ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍କୁ ଫେରିବା ସମୟରେ ଅଚାନକ ଗାଡି ଚାଳକଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ଭିତରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ହଠାତ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ପ୍ରବେଶ ପରେ ଜିଲାପାଳଙ୍କ ସମେତ ସମସ୍ତ ଅଧିକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ।
ସେ ସେଠାରେ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲେ। ଆୟୁଷ ଚିକିତ୍ସା କେନ୍ଦ୍ର ଓ ବାହ୍ୟ ଚିକିତ୍ସଳୟ ଓ ମିଶନଶକ୍ତି କାଫେ ଆଦି ବୁଲି ଦେଖିଥିଲେ। କାଫେରେ ତାଲା ଝୁଲୁଥିବାରୁ ଉଦବେଗ୍ ପ୍ରକାଶ କରିଥିଲେ।
ସେହିପରି ସ୍ବାସ୍ଥ୍ୟସେବା ଓ ଡାକ୍ତର ପଦବୀ ଏବଂ ବିଶେଷଜ୍ଞ ପଦବୀ ପୂରଣ ପାଇଁ ଅଞ୍ଚଳବାସୀ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରହିଥିବା ସୁବିଧା କେନ୍ଦ୍ରକୁ ଯାଇଥିଲେ।
ସେଠାରେ ମିଶନଶକ୍ତିର ମହିଳାମାନଙ୍କ କାଫେ ପରିଦର୍ଶନ କରିବା ସହ ସେମାନଙ୍କ ବ୍ୟବସାୟ ଓ ଲାଭ କିଭଳି ହେଉଛି ପଚାରି ବୁଝିଥିଲେ। ସେମାନଙ୍କୁ ଆହୁରି ସରକାରଙ୍କ ବିଭିନ୍ନ ଯୋଜନା ଯୋଗାଇଦିଆଯିବ ବୋଲି କହିଥିଲେ।
Dharitri – Odisha’s No.1 Odia Daily