ବଲାଙ୍ଗୀର, ୨୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପରିଷଦ ସଦସ୍ୟା ସଦସ୍ୟମାନେ ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଜିଲା ପରିଷଦ ସଭାପତି ଦେବକୀ
ସାହୁ ଓ ପରିଷଦ ସଦସ୍ୟା, ସଦସ୍ୟମାନେ କହିଛନ୍ତି ଯେ, ଦୀର୍ଘ ଏକ ବର୍ଷରୁ ଉଦ୍ଧର୍ବ ହେବ କେବିକେ ବିକାଶ ଯୋଜନାର ଜିଲା ଅଂଶ ଅନୁଦାନ ଯୋଗାଇ ଦିଆଯାଉନାହିଁ। ଫଳରେ ଜିଲାରେ ବିକାଶ କାମ ଠପ ହୋଇଯାଇଛି। ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ ନ କରିବା, ଜିଲା ପରିଷଦ ବୈଠକ ନ କରିବା ଏବଂ ନିର୍ବାଚିତ ଜିଲା ପରିଷଦ ସଦସ୍ୟା ସଦସ୍ୟଙ୍କୁ ଜିଲା ପ୍ରଶାସନ ଖାତିର ନ କରିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ପରିଷଦ ସଭାପତି ସାହୁ କହିଛନ୍ତି। ଜିଲା ପରିଷଦ ସଦସ୍ୟାସଦସ୍ୟମାନେ ଧାରଣାରେ ବସିଛନ୍ତି।


