Posted inଖେଳ

ଆଙ୍ଗୁଠି ଭାଙ୍ଗିଯିବା ସତ୍ତ୍ୱେ ପ୍ରତିଶ୍ରୁତି ପାଳନ କଲେ ଏହି କ୍ରିକେଟର୍‌

ବ୍ରିସବେନ,୨୮।୧: ୱେଷ୍ଟଇଣ୍ଡିଜ ୨୭ବର୍ଷ ପରେ ଟେଷ୍ଟରେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଇଁ ପେସର୍‌ ଶାମର ଜୋସେଫ ବିଜୟର ହିରୋ ଥିଲେ। ସେ ଆଘାତକୁ ଖାତିର ନ କରି ମ୍ୟାଚ ଶେଷ ପର୍ଯ୍ୟନ୍ତ ବୋଲିଂ କରି ୭ ଉଇକେଟ ନେଇଥିଲେ। ଆଙ୍ଗୁଠିର ଅବସ୍ଥା ବିଷୟରେ ଚିନ୍ତା ନ କରି ଶେଷ ପର୍ଯ୍ୟନ୍ତ ବୋଲିଂ କରିବେ ବୋଲିଂ କରିବେ ବୋଲି ସେ ଅଧିନାୟକଙ୍କୁ କହିଥିଲେ
ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବାବେଳେ ଶାମର ଆହତ ହୋଇଥିଲେ। ୧୧ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶାମରଙ୍କୁ ମିଚେଲ ଷ୍ଟାର୍କଙ୍କ ୟର୍କର ଯୋଗୁ ଆଙ୍ଗୁଠିରେ ଆଘାତ ହୋଇଥିଲା। ବଲ ହିଟ ହେବା ପରେ ୩ ରନ୍‌ରେ ବ୍ୟାଟିଂ କରୁଥିବା ଶାମର ରିଟାର୍ଡ ହର୍ଟ ନେଇଥିଲେ। ଆଘାତ ପରେ ସେ ବୋଲିଂ ପାଇଁ ପଡ଼ିଆକୁ ଫେରିବେ ବୋଲି ବହୁତ କମ ଆଶା ଥିଲା। କିନ୍ତୁ ପଡ଼ିଆକୁ ଆସିବା ପରେ ଶାମର ଅଧିନାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯାହା ହେଉନା କାହିଁକି, ଶେଷ ଉଇକେଟ ପଡ଼ିବା ପର୍ଯ୍ୟନ୍ତ ସେ ବୋଲିଂ କରିବେ।
ମ୍ୟାଚ ପରେ ଶାମର କହିଛନ୍ତି, ଏହା କଷ୍ଟସାଧ୍ୟ କିନ୍ତୁ ମୁଁ କ୍ଳାନ୍ତ ନୁହେଁ କାରଣ ମୁଁ ମୋ ଦଳ ପାଇଁ ଏହା କରିବାକୁ ଚାହୁଁଥିଲି। ମୁଁ ମୋର ଅଧିନାୟକଙ୍କୁ କହିଥିଲି ଯେ ଶେଷ ଉଇକେଟ ପଡ଼ିବା ପର୍ଯ୍ୟନ୍ତ ମୁଁ ବୋଲିଂ କରିବି। ମୋର ଆଙ୍ଗୁଠି ଭାଙ୍ଗିଛି କି ନାହିଁ ଏଥିରେ କିଛି ଫରକ ପଡେ ନାହିଁ। ମୁଁ ଖୁସି ଯେ ସେମାନେ ଏବେ ମୋ ପାଇଁ ଗର୍ବିତ।
ଏହି ମ୍ୟାଚରେ ଶାମର ଜୋସେଫ ମୋଟ ୮ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ବୋଲିଂ କରି ସେ ଗୋଟିଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ଦ୍ୱିତୀୟ ଇନିଂସରେ ବୋଲିଂ କରୁଥିବାବେଳେ ଶାମର ୭ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ତାଙ୍କ ଶିକାର କରିଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri