ଭାରତରେ ଇଭି ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକଚର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ନିକଟରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି। ବିଶେଷକରି ଭାରତ ବଜାରରେ ଇଲେକ୍ଟ୍ରିକ ଯାନ(ଇଭି) ପାଇଁ ଚାର୍ଜିଂ ଭିତ୍ତିଭୂମି ପ୍ରତିଷ୍ଠା ନିମନ୍ତେ ଏହି ସହଭାଗିତା ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ଏହା ମଧ୍ୟ ଅନ୍ୟ କ୍ଷେତ୍ରରେ ପ୍ରବେଶ କରିପାରେ ବୋଲି ଜଣାପଡ଼ିଛି। ସେହିଭଳି ଏହା ମାଧ୍ୟମରେ ଉଭୟ କମ୍ପାନୀ ୨ ଚକିଆ ବୈଦ୍ୟୁତିକ ଯାନ ପାଇଁ ଚାର୍ଜିଂ ଭିତ୍ତିଭୂମି ସ୍ଥାପନ କରିବେ। ଏହାଦ୍ୱାରା ବିଦ୍ୟୁତୀକରଣ କ୍ଷେତ୍ରରେ ବହୁ ପରିବର୍ତ୍ତନ ହୋଇପାରିବ। ସେହିପରି ହିରୋ ମୋଟୋକର୍ପ ଏବଂ ଏଚ୍‌ପିସିଏଲ୍‌ ଭଳି ଆଗଧାଡ଼ିର ସଂସ୍ଥା ମଧ୍ୟରେ ଗଢ଼ି ଉଠିଥିବା ସହଭାଗିତା ଦୀର୍ଘକାଳୀନ ସମାଧାନର ନିଶ୍ଚିତ ସହ ଇଭିଏସ୍‌ ଆଡ଼କୁ ସଫଳ ରୂପାନ୍ତରଣକୁ ସକ୍ଷମ କରାଯିବ ବୋଲି କୁହାଯାଇଛି। ଉଭୟ କମ୍ପାନୀ ପ୍ରଥମେ ଏଚ୍‌ପିସିଏଲ୍‌ର ଦେଶବ୍ୟାପୀ ଶକ୍ତି ଷ୍ଟେଶନର ନେଟ୍‌ୱାର୍କରେ ଚାର୍ଜିଂ ଭିତ୍ତିଭୂମି ପ୍ରତିଷ୍ଠା କରିବେ ଏବଂ ପରେ ସପ୍ଲିମେଣ୍ଟାରି ବ୍ୟବସାୟ ସୁଯୋଗ ପାଇଁ ସହଯୋଗକୁ ବିସ୍ତାର କରିବାର ସମ୍ଭାବନା ମଧ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ଚୟନ ପ୍ରମୁଖ ସହରରେ ଚାର୍ଜିଂ ଷ୍ଟେଶନ ସ୍ଥାପନ କରାଯିବ। ତା’ପରେ ଇଭି ଚାର୍ଜିଂ ଷ୍ଟେଶନ ନେଟ୍‌ୱାର୍କକୁ ଅନ୍ୟ ପ୍ରମୁଖ ବଜାରକୁ ମଧ୍ୟ ବିସ୍ତାର କରାଯିବା। ଏପରିକି ଚାର୍ଜିଂ ନେଟ୍‌ୱାର୍କ ପାଇଁ ହିରୋ ମୋଟୋକର୍ପ ଭିତ୍ତିଭୂମି ବିକାଶର ନେତୃତ୍ୱ ନେବ ବୋଲି ଜଣାପଡିଛି। ପ୍ରତ୍ୟେକ ଚାର୍ଜିଂ ଷ୍ଟେଶନରେ ଡିସି ଏବଂ ଏସି ଚାର୍ଜର ସମେତ ଏକାଧିକ ସ୍ମାର୍ଟ ଏବଂ ଫାଷ୍ଟ ଚାର୍ଜର ରହିବ, ଯାହା ସମସ୍ତ ୨ଚକିଆ ଇଭି ଯାନ ପାଇଁ ଉପଲବ୍ଧ ହେବ। ଅପରପକ୍ଷରେ ଏକ ନଗଦବିହୀନ କାରବାର ମଡେଲ ଉପରେ ଆଧାର କରି ସମଗ୍ର ୟୁଜର ଚାର୍ଜିଂ ଅଭିଜ୍ଞତା ହିରୋ ମୋଟୋକର୍ପ ମୋବାଇଲ ଆପ୍‌ ଦ୍ୱାରା ନିୟନ୍ତ୍ରିତ କରାଯିବ।
ଏ ସମ୍ପର୍କରେ ହିରୋ ମୋଟୋକର୍ପର ଚେୟାରମ୍ୟାନ ତଥା ସିଇଓ ଡ. ପୱନ ମୁଞ୍ଜଲ କହିଛନ୍ତି, ଆମର ଦୃଷ୍ଟିକୋଣ ମୋବିଲିଟିର ଭବିଷ୍ୟତ, ଆମକୁ ଆମର ବ୍ୟବସାୟ ଉଦ୍ଦେଶ୍ୟ ଏବଂ ଆମର ସ୍ଥିରତା ଲକ୍ଷ୍ୟ ଅନୁସରଣ କରିବାକୁ କ୍ରମାଗତ ଭାବେ ପ୍ରେରିତ କରୁଛି। ଏହି ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଆମେ ଦେଶରେ ଏକ ବୃହତ୍‌ ଇଭି ଇକୋସିଷ୍ଟମ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ। ଦେଶରେ ଇଭି-ଚାର୍ଜିଂ ନେଟ୍‌ୱାର୍କକୁ ଆଗେଇ ନେବାରେ ହିରୋ ମୋଟୋକର୍ପ ପରବର୍ତ୍ତୀ ଉଦ୍ୟମ ମଧ୍ୟ କରିବ। ସେହିଭଳି ଏଚ୍‌ପିସିଏଲ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଡ. ପୁଷ୍ପ କୁମାର ଜୋଷୀ କହିଛନ୍ତି, ଶକ୍ତି କ୍ଷେତ୍ରରେ ଏଚ୍‌ପିସିଏଲ୍‌ ଏକ ପ୍ରମୁଖ କମ୍ପାନୀ ଭାବେ ଆମର ମୂଲ୍ୟବାନ୍‌ ଗ୍ରାହକଙ୍କୁ ନିରନ୍ତର ଶକ୍ତି ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ଆମର ବିଶାଳ ନେଟ୍‌ୱାର୍କ ସହ ୨୦,୦୦୦ରୁ ଅଧିକ ଖୁଚୁରା ଆଉଟଲେଟ ଏବଂ ହିରୋ ମୋଟୋକର୍ପର ୨ଚକିଆ ସେଗ୍‌ମେଣ୍ଟରେ ଏହାର ସୁଦୃଢ଼ ଉପସ୍ଥିତି ସହ ଏକ ପ୍ୟାନ୍‌ ଇଣ୍ଡିଆ ଇଲେକ୍ଟ୍ରିକ ଚାର୍ଜିଂ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଏଣ୍ଡ-ଟୁ-ଏଣ୍ଡ ଚାର୍ଜିଂ ସମାଧାନ ଯୋଗାଇବା ପାଇଁ ଆମର ଏହି ନିଆରା ରଣନୀତିକ ଭାଗୀଦାରି ଆଣିବାର ପ୍ରମୁଖ ଲକ୍ଷ୍ୟ ରହିଛି। ଏହା ମହତ୍ତ୍ୱପୂର୍ଣ୍ଣ ଯେ ଭାରତରେ ବିକ୍ରି ହେଉଥିବା ଇଭି ମଡେଲର ୬୦%ରୁ ଅଧିକ ୨ଚକିଆ ଯାନ ପାଇଁ ଏକ ବୃହତ୍‌ ଚାର୍ଜିଂ ଇକୋସିଷ୍ଟମର ଆବଶ୍ୟକତା ରହିଛି। ଏହାଦ୍ୱାରା ଇଭି-୨ ଦୁଇ ଚକିଆ ଯାନ ମାଲିକମାନଙ୍କ ମଧ୍ୟରେ ଆଉ କୌଣସି ଚିନ୍ତା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା...

କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ରାଗିଲେ ରତନ ଟାଟା, ପୋଷ୍ଟ କରି କହିଲେ ଏମିତି

ନୂଆଦିଲ୍ଲୀ,୭।୧୨: ଏଆଇର ବ୍ୟବହାର ଦିନକୁ ଦିନ ମଣିଷର ସହଚର୍ଯ୍ୟ ବଦଳରେ ଚିନ୍ତାର କାରଣ ପାଲଟିଛି। ସଦ୍ୟ ଉଦାହରଣ ହେଉଛି ନିକଟରେ ହୋଇଥିବା ଡିପଫେକ ମାମଲା। ଯେଉଁଥିରେ...

ଅଟୋ ରିଟେଲ ସେଲ୍‌ରେ ରେକର୍ଡ

ଭୁବନେଶ୍ୱର, ୭।୧୨(ଅଭୟ ଦାଶ)ଚଳିତ ବର୍ଷ ନଭେମ୍ବରରେ ରେକର୍ଡ ପରିମାଣରେ ଅଟୋ ରିଟେଲ ସେଲ୍‌ ହୋଇଛି। ଏପରିକି ୨୦୨୩ ନଭେମ୍ବରରେ ଦେଶର ମୋଟ ୨୮, ୫୪, ୨୪୨...

ଆଜିଠୁ ଆଜିଓର ବିଗ୍‌ ବୋଲ୍ଡ ସେଲ୍‌

ଭୁବନେଶ୍ୱର, ୭।୧୨ଦେଶର ପ୍ରମୁଖ ଫ୍ୟାଶନ ଇ-ଟେଲର ଆଜିଓ ପକ୍ଷରୁ ‘ବିଗ୍‌ ବୋଲ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୭...

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଏମ୍‌ଇଏମ୍‌ସି ଉଇକ୍‌

ଭୁବନେଶ୍ୱର,୭।୧୨ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌ର ମାଇନିଂ ୟୁନିଟ୍‌ ପକ୍ଷରୁ ୨୫ତମ ମାଇନ୍ସ ଏନ୍‌ଭରାମେଣ୍ଟ ଆଣ୍ଡ ମିନେରାଲ କଞ୍ଜରଭେଶନ (ଏମ୍‌ଇଏମ୍‌ସି) ସପ୍ତାହ...

ଟାଟା ମୋଟର୍ସର ଅଲ୍‌ ନ୍ୟୁ ଏସ୍‌ସିଭି ରେଞ୍ଜର ଅନାବରଣ

ଭୁବନେଶ୍ୱର,୭।୧୨(ଅଭୟ ଦାଶ)ଭାରତର ସର୍ବବୃହତ୍‌ ବାଣିଜି୍ୟକ ଯାନ ଉପତ୍ାଦନକାରୀ ‘ଟାଟା ମୋଟର୍ସ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏସ୍‌ସିଭି (ସ୍ମଲ କମର୍ସିଆଲ...

ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।...

ପ୍ରତି ମିନିଟରେ ୮.୪୯ କୋଟି ରୋଜଗାର କଲେ ଗୌତମ ଆଦାନୀ

ମୁମ୍ବାଇ,୬ା୧୨: ଗତ ଦୁଇ ଦିନ (ସୋମବାର ଏବଂ ମଙ୍ଗଳବାର) ରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ସମ୍ପତ୍ତି ୧୬.୭୧ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri