ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ, ଆନନ୍ଦବଜାରରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ

ପୁରୀ,୧୫।୧(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ପୋଲିସର ସୁରକ୍ଷା ବଳୟକୁ ଭେଦ କରି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ କିପରି ଏତେ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ କଥା ହେଲେ, ତାହାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ନେଇ ପ୍ରବେଶ କଲେ ତାଙ୍କୁ ଜରିମାନା ଆଦାୟ ନିୟମ ରହିଛି। ତେବେ ଅନେକ ସମୟରେ ବ୍ୟକ୍ତିମାନ ମୋବାଇଲ ଶ୍ରୀମନ୍ଦିରକୁ ନେଇ କଥାହେବା ସହ ଫଟୋ ଭିଡିଓ ଉତ୍ତୋଳନ କରୁଛନ୍ତି। ତେଣୁ ପୋଲିସ ଏଥିପ୍ରତି ଅଧିକ ସଚେତନ ହେବା ସହ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି କରାଯାଇଛି।

Share