ଡେସ୍କ ଜବ୍‌ ଓ ବ୍ୟାକ୍‌ ପେନ୍‌

ବର୍ତ୍ତମାନ ବ୍ୟାକ୍‌ ପେନ୍‌ ବା ପିଠି ଯନ୍ତ୍ରଣା ଅନେକଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଗଲାଣି। ବିଶେଷକରି ଡେସ୍କ ଜବ୍‌ କରୁଥିବା ଯୁବପିଢ଼ି ଅଳ୍ପ ବୟସରୁ ଏହି ସମସ୍ୟାର ଶିକାର ହେଉଛନ୍ତି। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହି କମ୍ପ୍ୟୁଟର, ମୋବାଇଲ୍‌ ଆଦି ବ୍ୟବହାର କରିବା ଏହାର ଏକ ବଡ଼ କାରଣ। ଯଦି ଆପଣ ଏପରି ସମସ୍ୟା ଭୋଗୁଛନ୍ତି, ତେବେ ଜାଣିରଖନ୍ତୁ ଏହାକୁ ଦୂର କରିବାର କେତୋଟି ଉପାୟ…

ବ୍ୟାକ୍‌ ପେନ୍‌ ନ ହେବା ଲାଗି ଅଫିସ୍‌ରେ ହେଉ ବା ଘରେ, କମ୍ପ୍ୟୁଟର୍‌ରେ କାମ କରିବା ବେଳେ ନିଜର ବସିବା ଶୈଳୀ ଠିକ୍‌ ରଖନ୍ତୁ। ଆରାମ ଲାଗିବା ଆଳରେ ଜାକି ହୋଇ ବସନ୍ତୁ ନାହିଁ। ଡେସ୍କ ଜବ୍‌ରେ ଦୀର୍ଘ ସମୟ ଏପରି ବସିବା ଫଳରେ ବେକ, ପିଠି, ଅଣ୍ଟା ଜାକି ହୋଇ ରହିବା ଯୋଗୁ ମେରୁଦଣ୍ଡରେ ଚାପ ପଡ଼ିଥାଏ ଏବଂ ବିନ୍ଧା ହୋଇଥାଏ। ଏଥିପାଇଁ ସ୍ପଣ୍ଡିଲାଇଟିସ୍‌ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ।
ଡେସ୍କଟପ୍‌ ହେଉ ଅବା ଲ୍ୟାପ୍‌ଟପ୍‌କୁ ଟେବୁଲ୍‌ ଉପରେ ଏପରି ରଖନ୍ତୁ, ଯେପରି ଏହାର ସ୍କ୍ରିନ୍‌ ଆପଣଙ୍କ ଆଖି ସହ ସମାନ୍ତରାଳ ଭାବେ ରହିବ। ନଚେତ୍‌ ମୁଣ୍ଡ ନୁଅଁାଇବା ଅବା ଉଠାଇ ଦୀର୍ଘ ସମୟ କାମ କରିବା ଦ୍ୱାରା ବେକରେ ଚାପ ପଡ଼ି ଖୁବ୍‌ ଯନ୍ତ୍ରଣା ହୋଇଥାଏ।..
ବ୍ୟାକ୍‌ ପେନ୍‌ ପାଇଁ ଚେୟାର ମଧ୍ୟ କେତେକାଂଶରେ ଦାୟୀ। ତେଣୁ ଏପରି ଚେୟାର ବାଛନ୍ତୁ, ଯେଉଁଥିରେ ବସିଲେ ନା କେବଳ ଆରାମ ଲାଗିବ ବରଂ ବେକ, ପିଠି, ଅଣ୍ଟା ଜାକି ନ ହୋଇ ସିଧା ରହୁଥିବ। ଯଦି ଅଫିସ୍‌ରେ ଏପରି ଚେୟାର ନାହିଁ, ତେବେ ଆପଣ ପିଠିକୁ ସପୋର୍ଟ ଦେବା ଲାଗି ଚେୟାର୍‌ରେ ଏକ ତକିଆ ରଖି ବସିପାରିବେ।
ଯନ୍ତ୍ରଣା ଅଧିକ ହେଲେ ମନଇଚ୍ଛା ପେନ୍‌କିଲର ନ ଖାଇ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା ଆରମ୍ଭ କରନ୍ତୁ। ନଚେତ୍‌ ସାମାନ୍ୟ ଅବହେଳାରୁ ଆପଣ ଅଧିକ ଯନ୍ତ୍ରଣା ଭୋଗିପାରନ୍ତି।
ମନେରଖନ୍ତୁ, ଡେସ୍କ ଜବ୍‌ କରୁଥିଲେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହି କାମ ନ କରି ମଝିରେ ମଝିରେ ସିଟ୍‌ରୁ ଉଠି ଅଳ୍ପ ଚାଲନ୍ତୁ। ହାତ ଉଠାଇବା, ବେକ ଏବଂ ପିଠିକୁ ରିଲାକ୍ସ କରିବା ଭଳି ହାଲୁକା ଏକ୍ସରସାଇଜ୍‌ କରନ୍ତୁ। ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବା ସହ ମାଂସପେଶୀ ମଧ୍ୟ ରିଲାକ୍ସ ହେବ ଏବଂ ଯନ୍ତ୍ରଣା ଦୂର ହେବ।
ଡେସ୍କ ଜବ୍‌ କରୁଥିଲେ ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ ଆଦି କରିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ଏହାହିଁ ଆପଣଙ୍କୁ ଏକ ଯନ୍ତ୍ରଣାମୁକ୍ତ ଜୀବନ ଜିଇବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri