
ବର୍ଷା ଦିନେ ଆଳୁ-ପିଆଜ ସଢ଼ିଯିବାର ଭୟ ଥାଏ। ଏଥିପାଇଁ କୃଷକମାନେ ଏହାକୁ ଶୀଘ୍ର ବିକ୍ରି କରିଦେଇଥାନ୍ତି। ଫଳରେ ତାଙ୍କୁ କମ୍ ଦାମ ମିଳିଥାଏ। କ୍ଷତି ସହିବାକୁ ପଡ଼ିଥାଏ। ଏଥିରୁ ରକ୍ଷା ପାଇବାକୁ ଏକ ଘରୋଇ ଉପାୟ ରହିଛି, ଯାହାକୁ କମ୍ ଖର୍ଚ୍ଚରେ ଆପଣ କରିପାରିବେ।
ଘରେ କିଛି ଉଚ୍ଚତାରେ ବାଉଁଶର ଏକ ର଼୍ୟାକ୍ ତିଆରି କରନ୍ତୁ। ଏଠାରେ ଆଳୁ ପିଆଜକୁ ସାଇତି ରଖନ୍ତୁ।
ଆଳୁ-ପିଆଜକୁ ଏମିତି ରଖନ୍ତୁ ଯେମିତିକି ସେଠାରେ ବାୟୁ ସହଜରେ ଯା’ଆସ ଗକରୁଥିବା। ଫଳରେ ଏଥିରେ ସଢ଼ିଯିବା ନଚେତ ଆଦ୍ରତା ଆସିବ ନାହିଁ।
ର଼୍ୟାକ୍ ଉଚ୍ଚରେ ଥିବା କାରଣରୁ ବର୍ଷା ଯୋଗୁ ଫସଲରେ ଆଦ୍ରତା ପହଞ୍ଚି ନ ଥାଏ। ହେଲେ ଆଖପାଖରେ ପଙ୍ଖା ଲଗାନ୍ତୁ ,ଯାହାଦ୍ୱାରା ପବନ ଲଗାତାର ଯା’ଆସ କରିପାରିବ। ଫସଲ ଖରାପ ହେବ ନାହିଁ।
ଏହି ର଼୍ୟାକ୍କୁ ମଲ୍ଟିଷ୍ଟୋରେଜ୍ ସିଷ୍ଟମ୍ ଭାବେ ଉପରକୁ କିମ୍ବା ତଳକୁ ବଢ଼ାଇପାରିବେ। ଫଳରେ ଏହା ଏକ ଭଣ୍ଡାର ଘର ଭଳି ହୋଇପାରିବ।
ଏଭଳି ଉପାୟ ଆପଣାଇ ୪ ମାସ ଯାଏ ଆଳୁ-ପିଆଜ ସୁରକ୍ଷିତ ରହିପାରିବ। ଦାମ୍ ବଢ଼ିଲେ ଏହାକୁ ବିକି କୃଷକ ଲାଭ ରୋଜଗାର କରିପାରିବେ।
ଥରେ ଏଭଳି ବ୍ୟବସ୍ଥା ଆପଣାଇଲେ ଅନେକ ବର୍ଷ ଯାଏ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଅଧିକ ଟଙ୍କା ଲାଗିବ ନାହିଁ।