ଆସିଗଲା ତାରିଖ: ଏହି ଦିନ ମିଳିବ ସୁଭଦ୍ରା ଟଙ୍କା, ଏକାଥରେ ୧୦ ହଜାର

ଭୁବନେଶ୍ୱର,୧୩।୧: ସୁଭଦ୍ରା ଟଙ୍କାକୁ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସନ୍ତା ୧୮ ତାରିଖ ସୁଦ୍ଧା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା। ପ୍ରଥମ କିସ୍ତି ପାଇବେ ନୂଆ ୧ ଲକ୍ଷ ୭୮ ହଜାର ୩୯୮ ମହିଳା, ସେହିପରି ୧ମ ଓ ୨ୟ କିସ୍ତିରୁ ବାଦ୍‌ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ବି ପାଇବେ। ବାଦ୍‌ ପଡ଼ିଥିବା ମହିଳା ଏକାଥରକେ ୨ଟି କିସ୍ତି ପାଇବେ। ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି। ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗତ ନଭେମ୍ବର ମାସରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Dharitri – The Largest & Most Trusted Odia Daily

Share