ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗର ଗୋଷ୍ଠୀ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜାତୀୟ ପତ୍ତାକା ଉତ୍ତୋଳନ ହୋଇଛି। ଜାତୀୟ ସଙ୍ଗୀତ ଗାନ କରିବା ସହ ଦେଶ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ଦେଇ ଉକ୍ତ ବିଭାଗ ସଦାବେଳେ ସାଧାରଣ ଲୋକଙ୍କ ପାଇଁ ସେବା ଯୋଗାଇଦେଇ ଆସୁଥିବା କହିଥିଲେ। ଲୋକଙ୍କୁ ସବୁ ବିପଦରୁ ସୁରକ୍ଷା ଯୋଗାଉଥିବା ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଏହି ଜାତୀୟ ଦିବସରେ ପୁଣି ଥରେ ସଂକଳ୍ପ ନେଇଛନ୍ତି ଯେତେ ବଡ଼ ବିପଦ ଆସିଲେ ମଧ୍ୟ ଆମେ ସବୁ ମୁହୂର୍ତ୍ତରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ସହ ବିପର୍ଯ୍ୟୟ ବେଳେ ଲୋକଙ୍କୁ ଉଦ୍ଧାର କରିବୁ। ଅଗ୍ନିକାଣ୍ଡ ହେଉ କି ପାଣିରେ ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କଥା ହେଉ କିମ୍ବା ରାସ୍ତାରେ କୌଣସି କାରଣରୁ ଦୁର୍ଘଟଣା ହେଉ କି ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହେଉ। ସବୁ ମୁହୂର୍ତ୍ତରେ ନିଜ କାର୍ଯ୍ୟକୁ ଉତ୍ତମ ଭାବେ ପ୍ରଦର୍ଶନ କରିବା ଆମ ଦାୟିତ୍ୱ ବୋଲି ଅଧିକାରୀ କହିଛନ୍ତି। ଦାରିଙ୍ଗବାଡ଼ିର ଡାବେରୀଠାରେ ରହିଥିବା ଏହି କାର୍ଯ୍ୟାଳୟରେ କର୍ମଚାରୀ ଅଞ୍ଚଳବାସୀ ଏବଂ ନିଜ ନିଜ ପରିବାରକୁ ଜାତୀୟ ଦିବସରେ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ବାଣ୍ଟିଛନ୍ତି।