ଭାରତରେ ଇଭି ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକଚର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ନିକଟରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି। ବିଶେଷକରି ଭାରତ ବଜାରରେ ଇଲେକ୍ଟ୍ରିକ ଯାନ(ଇଭି) ପାଇଁ ଚାର୍ଜିଂ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ଏହି ସହଭାଗିତା ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ଏହା ମଧ୍ୟ ଅନ୍ୟ କ୍ଷେତ୍ରରେ ପ୍ରବେଶ କରିପାରେ ବୋଲି ଜଣାପଡ଼ିଛି। ସେହିଭଳି ଏହା ମାଧ୍ୟମରେ ଉଭୟ କମ୍ପାନୀ ୨ ଚକିଆ ବୈଦ୍ୟୁତିକ ଯାନ ପାଇଁ ଚାର୍ଜିଂ ଭିତ୍ତିଭୂମି ସ୍ଥାପନ କରିବେ। ଏହାଦ୍ୱାରା ବିଦ୍ୟୁତୀକରଣ କ୍ଷେତ୍ରରେ ବହୁ ପରିବର୍ତ୍ତନ ହୋଇପାରିବ। ସେହିପରି ହିରୋ ମୋଟୋକର୍ପ ଏବଂ ଏଚ୍‌ପିସିଏଲ୍‌ ଭଳି ଆଗଧାଡ଼ିର ସଂସ୍ଥା ମଧ୍ୟରେ ଗଢ଼ି ଉଠିଥିବା ସହଭାଗିତା ଦୀର୍ଘକାଳୀନ ସମାଧାନର ନିଶ୍ଚିତ ସହ ଇଭିଏସ୍‌ ଆଡ଼କୁ ସଫଳ ରୂପାନ୍ତରଣକୁ ସକ୍ଷମ କରାଯିବ ବୋଲି କୁହାଯାଇଛି। ଉଭୟ କମ୍ପାନୀ ପ୍ରଥମେ ଏଚ୍‌ପିସିଏଲ୍‌ର ଦେଶବ୍ୟାପୀ ଶକ୍ତି ଷ୍ଟେଶନର ନେଟ୍‌ୱାର୍କରେ ଚାର୍ଜିଂ ଭିତ୍ତିଭୂମି ପ୍ରତିଷ୍ଠା କରିବେ ଏବଂ ପରେ ସପ୍ଲିମେଣ୍ଟାରି ବ୍ୟବସାୟ ସୁଯୋଗ ପାଇଁ ସହଯୋଗକୁ ବିସ୍ତାର କରିବାର ସମ୍ଭାବନା ମଧ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ଚୟନ ପ୍ରମୁଖ ସହରରେ ଚାର୍ଜିଂ ଷ୍ଟେଶନ ସ୍ଥାପନ କରାଯିବ। ତା’ପରେ ଇଭି ଚାର୍ଜିଂ ଷ୍ଟେଶନ ନେଟ୍‌ୱାର୍କକୁ ଅନ୍ୟ ପ୍ରମୁଖ ବଜାରକୁ ମଧ୍ୟ ବିସ୍ତାର କରାଯିବା। ଏପରିକି ଚାର୍ଜିଂ ନେଟ୍‌ୱାର୍କ ପାଇଁ ହିରୋ ମୋଟୋକର୍ପ ଭିତ୍ତିଭୂମି ବିକାଶର ନେତୃତ୍ୱ ନେବ ବୋଲି ଜଣାପଡିଛି। ପ୍ରତ୍ୟେକ ଚାର୍ଜିଂ ଷ୍ଟେଶନରେ ଡିସି ଏବଂ ଏସି ଚାର୍ଜର ସମେତ ଏକାଧିକ ସ୍ମାର୍ଟ ଏବଂ ଫାଷ୍ଟ ଚାର୍ଜର ରହିବ, ଯାହା ସମସ୍ତ ୨ଚକିଆ ଇଭି ଯାନ ପାଇଁ ଉପଲବ୍ଧ ହେବ। ଅପରପକ୍ଷରେ ଏକ ନଗଦବିହୀନ କାରବାର ମଡେଲ ଉପରେ ଆଧାର କରି ସମଗ୍ର ୟୁଜର ଚାର୍ଜିଂ ଅଭିଜ୍ଞତା ହିରୋ ମୋଟୋକର୍ପ ମୋବାଇଲ ଆପ୍‌ ଦ୍ୱାରା ନିୟନ୍ତ୍ରିତ କରାଯିବ।
ଏ ସମ୍ପର୍କରେ ହିରୋ ମୋଟୋକର୍ପର ଚେୟାରମ୍ୟାନ ତଥା ସିଇଓ ଡ. ପୱନ ମୁଞ୍ଜଲ କହିଛନ୍ତି, ଆମର ଦୃଷ୍ଟିକୋଣ ମୋବିଲିଟିର ଭବିଷ୍ୟତ, ଆମକୁ ଆମର ବ୍ୟବସାୟ ଉଦ୍ଦେଶ୍ୟ ଏବଂ ଆମର ସ୍ଥିରତା ଲକ୍ଷ୍ୟ ଅନୁସରଣ କରିବାକୁ କ୍ରମାଗତ ଭାବେ ପ୍ରେରିତ କରୁଛି। ଏହି ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଆମେ ଦେଶରେ ଏକ ବୃହତ୍‌ ଇଭି ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ। ଦେଶରେ ଇଭି-ଚାର୍ଜିଂ ନେଟ୍‌ୱାର୍କକୁ ଆଗେଇ ନେବାରେ ହିରୋ ମୋଟୋକର୍ପ ପରବର୍ତ୍ତୀ ଉଦ୍ୟମ ମଧ୍ୟ କରିବ। ସେହିଭଳି ଏଚ୍‌ପିସିଏଲ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଡ. ପୁଷ୍ପ କୁମାର ଜୋଷୀ କହିଛନ୍ତି, ଶକ୍ତି କ୍ଷେତ୍ରରେ ଏଚ୍‌ପିସିଏଲ୍‌ ଏକ ପ୍ରମୁଖ କମ୍ପାନୀ ଭାବେ ଆମର ମୂଲ୍ୟବାନ୍‌ ଗ୍ରାହକଙ୍କୁ ନିରନ୍ତର ଶକ୍ତି ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ଆମର ବିଶାଳ ନେଟ୍‌ୱାର୍କ ସହ ୨୦,୦୦୦ରୁ ଅଧିକ ଖୁଚୁରା ଆଉଟଲେଟ ଏବଂ ହିରୋ ମୋଟୋକର୍ପର ୨ଚକିଆ ସେଗ୍‌ମେଣ୍ଟରେ ଏହାର ସୁଦୃଢ଼ ଉପସ୍ଥିତି ସହ ଏକ ପ୍ୟାନ୍‌ ଇଣ୍ଡିଆ ଇଲେକ୍ଟ୍ରିକ ଚାର୍ଜିଂ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଏଣ୍ଡ-ଟୁ-ଏଣ୍ଡ ଚାର୍ଜିଂ ସମାଧାନ ଯୋଗାଇବା ପାଇଁ ଆମର ଏହି ନିଆରା ରଣନୀତିକ ଭାଗୀଦାରି ଆଣିବାର ପ୍ରମୁଖ ଲକ୍ଷ୍ୟ ରହିଛି। ଏହା ମହତ୍ତ୍ୱପୂର୍ଣ୍ଣ ଯେ ଭାରତରେ ବିକ୍ରି ହେଉଥିବା ଇଭି ମଡେଲର ୬୦%ରୁ ଅଧିକ ୨ଚକିଆ ଯାନ ପାଇଁ ଏକ ବୃହତ୍‌ ଚାର୍ଜିଂ ଇକୋସିଷ୍ଟମର ଆବଶ୍ୟକତା ରହିଛି। ଏହାଦ୍ୱାରା ଇଭି-୨ ଦୁଇ ଚକିଆ ଯାନ ମାଲିକମାନଙ୍କ ମଧ୍ୟରେ ଆଉ କୌଣସି ଚିନ୍ତା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?