ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ  ପ୍ରାଣୀତା ଦାସ ଶନିବାର ପୂର୍ବାହ୍ନରେ ଉଦ୍‌ଘାଟନ କରିଛନ୍ତି। ଛାତ୍ରୀଛାତ୍ରମାନେ ପ୍ରଥମେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ବାଜା ଢୋଲ, ନିସାନଓ ତାସା ବଜାଇ ନାଚିନାଚି ମହାବିଦ୍ୟାଳୟର ମୁଖ୍ୟ ଦ୍ୱାରଠାରୁ ନୂତନ କୋଠା ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ନୂତନ କୋଠା ଗୃହକୁ ଉଦ୍‌ଘାଟନ କରିଥିଲେ। ତତ୍ପରେ ସେହି ଗୃହରେ ଏକ ସଭାକାର୍ଯ୍ୟ କରାଯାଇ ଉପ ଜିଲାପାଳ ଦାସଙ୍କୁ ଫୁଲ ତୋଳା ଦେଇ ସ୍ବାଗତ କରିଥିଲେ। ସଭା କାର୍ଯ୍ୟ ପରିଚାଳନା କରି ଅଧ୍ୟାପିକା ଡ଼କ୍ଟର ମଞ୍ଜୁଳା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହିଅବସରରେ ଉପ ଜିଲାପାଳ ଦାସ ଛାତ୍ରୀଛାତ୍ର ମାନଙ୍କୁ ନିଜର ପଢା ଜୀବନ ବିଷୟରେ କହିବା ସହିତ self study ଉପରେ ଯୋର ଦିଅ ଓ conceptକୁ ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କର ତାହା ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ମାଆ, ମାଟି ଓ ସଂସ୍କୃତିକୁ କେବେହେଲେ ପାଶୋରିବ ନାହିଁ। କାରଣ ମାଆ ଜନ୍ମ ଦେଇଛି ଏହି ମାଟିରେ ଓ ବଢ଼ିଛୁ ଏହି ସଂସ୍କୃତିରୁ ଶିକ୍ଷା ଗ୍ରହଣ କରିଛୁ। ଏଣୁ ଆମ ଗର୍ବ ଏହି ଅନୁଷ୍ଠାନ ଓ ପରିଚୟ ଆମେ। ଏହା ହିଁ ଆମର ପରିଚୟ । ଏହା ପରେ ଅଧ୍ୟକ୍ଷ ଡ଼କ୍ଟର ସୁନୀଲ କୁମାର ପତ୍ର ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ଉଦବୋଧନ ଦେଇ ଆଜିର AI ଯୁଗରେ ଛାତ୍ରୀ ଛାତ୍ର ମାନେ ଯଦି ନିଜେ ସାମିଲ ହେବେ ତାହାହେଲେ ଡିଜିଟାଲ ଦୁନିଆ ସହିତ ଯୋଗାପଯୋଗୀ ହେବେ। ଏହା ପରେ ସଭା ସ୍ଥଳରେ ଅଧ୍ୟକ୍ଷ ଡ଼ଃ ପାତ୍ର ଗୌତମ ବୁଦ୍ଧଙ୍କ ମୂର୍ତ୍ତୀ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଙ୍କର ସମାଗମ ହୋଇଥିଲା। ଏହି ସଭାକୁ ସଫଳ କରିବା ପାଇଁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। ସଭା ଶେଷରେ ଅଧ୍ୟାପିକା ପଦ୍ମାବତୀ ସହ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri