍ୟରେ ୧୬୫୦ ପୋଲିସ କର୍ମଚାରୀ ନିଅଣ୍ଟ ଅଛନ୍ତି ଏବଂ ଏହାକୁ ଖୁବ ଶୀଘ୍ର ପୁରଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି।
ରାଉରକେଲାରେ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ସିସିଟିଭି ଲଗାଇବା ପ୍ରକ୍ରିୟାରେ ବିଳମ୍ବ ହୋଇଛି। ଏହା କିପରି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ସେ ବାବଦରେ ଆଲୋଚନା ହୋଇଛି। ଏହା ଛଡା ମାଓବାଦୀ ଦମନ ନୀତି ତଥା ପଦକ୍ଷେପ ନେବା ଉପରେ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରା ଯାଇଥିବା କହିଲେ ପୋଲିସ ଡିଜି । ଏହି ଆଲୋଚନା ବୈଠକରେ ଆଇଜି ଅପରେଶନ ଡ. ଦୀପକ କୁମାର,ପଶ୍ଚିମାଞ୍ଚଳ ଡିଆଇଜି ଦାୟିତ୍ୱରେ ଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ରାଉରକେଲା ଏସପି ନୀତେଶ ୱାଧୱାନିଙ୍କ ସମେତ ଜିଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

କୋଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ରାସ୍ତାରେ ବସିଲେ ବିଭିନ୍ନ ରାଜନୈତିକ ଦଳ

ଭଦ୍ରକ/ଚାନ୍ଦବାଲି,୨୫ା୧୨(ସନାତନ ରାଉତ/ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁଠାରେ ୨ ଦିନ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଚାନ୍ଦବାଲି...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri