କେସିଙ୍ଗା ସହରର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀଙ୍କୁ ୯ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା,୨୫।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର ଦ୍ୱାର କେସିଙ୍ଗା ସହର ଏବଂ ଅଞ୍ଚଳର ବିକାଶ ପାଇଁ ଦୀର୍ଘ ବର୍ଷରୁ ଅହରହ ସଂଘର୍ଷ କରି ଆସୁଥିବା ସଚେତନ ନାଗରିକ ମଞ୍ଚ ଆଗକୁ ଆଉ ଏକ ପାଦ ଆଗେଇଯାଇ ସଭାପତି ଉତ୍ତର ମହଲାଙ୍କ ନେତୃତ୍ୱରେ ଭୁବନେଶ୍ୱର ଗସ୍ତ କରି ବିଭିନ୍ନ ମୌଳିକ ଏବଂ ଅତ୍ୟାବଶ୍ୟକ ସମସ୍ୟାଗୁଡିକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ସଂଗଠନ କର୍ମକର୍ତ୍ତାଗଣ ପ୍ରଥମେ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି କେସିଙ୍ଗା ସହର ତଥା ଅଞ୍ଚଳର ବିକାଶ ନିମନ୍ତେ ତମାମ ଅସୁବିଧା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ପରେ ଶ୍ରୀନାଏକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏକ ପ୍ରମୁଖ ନଅ ଦଫା ଦାବିପତ୍ର ପ୍ରଦାନ ସହ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା l ପରବର୍ତ୍ତୀ ସମୟରେ ଶ୍ରୀ ନାଏକଙ୍କ ତତ୍ତ୍ୱାବଧାନରେ ଇଷ୍ଟକୋଷ୍ଟ ରେଳ ଜୋନ ଜେନେରାଲ ମ୍ୟାନେଜରଙ୍କୁ ମଧ୍ୟ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଥିଲା।
ପ୍ରମୁଖ ଦାବିଗୁଡିକ ମଧ୍ୟରେ କେସିଙ୍ଗା ରେଲୱେ ଷ୍ଟେଶନ ସହ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ଏକ ଡାଇରେକ୍ଟ ଟ୍ରେନ ବ୍ୟବସ୍ଥା, କେସିଙ୍ଗା ଭବାନୀପାଟଣା ଭାୟା ଉତ୍କେଲା ପାଷ୍ଟିକୁଡ଼ି ନୂତନ ରେଲୱେ ଲାଇନ ନିମନ୍ତେ ଆସନ୍ତା ରେଳ ବଜେଟରେ ଅର୍ଥ ମଞ୍ଜୁର, କେସିଙ୍ଗା ସହର ମଧ୍ୟରେ ବୃଦ୍ଧି ପାଉଥିବା ଟ୍ରାଫିକ ଏବଂ ଜନସୁବିଧା ନିମନ୍ତେ କନ୍ତେଶିରରୁ ଯୋଲକୋ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ, ଜୁନାଗଡ଼ରୁ କେସିଙ୍ଗା ଏନଏଚ-୨୬ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣକୁ ଅମାଠ ପର୍ଯ୍ୟନ୍ତ ସମ୍ପ୍ରସାରଣ ପ୍ରସ୍ତାବ, କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡିୟ ସ୍ବାସ୍ଥ୍ୟ କେନ୍ଦ୍ର (ସବ ଡିଭିଜନାଲ ହେଲଥ ସେଣ୍ଟର ) ଏବଂ ରେଫେରାଲ ସେଣ୍ଟର ମାନ୍ୟତା ପ୍ରଦାନ ସହ ଟ୍ରମାସିଆ ସେଣ୍ଟର ସଂଲଗ୍ନ ଏକ ରକ୍ତ ଭଣ୍ଡାର ବ୍ୟବସ୍ଥା, ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରତି ବ୍ଲକରେ ଗୋଟିଏ ଲେଖାଏ ନର୍ସିଙ୍ଗ କଲେଜ ପରିପ୍ରେକ୍ଷୀରେ ଏକ ନର୍ସିଙ୍ଗ କଲେଜ ପ୍ରତିଷ୍ଠା ପ୍ରସ୍ତାବ, ଯଥାଶୀଘ୍ର କେସିଙ୍ଗା ଏନ ଏ ସି କୁ ମୁନିସିପାଲିଟି ମାନ୍ୟତା ପ୍ରଦାନ, ଅଞ୍ଚଳର ରୋଜଗାର ସୃଷ୍ଟି ସହ ଅଞ୍ଚଳବାସୀଙ୍କ ପାଇଁ ଏକ ଲାଇଫ ଲାଇନ କୁହାଯାଇଥିବା କୋଣାର୍କ ସୂତାକଳର ପୁନଃରୁଦ୍ଧାର ପାଇଁ ଆବଶ୍ୟକ ପାଣ୍ଠି ବ୍ୟୟ ବରାଦ, ସହର ର ୱାର୍ଡ ନଂ ୧, ୨, ୭ ଏବଂ ୮ ରେ ଘୋର ପାଣି ଅସୁବିଧା ଦୂର ପାଇଁ ବୋରିଂପଦର ଏବଂ ବଗାଡ଼ରେ ଗୋଟିଏ ଲେଖାଏ ଓଭର ହେଡ଼ ୱାଟର ଟ୍ୟାଙ୍କ ର୍ନିମାଣ, ସହରରେ ଚବିଶ ଘଣ୍ଟିଆ ପାଣି ବ୍ୟବସ୍ଥା, ବନ୍ଦ ହୋଇ ରହିଥିବା ଡ୍ରିଙ୍କ ଫ୍ରାମ ଟ୍ୟାପ ସ୍କିମର କାର୍ଯ୍ୟକାରିତା, ତୁ ର୍ଲାଖନନ ନିକଟରେ ତେଲ ନଦୀ ଉପରେ ଏକ ବ୍ୟାରେଜ ସେତୁ ର୍ନିମାଣ ସହ ଟେଣ୍ଡର ହୋଇ ବାତିଲ ହୋଇଥିବା ପ୍ରକ୍ରିୟାକୁ ପୁନଃ ଟେଣ୍ଡର ବ୍ୟବସ୍ଥା ଏବଂ ରେଲୱେ ଷ୍ଟେସନ ରେ ଥିବା ଆରଏମଏସ କାର୍ଯ୍ୟାଳୟ ବଲାଙ୍ଗୀରକୁ ସ୍ଥାନାନ୍ତରକୁ ବାତିଲ କରିବା ସହ କଳାହାଣ୍ଡି ଏବଂ ନୂଆପଡା ଜିଲା ପାଇଁ ଏକମାତ୍ର ଆରଏମଏସକୁ ଇଂଟ୍ରା ସର୍କିଲ ହବ (ICH)ର ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପୂରଣ ନିମନ୍ତେ ଅନୁରୋଧ କରାଯାଇଥିଲା l
ସଂଗଠନର ସାଧାରଣ ସମ୍ପାଦକ ଟିକେମନ ଦୀପ, ଉପସଭାପତି ତଥା ପୂର୍ବତନ ନଗରପାଳ ଗୋବିନ୍ଦ ବନଛୋର, ସରିତା ସିନ୍ଦୁର, ରାମଜୀ ମାତଖଣ୍ଡିଆ, ଗୀତାଞ୍ଜଳି ବରିହା, ରାମଲାଲ ସୁନାନୀ, କାଉନସିଲର ଧରଣୀଧର ନାଏକ ଏବଂ ମୋହନ ନାଏକ ପ୍ରମୁଖ କର୍ମକର୍ତ୍ତାଗଣ ସାମିଲ ଥିବାର ସାଧାରଣ ସମ୍ପାଦକ ଟିକେମନ ଦୀପ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri