ତାରାତାରିଣୀଙ୍କ ପୀଠରୁ ଆଉ ଭୋକିଲା ଫେରିବେନି ଭକ୍ତ: ଆରମ୍ଭ ହେଲା ଅନ୍ନପ୍ରସାଦ

ପୁରୁଷୋତ୍ତମପୁର,୮।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନେ ଆଉ ଭୋକିଲା ହୋଇ ଫେରିବେନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବଡ ପଦକ୍ଷେପକୁ ସୋମବାର ଜିଲା ପ୍ରସାଶନ ପକ୍ଷରୁ କାର୍ଯ୍ୟକାରୀ କରାଯାଇ ଆରମ୍ଭ ହୋଇଛି। ପ୍ରସାଦ ଯୋଗାଣର ବ୍ୟବସ୍ଥା ଗଞ୍ଜାମ ଜିଲାପାଳ ଭି ର୍କିତ୍ତିଭାସନ ଶୁଭାରମ୍ଭ କରିଛନ୍ତି ଏବଂ ନିଜେ ଭକ୍ତଙ୍କୁ ପ୍ରସାଦ ପରସିଛନ୍ତି।

ଭକ୍ତମାନେ ଆନନ୍ଦର ସହକାରେ ଭୋଜନଶାଳାରେ ବସି ପ୍ରସାଦ ସେବନ କରିଥିବାବେଳେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉସାହ ଦେଖାଦେଇଛି। ମା’ଙ୍କ ପ୍ରସାଦ ପାଇ ନିଜକୁ ଧନ୍ୟ ମଣିଛନ୍ତି ଭକ୍ତ ଓ ପର୍ଯ୍ୟଟକ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲାପାଳ ଡଃ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର,ଥାନା ଆଇଆଇସି ରାଜେଶକୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନସେନା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି, ମନ୍ଦିର ଉନ୍ନୟନ କମିଟିର ସଂପାଦକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।
ଏଠାରେ ସରକାରଙ୍କ ପକ୍ଷରୁ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଅତ୍ୟାଧୁନିକ ଶୈଳୀର ସ୍ବୟଂଚାଳିତ ରନ୍ଧନ ମେଶିନ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ କରାଯାଇଛି। ଏହି ମେଶିନରେ ୩୦ ମିନିଟ୍‌ରେ ୩ ହଜାର ଲୋକଙ୍କ ଲାଗି ରୋଷେଇ ହୋଇପାରିବାର ବ୍ୟବସ୍ଥା ରହିଛି । ମନ୍ଦିରକୁ ଦୈନିକ ଆସୁଥିବା ଭକ୍ତଙ୍କ ଭିଡର ଆବଶ୍ୟକତାକୁ ଦେଖି ପ୍ରସାଦର ବ୍ୟବସ୍ଥା କରାଯିବ। ଏହାସହ କୌଣସି ବ୍ୟକ୍ତି ଆଗୁଆ ଅର୍ଡର କଲେ ପ୍ରସାଦ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବାର ଜିଲାପାଳ କହିଛନ୍ତି। ବର୍ତ୍ତମାନ ଏହି ପ୍ରସାଦର ଦରଧାର୍ଯ୍ୟ ହୋଇ ନ ଥିବାବେଳେ ଆଗାମୀ ଦିନରେ ଏହା କରାଯିବ। ପୂର୍ବରୁ ଜିଲା ଓ ରାଜ୍ୟ ବାହାରୁ ମା’ଙ୍କ ଦର୍ଶନ ଲାଗି ଆସୁଥିବା ଶହ ଶହ ଭକ୍ତ ଭୋକିଲା ହୋଇ ଫେରୁଥିବାବେଳେ ଏଣିକି ଆଉ ଭୋକିଲା ହୋଇ ଫେରିବେନି। ମା’ଙ୍କ ପ୍ରସାଦ ପାଇବାର ସୌଭାଗ୍ୟ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri