ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଚଳିତ ସପ୍ତାହରେ…

ଭୁବନେଶ୍ବର,୮ା୧: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଚଳିତ ଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ । ପୂର୍ବରୁ ବାଦ ପଡିଥିବା ୨ ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ପୁଣିଥରେ ସାମିଲ କରାଯାଇଛି ।

କହିରଖୁଛୁକି, ଗତ ନଭେମ୍ୱର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟା । ନୂଆ କରି ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧିକାରୀଙ୍କୁ ପ୍ରଥମ ଥର ମିଳିବ ସୁଭଦ୍ରା ଟଙ୍କା । ୫୦୦୦ ଟଙ୍କା ଲେଖାଏଁ ପାଇବେ ।  ତେବେ ପୂର୍ବରୁ ଯେଉଁମାନେ ବାଦ୍ ପଡିଥିଲେ ସେମାନେ ସମସ୍ତ କିସ୍ତି ଏକାଥରେ ପାଇବେ ।  ସେହିପରି ଅଭିଯୋଗ ଶୁଣାଣି ରେ ୨୪ହଜାର ୧୮ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି ।   ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ।

Share