ଜଳବାୟୁ ପରିବର୍ତ୍ତନରୁ ବିନାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬ା୯,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମାତ୍ର ଦୁଇ ଚାରି ଦିନର ବ୍ୟବଧାନରେ ଉତ୍ତର ଆଫ୍ରିକାର ଦୁଇଟି ରାଷ୍ଟ୍ର ଅଭୂତପୂର୍ବ ବିପର୍ଯ୍ୟୟକୁ ସାମ୍ନା କରିଛି। ମରକ୍କୋର ବିନାଶକାରୀ ଭୂକମ୍ପରେ ୩୦୦୦ରୁ ଊର୍ଦ୍ଧ୍ୱଙ୍କ ମୃତ୍ୟୁ ଘଟିବା ପରେ ଲିବ୍ୟାରେ ଭୂମଧ୍ୟସାଗରୀୟ ଡାନିଏଲ୍‌ ଝଡ଼ ଓ ତଜ୍ଜନିତ ବନ୍ୟାବିତ୍ପାତ ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଗ୍ରୀସ୍‌, ଇଟାଲୀ, ସ୍ପେନ୍‌, ପର୍ତ୍ତୁଗାଲ, ଟ୍ୟୁନିସିଆ ଓ କାନାଡାର ବନାଗ୍ନି ଏବେ ବି ନିର୍ବାପିତ ହୋଇନି। ଭାରତ, ପାକିସ୍ତାନ, ଚାଇନା, ଜାପାନ, ତୁର୍କୀ ଓ ଆମେରିକା ସବୁଠି କରାଳ ବନ୍ୟାରେ ଜଳମଗ୍ନ ବିସ୍ତୃତ ଅଞ୍ଚଳ। ଏସବୁ ବିପତ୍ତି କେବଳ ମଣିଷ ଓ ଜୀବଜନ୍ତୁଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଉନାହିଁ, ସମାଜ ପାଇଁ ପରିବେଶଗତ ଓ ଆର୍ଥିକ ଯନ୍ତ୍ରଣା ବୃଦ୍ଧିର କାରଣ ସାଜିଛି। ଯେଉଁ ଦେଶ ଯେତେ ଉନ୍ନତ, ସେହି ଦେଶକୁ ଏପରି ବିପତ୍ତି ପାଇଁ ସେତେ ଅଧିକ ଦାୟୀ କରାଯାଉଛି। କାରଣ ସଭ୍ୟତାର ବିକାଶ, ସହରୀକରଣ ଓ ଶିଳ୍ପାୟନ ନାମରେ ନିଆଯାଉଥିବା ପ୍ରତିଟି ପଦକ୍ଷେପ ବିନାଶର ପଥକୁ ପ୍ରଶସ୍ତ କରିଚାଲିଛି। ଖାଦ୍ୟ ଅସୁରକ୍ଷା, ଜଳବାୟୁ ବିସ୍ଥାପନ, ହିମବାହ ତରଳିବା ଓ ସମୁଦ୍ର ପତ୍ତନ ବୃଦ୍ଧି ଘୋର ମାନବୀୟ ସଙ୍କଟ ସୃଷ୍ଟି କରିଛି।
୨୦୨୩-ଅଗଷ୍ଟରେ ୧୭୪ ବର୍ଷର ରେକର୍ଡ ଭଙ୍ଗ
ପରିବେଶ ସମ୍ପର୍କିତ ତଥ୍ୟ ବିଜ୍ଞାନ ଓ ବିଶ୍ଳେଷଣକୁ ଫୋକସ୍‌ କରୁଥିବା ଆମେରିକାର ଅଣଲାଭକାରୀ ସଙ୍ଗଠନ ବର୍କେଲେ ଅର୍ଥର ଡେଟା ଅନୁସାରେ ବାହାରିନ୍‌, ବ୍ରାଜିଲ, ଚାଇନା, ଇରାନ, ଇରାକ, ଜାପାନ, ମେକ୍ସିକୋ, ରୁଷିଆ, ଫିଲିପାଇନ୍ସ ଓ ଶ୍ରୀଲଙ୍କା ସମେତ ୬୫ ଦେଶ (ପୃଥିବୀ ପୃଷ୍ଠର ୧୩%)ରେ ଗତ ଅଗଷ୍ଟ ମାସରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ୨୦୧୬ର ଅଗଷ୍ଟରେ ପୂର୍ବରୁ ସର୍ବାଧିକ ତାପମାତ୍ରାରେ ରେକର୍ଡ କରାଯାଇଥିବାବେଳେ ଏଥର ନାଟକୀୟ ଭାବେ ୦.୩୧ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ଦେଖାଯାଇଛି। ଗବେଷକଙ୍କ ମତରେ ଭାରତ, ଜାପାନ, ଉତ୍ତର ଆଟ୍‌ଲାଣ୍ଟିକ୍‌, ପୂର୍ବ ବିଷୁବ ପ୍ରଶାନ୍ତ କ୍ଷେତ୍ର, ଉତ୍ତର-ଦକ୍ଷିଣ ଆମେରିକା, କେନ୍ଦ୍ରୀୟ ଆମେରିକା, ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ଭଳି ବିଶ୍ୱର ଅବଶିଷ୍ଟ ୮୭% ଭାଗରେ ୧୯୫୧-୧୯୮୦ ତୁଳନାରେ ହାରାହାରି ତାପମାତ୍ରାଠାରୁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ୨୦୨୩ରେ ଅଗଷ୍ଟ ମାସ ୧୭୪ ବର୍ଷର ରେକର୍ଡ ଭାଙ୍ଗିଥିବା ଗୁରୁବାର ଆମେରିକାର ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ପିଅରିକ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ (ଏନ୍‌ଓଏଏ) ପକ୍ଷରୁ କୁହାଯାଇଛି।

ବଢ଼ୁଛି ଜଳବାୟୁ ବିସ୍ଥାପନ
ବୈଶ୍ୱିକ ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରୀ ସେଲସିଅସ୍‌ ଭିତରେ ସୀମିତ ରଖିବା ପାଇଁ ୨୦୧୫ରେ ହୋଇଥିବା ପ୍ୟାରିସ୍‌ ଚୁକ୍ତିକୁ ପ୍ରାୟ କୌଣସି ଦେଶ ଠିକ୍‌ ଭାବେ ମାନୁ ନ ଥିବାରୁ ଜଳବାୟୁ ପରିବର୍ତ୍ତନର ଭୟାବହ ଦୁଷ୍ପରିଣାମ ମଣିଷକୁ ଭୋଗିବାକୁ ପଡ଼ୁଛି। ଲଗାଣ ବର୍ଷା ଓ ମରୁଡ଼ି ଭଳି ପାଣିପାଗର ଅତିଶୟ ଉଠାପକା ଅବସ୍ଥାରେ
ପ୍ରତିବର୍ଷ ୨୦ କୋଟି ଲୋକ ଭିଟାମାଟି ଛାଡ଼ି ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ଆଗକୁ ବିସ୍ଥାପିତ କ୍ଲାଇମେଟ୍‌ ରେଫ୍ୟୁଜିଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଜାତିସଂଘ ପକ୍ଷରୁ ସତର୍କ କରାଯାଇଛି। ମାଇଗ୍ରେଶନ୍‌ ଡେଟା ପୋର୍ଟାଲର ତଥ୍ୟାନୁସାରେ ୨୦୨୨ରେ ୮୮ ଦେଶର ପ୍ରାୟ ୮.୭ ନିୟୁତ ଲୋକ ବିପର୍ଯ୍ୟୟ ଯୋଗୁ ଆଭ୍ୟନ୍ତରୀଣ ବିସ୍ଥାପନର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ପାକିସ୍ତାନ, ଫିଲିପାଇନ୍ସ, ଚାଇନା, ଭାରତ ଓ ନାଇଜେରିଆ ବାସିନ୍ଦା।
ପ୍ରତି ୨ ଦିନରେ ଜଣେ ପରିବେଶ କର୍ମୀଙ୍କୁ ହତ୍ୟା
ଗତବର୍ଷ ବିଶ୍ୱରେ ଅନୂ୍ୟନ ୧୭୭ ଜଣ ପରିବେଶ କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଅର୍ଥାତ୍‌ ପ୍ରତି ୨ ଦିନରେ ଜଣେ କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ହତ୍ୟାର ଶିକାର ହୋଇଥିଲେ। ଏହି କ୍ଷେତ୍ରରେ ସବା ଆଗରେ ଥିଲା କଲମ୍ବିଆ, ଯେଉଁଠି ଆମାଜନ୍‌ ଚିରହରିତ୍‌ ଅରଣ୍ୟକୁ ସୁରକ୍ଷା ଦେବାକୁ ଯାଇ ୬୦ ଜଣ ପ୍ରାଣ ହରାଇଥିଲେ। ୨୦୧୨ରୁ ୨୦୨୨ ମଧ୍ୟରେ ବିଶ୍ୱରେ ୧,୯୧୦ ପରିବେଶ ସୁରକ୍ଷାଦାତାଙ୍କୁ ହତ୍ୟା କରାଯାଇଥିବା ‘ଗ୍ଲୋବାଲ୍‌ ଓ୍ବିଟ୍‌ନେସ୍‌’ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ଷକରେ ୧,୬୦୦ ଭାରତୀୟଙ୍କ ମୃତ୍ୟୁ
ଓ୍ବାଲର୍‌ଡ ମେଟେରୋଲୋଜିକାଲ୍‌ ଅର୍ଗାନାଇଜେଶନ୍‌ର ବାର୍ଷିକ ରିପୋର୍ଟ କହୁଛି, ୨୦୨୨ରେ ଏକ୍ସଟ୍ରିମ୍‌ ଓ୍ବେଦରଜନିତ ବିପତ୍ତିରେ ୧,୬୦୦ ଭାରତୀୟଙ୍କ ମୃତ୍ୟୁ ଘଟିଛି। ୭୦୦ ଜଣ ବନ୍ୟା ଓ ଭୂସ୍ଖଳନରେ ପ୍ରାଣ ହରାଇଥିବାବେଳେ ବଜ୍ରପାତରେ ୯୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୭୦ରୁ ୨୦୨୧ ମଧ୍ୟରେ ବିଶ୍ୱବ୍ୟାପୀ ୧୨,୦୦୦ ବିପର୍ଯ୍ୟୟ ଘଟିଥିଲା। ଏଥିରେ ୨ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୪.୩ ଟ୍ରିଲିୟନ୍‌ ଆମେରିକୀୟ ଡଲାର ଆର୍ଥିକ କ୍ଷତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri