ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ନେଲେ ଦେବଦତ୍ତ ପଣ୍ଡା

ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅତିରିକ୍ତ ଜିଲାପାଳ(ରାଜସ୍ବ) ଭାବେ ଦେବଦତ୍ତ ପଣ୍ଡା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୟାଗଡ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଏହାସହ ସେ ନୂଆପଡା, ସୁନ୍ଦରଗଡ, ନୟାଗଡ଼ ଏବଂ ଅନ୍ୟାନ୍ୟ ଜିଲାରେ ବିଭିନ୍ନ ପଦରେ ରହି ଦାୟିତ୍ୱ ତୁଲାଇ ଆସିଛନ୍ତି।
ଆଜି ଦାୟିତ୍ୱ ଗ୍ରହଣ ଅବସରରେ ସେ ଗଣମାଧ୍ୟମକୁ ସୌଜନ୍ୟମୂଳକ ସାକ୍ଷତରେ କହିଛନ୍ତି, ଜିଲାବାସୀ ଯେପରି ସଠିକ ଭାବେ ରାଜସ୍ବ ସେବା ପାଇପାରିବେ। ସେଥିପ୍ରତି କାର୍ଯ୍ୟ କରିବା ସହିତ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦିଗରେ ପଦକ୍ଷେପ ନେବି। ସେହିପରି ଗଞ୍ଜାମ ଜିଲାର ସୁନାମକୁ ବଜାୟ ରଖିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି। କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ ।
ସୂଚନାଥାଉକି, ପୂର୍ବରୁ ଅତିରିକ୍ତ ଜିଲାପାଳ (ରାଜସ୍ବ) ଭାବେ ଦାୟିତ୍ୱ ଥିବା ସୁଧାଂଶୁ କୁମାର ଭୋଇଙ୍କ ସମ୍ବଲପୁର ଜିଲାର ଅତିରିକ୍ତ ଜିଲାପାଳ ଭାବେ ବଦଳି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ 

ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri