Posted inଜାତୀୟ

କ୍ଷମତାରେ ୧୦୦ ଦିନ ସମାପ୍ତ ହେବା ପରେ ଅଜିତ ପାୱାରଙ୍କ ଖୋଲା ଚିଠି,କହିଲେ ‘ମୁଁ ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ଯିଏ …’

ମୁମ୍ବାଇ,୧୦।୧୦: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ସରକାରରେ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଅଜିତ ପାୱାର ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କୁ ମନେ ପକାଇଛନ୍ତି। ଏକ ଖୋଲା ଚିଠି ଲେଖି ଜନସାଧାରଣଙ୍କ ସମସ୍ୟାର କାର୍ଯ୍ୟ ମାଧ୍ୟମରେ ସମାଧାନ ପାଇଁ ସଙ୍କଳ୍ପ ନେଇଛନ୍ତି। ସୂଚନାଯୋଗ୍ୟ, ଅଜିତ ପାୱାରଙ୍କ ସହ ତାଙ୍କ ଦଳର ୮ ଜଣ ବିଧାୟକ ଜୁଲାଇ ୨ରେ ଭାଜପା-ଶିବସେନା ମେଣ୍ଟ ସରକାରରେ ଯୋଗ ଦେଇଥିଲେ।

ଅଜିତ ପାୱାର ତାଙ୍କ ଖୋଲା ଚିଠିରେ ଲେଖିଛନ୍ତି ଯେ, ରୋଜଗାର, ସମସ୍ତ ସାମାଜିକ ଶ୍ରେଣୀର ଅର୍ଥନୈତିକ ସଶକ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ, ଜନ କଲ୍ୟାଣ ଯୋଜନା ଲାଗୁ କରିବା ସରକାରଙ୍କ ଉଦ୍ଦେଶ୍ୟ। ଏନସିପି ଶକ୍ତି ମାଧ୍ୟମରେ ଏହା ଉପରେ ଅଧିକ ଦୃଢ ଭାବେ କାର୍ଯ୍ୟ କରିବ। ଅଜିତ ପାୱାର ଛତ୍ରପତି ଶିବାଜୀ ମହାରାଜ, ଜ୍ୟୋତିବା ଫୁଲେ, ଛତ୍ରପତି ଶାହ ମହାରାଜ, ବି. ଆର ଆମ୍ବେଦକରଙ୍କ ପରି ବ୍ୟକ୍ତିତ୍ୱଙ୍କୁ ମନେ ପକାଇଛନ୍ତି।

ଅଜିତ ପାୱାର କହିଛନ୍ତି, ମୁଁ ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା। ଯିଏ ସକରାତ୍ମକ, ବିକାଶ ରାଜନୀତିରେ ବିଶ୍ୱାସ କରେ। ମୋର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବା ଏବଂ ସେବା ମାଧ୍ୟମରେ ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା। ଅଜିତ ତାଙ୍କ ଖୋଲା ଚିଠିରେ କୃଷକ, ଯୁବକ, ମହିଳା ଏବଂ ଅନ୍ୟାନ୍ୟ ସାମାଜିକ ଗୋଷ୍ଠୀର ସ୍ବାର୍ଥ ପାଇଁ କାର୍ଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri