ସତ ମାନିଲା IMF! ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ କାହିଁକି ଦେଇଥିଲା ୧ ବିଲିୟନ ଡଲାରର ଋଣ…

ନୂଆଦିଲ୍ଲୀ,୨୩।୫: ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ଉପରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ ଏକ ବିଲିୟନ ଡଲାର ସହାୟତା ମଞ୍ଜୁର କରିଥିଲା। ଆଇଏମ୍‌ଏଫ୍‌ର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏବେ ଏହି ପାଣ୍ଠିକୁ ମଞ୍ଜୁର କରିବା ପଛର କାରଣ କହିଛି ଆଇଏମ୍‌ଏଫ୍‌। ପାକିସ୍ତାନ ସମସ୍ତ ସର୍ତ୍ତ ଏବଂ ଲକ୍ଷ୍ୟ ପୂରଣ କରିଛି ବୋଲି ଜାଣିବା ପରେ ଏହାର କାର୍ଯ୍ୟନିର୍ବାହୀ ବୋର୍ଡ ଚଳିତ ମାସରେ ପାକିସ୍ତାନକୁ ଏକ ବିଲିୟନ ଡଲାର ସହାୟତା ମଞ୍ଜୁର କରିଥିଲା।

IMF ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ ଜୁଲି କୋଜାକ କହିଛନ୍ତି ଯେ IMF ଗତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନକୁ ଦିଆଯାଇଥିବା ଏକ୍ସଟେଣ୍ଡେଡ୍‌ ଫଣ୍ଡ ଫାସିଲିଟି (EFF) ସମୀକ୍ଷା କରିଥିଲା ଏବଂ ଏହା ଆଧାରରେ ବୋର୍ଡ ମେ ୯ ତାରିଖରେ ଏହି ରାଶିକୁ ଅନୁମୋଦନ କରିଥିଲା। ସୀମାପାର ଆତଙ୍କବାଦକୁ ପାଣ୍ଠି ଯୋଗାଇବା ପାଇଁ ଏହି ପାଣ୍ଠି ବ୍ୟବହାର କରାଯାଇପାରିବ ବୋଲି ଭାରତ ଆଶଙ୍କା କରୁଥିବା ସତ୍ତ୍ୱେ IMF କାର୍ଯ୍ୟର୍ନିବାହୀ ବୋର୍ଡ ପାକିସ୍ତାନକୁ ଏହି ସହାୟତାକୁ ଅନୁମୋଦନ କରିଥିଲା।

ପ୍ରକାଶ ଯେ, ମେ’ ୧୬ ତାରିଖରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆର୍ଥିକ ସହାୟତାର ପୁନର୍ବିଚାର କରିବା ପାଇଁ IMF ଉପରେ ଚାପ ପକାଇ କହିଥିଲେ ଯେ ଇସଲାମାବାଦ ଏହାର ଏକ ବଡ଼ ଅଂଶ ଆତଙ୍କବାଦ ଭିତ୍ତିଭୂମିକୁ ପାଣ୍ଠି ଯୋଗାଇବା ପାଇଁ ବ୍ୟବହାର କରିପାରେ। ଖବରଦାତାମାନଙ୍କ ସହ ଆଲୋଚନା ସମୟରେ ଏକ ପ୍ରଶ୍ନର ଉତ୍ତର ଦେଇ କୋଜାକ କହିଛନ୍ତି ଯେ IMF କାର୍ଯ୍ୟର୍ନିବାହୀ ବୋର୍ଡ ଗତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନର EFF କାର୍ଯ୍ୟକ୍ରମକୁ ଅନୁମୋଦନ କରିଥିଲା ଏବଂ ସେହି ସମୟରେ ପ୍ରଥମ ସମୀକ୍ଷା ୨୦୨୫ର ପ୍ରଥମ ତ୍ରୈମାସିକ ପାଇଁ ସ୍ଥିର କରାଯାଇଥିଲା।

ସେ କହିଛନ୍ତି ଯେ ସମୀକ୍ଷା ଶେଷ ହେବା ପରେ ନିକଟରେ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ କାର୍ଯ୍ୟକ୍ରମ ସର୍ତ୍ତାବଳୀରୁ କୌଣସି ଖିଲାପ କଲେ ପାକିସ୍ତାନକୁ ନେଇ ଭବିଷ୍ୟତର ସମୀକ୍ଷା ପ୍ରଭାବିତ ହେବ। କାରଣ ଆମର କାର୍ଯ୍ୟର୍ନିବାହୀ ବୋର୍ଡ ସମୟ ସମୟରେ ଋଣ କାର୍ଯ୍ୟକ୍ରମର ପ୍ରଗତି ମୂଲ୍ୟାଙ୍କନ କରିବା ପାଇଁ ସମୀକ୍ଷା କରେ। ପାକିସ୍ତାନ କ୍ଷେତ୍ରରେ, ଆମର ବୋର୍ଡ ଜାଣିପାରିଥିଲା ଯେ ପାକିସ୍ତାନ ପ୍ରକୃତରେ ସମସ୍ତ ଲକ୍ଷ୍ୟ ହାସଲ କରିଛି, ବୋଲି ସେ କହିଛନ୍ତି। ସେ କିଛି ସଂସ୍କାର ଉପରେ ଅଗ୍ରଗତି କରିଛନ୍ତି। ଏହି କାରଣରୁ, ବୋର୍ଡ ଆଗକୁ ବଢ଼ି କାର୍ଯ୍ୟକ୍ରମକୁ ଅନୁମୋଦନ କରିଛି।

ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏକ ବିଲିୟନ ଡଲାରର ଋଣ ମଞ୍ଜୁର କରିଥିଲା। କିନ୍ତୁ ପରେ IMF ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ଲାଗୁ କରିଥିଲା। ଚୁକ୍ତିନାମା ଅନୁଯାୟୀ ୨୦୨୬ ଆର୍ଥିକ ବର୍ଷ ବଜେଟ ପାଇଁ ସଂସଦୀୟ ଅନୁମୋଦନ ପାଇ ୨୦୨୫ ଜୁନ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ଲକ୍ଷ୍ୟ ହାସଲ କରିବାକୁ ପାକିସ୍ତାନକୁ ଆଇଏମ୍‌ଏଫ୍‌ ସର୍ତ୍ତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri